ଜାଣନ୍ତୁ କଦଳୀ ଫୁଲର ଚମତ୍କାର ସ୍ୱାସ୍ଥ୍ୟ ଉପକାରିତା

ଜାଣନ୍ତୁ କଦଳୀ ଫୁଲର ଚମତ୍କାର ସ୍ୱାସ୍ଥ୍ୟ ଉପକାରିତା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କଞ୍ଚା ହେଉ ଅବା ପାଚିଲା କଦଳୀ ଖାଇବାକୁ ଯେତିକି ସୁଆଦିଆ ସେତିକି ସ୍ବାସ୍ଥ୍ୟ ଉପକାରୀ। କଦଳୀ ଗଛର ସମସ୍ତ ଅଙ୍ଗ ପୂଜା ପର୍ବରେ ଲାଗିଥାଏ। କଦଳୀ ଖାଇଲେ ଶରୀରର ଓଜନ ବୃଦ୍ଧି ସହ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ ବୋଲି କୁହାଯାଏ । କଦଳୀ ପରି ଏହାର ଫୁଲ ବା ଭଣ୍ଡାର ଉପକାରିତା ବିଷୟରେ ଜାଣିଲେ ଆପଣ ଏହାକୁ ଖୋଜି ଖୋଜି ଖାଇବେ। ତେବେ ଚାଲନ୍ତୁ ଜାଣିବା କଦଳୀ ଫୁଲରେ କଣ ସବୁ ଉପକାରୀ ଗୁଣ ରହିଛି …
-କଦଳୀ ଫୁଲ ବା ଭଣ୍ଡା ଖାଇବା ଡାଇବେଟିସ୍ ଟାଇପ -୨ ବା ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରୀ ହୋଇଥାଏ। ଏଥିରେ ଗ୍ଲାଇସୋମିକ ଇଣ୍ଡେକ୍ସ କମ୍ ରହିଥାଏ। ଗ୍ଲାଇସୋମିକ୍ ଇଣ୍ଡେକ୍ସ ସେହି ପ୍ରକ୍ରିୟା ଯାହାଦ୍ୱାରା ଜଣାପଡେ କାବ୍ରୋହାଇଡ୍ରେଟସ୍‌ରୁ କେତେ ସମୟ ମଧ୍ୟରେ ଗ୍ଲୁକୋଜ ତିଆରି ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଖୁବ୍ କମ୍ ଗ୍ଲୁକୋଜ ତିଆରି ହୋଇଥାଏ । କଦଳୀ ଫୁଲରେ ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ଡାଇବେଟିସକୁ ନିୟନ୍ତ୍ରଣରେ ରଖିଥାଏ । ତେଣୁ ଡାଇବେଟିସ୍ ରୋଗୀ କଦଳୀର ଭଣ୍ଡା ବା ଫୁଲ ଖାଇବା ଲାଭଦାୟକ ହୋଇଥାଏ ।
-ଏନିମିଆ ଅର୍ଥାତ ରକ୍ତାଭାବ ରୋଗରୁ ବଞ୍ଚିବା ପାଇଁ କଦଳୀ ଫୁଲ ବ୍ୟବହାର କରାଯାଇଥାଏ। ଏହାକୁ ଖାଇଲେ ଶରୀରରେ ଆଇରନର ଅଭାବ ଦେଖାଦିଏ ନାହିଁ।
-କ୍ୟାନସର ଭଳି ଘାତକ ରୋଗରୁ ମୁକ୍ତି ପାଇବା ପାଇଁ କଦଳୀ ଭଣ୍ଡା ବା ଫୁଲ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ତତ୍ତ୍ୱ ରହିଥାଏ, ଯାହାକି ଫ୍ରି ରେଡିକଲସରୁ ବଞ୍ଚାଇବା ସହିତ କ୍ୟାନସରରୁ ବଞ୍ଚାଇ ରଖିବାରେ ସହାୟକ ହୋଇଥାଏ।

  • କଦଳୀ ଫୁଲରେ ମାଗନେସିୟମ, ଆଣ୍ଟି ଅକ୍ସିଡେଣ୍ଟ ଏବଂ ଆଣ୍ଟି ଡିପ୍ରେସେଣ୍ଟ ତତ୍ତ୍ୱ ରହିଛି, ଯାହା ଆପଣଙ୍କୁ ମାନସିକ ଚିନ୍ତାରୁ ଦୂରେଇ ରଖିଥାଏ। ଏହା ଆପଣଙ୍କ ମୁଡକୁ ଭଲ ରଖିଥାଏ। ବର୍ତ୍ତମାନ ସମୟରେ କରୋନା ପାଇଁ ବଢୁଥିବା ମାନସିକ ଚପକୁ କମ କରିବା ପାଇଁ ଏହା ଏକ ଭଲ ଉପାଦାନ।
  • ପାଚନ କ୍ରିୟା ପାଇଁ ଏହା ବହୁତ ଭଲ ହୋଇଥାଏ। କଦଳୀ ଫୁଲ ବା ଭଣ୍ଡା ପାଚନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ଏହାକୁ ଖାଇଲେ ପେଟ ଯନ୍ତ୍ରଣା, ଗ୍ୟାସ, ଅପଚ, ଏସିଡିଟି ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।
    -ରକ୍ତରେ ସୁଗାର ଅର୍ଥାତ ଶର୍କରା ସ୍ତର କମ କରିବା ପାଇଁ କଦଳୀ ଫୁଲ ଲାଭକାରୀ ହୋଇଥାଏ। ଏହା ଇନସୁଲିନ ଲେବଲକୁ ବୃଦ୍ଧି କରିଥାଏ। ଏହା କୌଣସି ବି ପ୍ରକାର ଇନଫେକ୍ସନରୁ ଆମକୁ ବଞ୍ଚାଇଥାଏ।
  • ଆପଣ କଦଳୀ ଫୁଲ ପିଠଉ, ଭଜା, ତରକାରୀ କରି ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: