ଆଶ୍ଚର୍ଯ୍ୟ! ଗଛକୁ ଦେଖିଲେ ମଣିଷରୁ ପଶୁ ହେଉଛନ୍ତି ଅନ୍ଧ!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୃଷ୍ଟିହୀନ ହୋଇ ଜୀବନ ବିତେଇବା କେତେ କଷ୍ଟକର ତାହା ପ୍ରାୟ ସମସ୍ତେ ଜାଣନ୍ତି। ଏହିଭଳି ଲୋକଙ୍କ ପାଇଁ ସାରା ଦୁନିଆ ଅନ୍ଧାର ହୋଇଥାଏ, ଦୃଷ୍ଟିହୀନ ଲୋକଙ୍କୁ ଅନ୍ୟର ସାହାରାରେ ସାରା ଜୀବନ କାଟିବାକୁ ପଡ଼େ। ତେବେ ଯଦି ଆପଣଙ୍କୁ କୁହାଯାଏ ଯେ ଦୁନିଆରେ ଏପରି ଏକ ଗାଁ ଅଛି ଯେଉଁଠାରେ କେବଳ ମଣିଷ ନୁହଁନ୍ତି ସମସ୍ତ ପ୍ରାଣୀ ମଧ୍ୟ ଅନ୍ଧ ଅଟନ୍ତି। ଏପରିକି ସେମାନଙ୍କର ଜନ୍ମ ହେଉଥିବା ପରବର୍ତ୍ତୀ ପିଢ଼ି ମଧ୍ୟ ଦୃଷ୍ଟିହୀନ ହୋଇଥାନ୍ତି। ତେବେ ନିହାତି କଥାଟି ଅଭୂତ ଲାଗିବା ସହ ଆଶ୍ଚର୍ଯ୍ୟ ହେବେ, ଆଉ ଭାବିବେ ଗୋଟେ ନୁହେଁ କି ଯୋଡେନୁହେଁ ସମଗ୍ର ଗାଁର ଲୋକ ଏବଂ ଗାଁରେ ରହୁଥିବା ପ୍ରାଣୀମାନେ ମଧ୍ୟ କିପରି ଅନ୍ଧ ହୋଇପାରିବେ। ଏହା ଅପଣଙ୍କୁ ଅବିଶ୍ବାସ ଲାଗୁଥିଲେ ହେଁ ସଂପୂର୍ଣ୍ଣ ସତ୍ୟ ଅଟେ।
ଆଜି ଆମେ ଆପଣଙ୍କୁ ଏପରି ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କେବଳ ମଣିଷ ନୁହଁନ୍ତି ସମସ୍ତ ପ୍ରାଣୀ ମଧ୍ୟ ଦୃଷ୍ଟିହୀନ ଅଟନ୍ତି।ଏହି ଗାଁଟି ମେକ୍ସିକୋରେ ରହିଥିବା ବେଳେ ଅନ୍ଧ ଗାଁ ଭାବରେ ଜଣାଶୁଣା। ଯେଉଁଠାରେ ମଣିଷଠାରୁ ଆରମ୍ଭ କରି ସମସ୍ତ ପଶୁ ଅନ୍ଧ ଅଟନ୍ତି। ଏହା ପଛରେ ଏକ ଗଭୀର ରହସ୍ୟ ରହିଥିବାର କୁହାଯାଏ।
ଗାଁଟିର ନାମ ତିଲଟେପକ୍। ଖବର ଅନୁଯାୟୀ, ଗାଁରେ ଜୋପୋଟେକ୍ ଜନଜାତିର ଲୋକମାନେ ବସବାସ କରନ୍ତି। ଏଠାରେ ଲୁଚି ରହିଥିବା ରହସ୍ୟକୁ ନେଇ କୁହାଯାଏ ଯେ ଯେତେବେଳେ ଗାଁରେ ଶିଶୁଟିଏ ଜନ୍ମ ହୋଇଥାଏ ସେ ସଂପୂର୍ଣ୍ଣ ଭଲ ହୋଇଥାଏ, କିନ୍ତୁ କିଛି ଦିନ ପରେ ତା ଆଖିରୁ ଦୃଷ୍ଟିଶକ୍ତି ଲୋପ ପାଇଯାଏ। ଏବଂ ସେ ମଧ୍ୟ ଅନ୍ୟମାନଙ୍କ ପରି ଅନ୍ଧ ହୋଇଯାଏ।ଗାଁରେ ରହୁଥିବା ଲୋକମାନେ ଏକ ବୃକ୍ଷକୁ ସେମାନେ ଅନ୍ଧ ହେବାର କାରଣ ବୋଲି ବିବେଚନା କରନ୍ତି। ଗାଁର ଲୋକମାନେ ବିଶ୍ୱାସ କରନ୍ତି ଯେ ଲାଭଜୁଏଲା ନାମକ ଏକ ଅଭିଶାପିତ ଗଛ ଦେଖିବା ପରେ ମଣିଷଠାରୁ ପଶୁ ଏବଂ ପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଏଠାରେ ଅନ୍ଧ ହୋଇଯାଆନ୍ତି। ତେବେ ବୈଜ୍ଞାନିକମାନେ ସ୍ଥାନୀୟ ଲୋକଙ୍କ ଏହି ଯୁକ୍ତିରେ ସହମତ ନୁହଁନ୍ତି। ବୈଜ୍ଞାନିକମାନେ କହିଛନ୍ତି ଯେ ଲୋକଙ୍କ ଅନ୍ଧ ହେବା ପାଇଁ କୌଣସି ଗଛ ଦାୟୀ ନୁହେଁ, କିନ୍ତୁ ଏଥିପାଇଁ ଏକ ବିପଜ୍ଜନକ ଏବଂ ବିଷାକ୍ତ ମାଛି ଦାୟୀ। ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ବିଶେଷ ପ୍ରକାରର ବିଷାକ୍ତ ମାଛି କାମୁଡ଼ିବା ଦ୍ୱାରା ଲୋକଙ୍କ ଦୃଷ୍ଟି ଶକ୍ତି ଚାଲିଯାଏ। ଗାଁର ସମସ୍ତ ଲୋକ ଝୁମ୍ପୁଡି ଘରେ ରୁହନ୍ତି। ଏହି ଗାଁରେ ପ୍ରାୟ ୭୦ ଟି ଝୁମ୍ପୁଡି ଘର ଅଛି। ଏବଂ ସେଥିରେ ପ୍ରାୟ ୩୦୦ ଲୋକ ବସବାସ କରନ୍ତି । କିନ୍ତୁ ଦୁଃଖର ବିଷୟ ସମସ୍ତେ ଏଠାରେ ଅନ୍ଧ। ବିଶେଷ କଥା ହେଉଛି ଏହି ଝୁମ୍ପୁଡି ମଧ୍ୟରୁ କୌଣସି ଘରେ କବାଟ ନାହିଁ। ଯଦିଓ ଏହା ବିଶ୍ୱାସ କରାଯାଏ ଯେ ଏଠାରେ କିଛି ଲୋକଙ୍କର ଆଖି ଭଲ ଅଛି, ଯେଉଁଥି ପାଇଁ ବାକି ଲୋକମାନେ ଏଠାରେ ରହିବାକୁ ସକ୍ଷମ ହେଉଛନ୍ତି। ତେବେ ଏହି ଗାଁ ଓ ଲୋକମାନଙ୍କୁ ନେଇ ଅଧିକ ଗବେଷଣା ଜାରି ରହିଛି।

Leave a Reply

Your email address will not be published. Required fields are marked *