ମୂଲ୍ୟାୟନ ଦ୍ୱନ୍ଦ୍ୱ ଦୂର କରିବାକୁ ବୋର୍ଡର ପ୍ରୟାସ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମାଟ୍ରିକ୍ ମୂଲ୍ୟାୟନ ବିବାଦ ନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରୟାସ କରାଯାଇଛି। ମୂଲ୍ୟାୟନ ପାଇଁ ବୋର୍ଡ ଏକ ବିକଳ୍ପ ପଦ୍ଧତି ଦେଇଥିଲା। ମୂଲ୍ୟାୟନ ପଦ୍ଧତି ନେଇ ସବୁ କିଛି ବୋର୍ଡ ୱେବସାଇଟରେ ଥିଲା। ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା ହେବା ସହ ସ୍ୱତନ୍ତ୍ର କୋର କମିଟି ଗଠନ କରି ମୂଲ୍ୟାୟନର ତର୍ଜମା ହୋଇଛି। ୪ ବର୍ଷର ପ୍ରଦର୍ଶନକୁ ବିଚାର କରି ମୂଲ୍ୟାୟନ ହୋଇଥିବା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ମାର୍କ ପରିବର୍ତ୍ତନ କରିବାର କୌଣସି ଅବକାଶ ନାହିଁ। ଯଦି କିଛି ଅଭିଯୋଗ ଆସେ ତାକୁ ତର୍ଜମା କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା ପରେ ବ୍ୟବସ୍ଥା କରାଯିବ। ଅସନ୍ତୁଷ୍ଟମାନଙ୍କ ପାଇଁ ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ରେ ବିଜ୍ଞପ୍ତି ପ୍ରକାଶ ପାଇ ଆରମ୍ଭ ହେବ। ୧୦ ଦିନ ସମୟ ମଧ୍ୟରେ ଫର୍ମ ଫିଲପ୍ ହୋଇ ଜୁଲାଇ ଶେଷ ସୁଦ୍ଧା କୋଭିଡ୍ କଟକଣାରେ ପରୀକ୍ଷା ହେବ। ଏହାପରେ ତୁରନ୍ତ ଫଳାଫଳ ବାହାରିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *