ଗୋଲାପ ଜଳକୁ ବ୍ୟବହାର କରି ତ୍ଵଚାକୁ ସୁସ୍ଥ ଓ ସୁନ୍ଦର କରନ୍ତୁ

ଗୋଲାପ ଜଳକୁ ବ୍ୟବହାର କରି ତ୍ଵଚାକୁ ସୁସ୍ଥ ଓ ସୁନ୍ଦର କରନ୍ତୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଦଳୁଥିବା ପାଣିପାଗ ଓ ଖାଦ୍ୟ ପାନୀୟର ଅବ୍ୟବସ୍ଥା କାରଣରୁ ଅନେକ ପ୍ରକାର ଚର୍ମ ରୋଗ ଦେଖାଦେବା ସହ ମୁଖ ସୌନ୍ଦର୍ଯ୍ୟ ନଷ୍ଟ ହେବାରେ ଲାଗିଛି । ଏହିି ସମସ୍ୟା ପାଇଁ ଖାଦ୍ୟପାନୀୟ ଉପରେ ଗୁରୁତ୍ୱ ଦେବା ଯେତିକି ଜରୁରୀ ତ୍ୱଚାର ଯତ୍ନ ନେବା ମଧ୍ୟ ସେତିକି ଜରୁରୀ । ସବୁ ଋତୁରେ ଜଳବାୟୁକୁ ଦେଖି ତ୍ୱଚାର ଯତ୍ନ ନେବା ଅଧିକ ଅବଶ୍ୟକ । ବଜାରରେ ମିଳୁଥିବା କଷ୍ଟମେଟିସ୍ ଅପେକ୍ଷା ଘରୋଇ ଜିନିଷ ବ୍ୟବହାର କରିବା ତ୍ୱଚା ପାଇଁ ଲାଭପ୍ରଦ ହୋଇଥାଏ । ଆପଣ ଗୋଲାପଜଳକୁ ବ୍ୟବହାର କରି ନିଜ ତ୍ଵଚାକୁ ସୁସ୍ଥ ଓ ସୁନ୍ଦର କରିପାରିବେ।
-ଲେମ୍ବୁରେ ଅମ୍ଳ ରହିଥିବା ବେଳେ ଗୋଲାପଜଳ ତ୍ୱଚାକୁ ଥଣ୍ଡା ପ୍ରଦାନକାରି ବାରେ ସହାୟ ହୋଇଥାଏ । ତେଣୁ ଗୋଲାପ ଜଳ ଓ ଲେମ୍ବୁ ରସ ମିଶାଇ ଏକା ସାଙ୍ଗରେ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚାରୁ ତେଲିଆ ଅଂଶ କମିବା ସହ ମୁଖରେ ଦେଖାଯାଉଥିବା ବ୍ରଣ ସମସ୍ୟା ଦୂର ହୋଇଥାଏ । ଏହି ମିଶ୍ରଣରେ ଲେମ୍ବୁରସର ପରିମାଣ ଯେତିକି ରହିବ ଗୋଲାପଜଳର ପରିମାଣ ତା’ଠାରୁ ଦୁଇଗୁଣ ଅଧିକ ରହିବା ଉଚିତ୍ ।
-କମଳା ଚୋପାକୁ ଶୁଖାଇ ଏହାକୁ ଭଲ ଭାବରେ ଗୁଣ୍ଡ କରିନିଅନ୍ତୁ । ଏହି ଗୁଣ୍ଡରେ ଅଳ୍ପମାତ୍ରାରେ ଗୋଲାପଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ମୁହଁରେ କିମ୍ବା ବ୍ରଣ ହୋଇଥିବା ସ୍ଥାନରେ ୧୫ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ପରେ ଅଳ୍ପ ଉସୁମ ପାଣିରେ ଭଲ ଭାବରେ ସେହି ସ୍ଥାନକୁ ଧୋଇଦିଅନ୍ତୁ । ଏହିଭଳି ସପ୍ତାହରେ ଦୁଇରୁ ତିନିଥର କରିବା ଦ୍ୱାରା ବ୍ରଣ ଜନିତ ସମସ୍ୟାରୁ ମୁକ୍ତି ମିଳେ ।

  • ଚନ୍ଦନ ସହ ଗୋଲାପ ଜଳକୁ ମିଶାଇ ଭଲ ଭାବରେ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ଉଜ୍ୱଳ ଦେଖାଯିବା ସହ ମୁହଁରେ କୌଣସି ସଂକ୍ରମଣ ଦେଖାଦେଇନଥାଏ ।
  • ଏହାସହ ଚନ୍ଦନ ପାଉଡ଼ର ଓ ଗୋଲାପ ଜଳ ମିଶାଇ ଲଗାଇବା ଦ୍ଵାରା ତ୍ୱଚା ଥଣ୍ଡା ରହିଥାଏ। ଖରାଦିନର ଝାଉଁଳା ତ୍ୱଚା ପାଇଁ ଏହା ଏକ ଗୁଣକାରି ଉପସମ ଅଟେ । ଏହି ପ୍ୟାକକୁ ଆପଣ ପ୍ରତିଦିନ ନଚେତ ସପ୍ତାହରେ ତିନିରୁ ଚାରିଥର ବ୍ୟବହାର କରି ପାରିବେ ।
    ମୁଲତାନୀ ମାଟି ସହ ଗୋଲାପ ଜଳ ମିଶାଇ ଲଗାଇବା ଦ୍ୱାରା ତ୍ୱଚା ସତେଜ ରହେ ଓ ବ୍ରଣ ଦୂର ହୋଇଥାଏ ।
    -ଅଳ୍ପ ବେସନ,ହଳଦୀ,ଗ୍ଲିସେରିନ ଓ ଗୋଲାପ ଜଳ ମିଶାଇ ତ୍ୱଚାରେ ଲାଗାଇ କିଛି ସମୟ ସୁଖିବା ପାଇଁ ଛାଡ଼ିଦିଆନ୍ତୁ । ସୁଖିଲା ପରେ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ ।
    ଆପଣ ଗୋଲାପ ଜଳକୁ ଟୋନର ଭାବରେ ବ୍ରବହାର କରିପାରିବେ । ପ୍ରତିଦିନ ସୋଇବା ଆଗରୁ ତୁଳାରେ କିଛି ଗୋଲାପ ଜଳ ନେଇ ତ୍ୱଚାକୁ ପୋଛନ୍ତୁ ଦେଖିବେ ତ୍ୱଚାରେ ଲାଗିଥିବା ସମସ୍ତ ମଇଳା ବାହାରି ଆସିବା ସହ ତ୍ୱଚା ସତେଜ ଦେଖାଯିବ ।
  • ସେହିଭଳି ଗ୍ଲେସରିନ ଓ ଗୋଲାପ ଜଳ ରାତିରେ ସୋଇବା ବେଳେ ଲଗାଇ ଦିଅନ୍ତି ସକାଳୁ ଉଠି ମୁହଁ ଧୋଇଦେବେ ଦେଖିବେ ଅପଣଙ୍କ ତ୍ୱଚା ଉଜ୍ୱଳ ଦେଖାଯିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: