କାଳିଆ କଳା ଠାକୁରଙ୍କ ‘ପାଦ ଧୂଳି’ ଓ ସ୍ୱାଗତିକା ସାହୁ

କାଳିଆ କଳା ଠାକୁରଙ୍କ ‘ପାଦ ଧୂଳି’ ଓ ସ୍ୱାଗତିକା ସାହୁ

ସ୍ୱାଗତିକା ସାହୁ, ବରିଷ୍ଠ  ଶିକ୍ଷୟିତ୍ରୀ ଉମରକୋଟ

ପାଦ ଧୂଳି

*******

ସ୍ୱାଗତିକା ସାହୁ

*******

ଲେଖିଦିଏ ସ୍ନେହାକ୍ଷରେ ମନ ଗହ୍ୱର ମଧ୍ୟରେ

ସଦା ହୃଦୟ କାନ୍ଥେ  ଝଟକେ

ସେଇ ତୁମ ପାଦ ଧୂଳିଟିକକ

ଅସର ପସର ଅଧିର ଅସ୍ଥିର

ମନକୁ ଦିଏ ଦମ୍ଭିଲାପଣ

ମୋ ଜୀବନ୍ତ ଦେବତା ମାତା ପିତାଙ୍କ

ପାଦ ଧୂଳି,ନଥାଏ ସର୍ତ୍ତର ଲେଶ

ଦୁର୍ଲ୍ଲଭ ସେ ଅମୂଲ୍ୟ ରତ୍ନ

ସେ ପ୍ରୀତି ପାଉଣାର ମୂଲ ହୁଏ ନାହିଁ

କୃଷ୍ଣଙ୍କ ଚରଣ ଧୂଳି ସୁଦାମାଙ୍କ ପାଇଁ

ଥିଲା ଦୁଃଖର ସତେ ଶିତଳ ଉପମଶ

ସ୍ବର୍ଗୀୟ ସେ ଜ୍ଞାନାଞ୍ଜନ ରେ ଭରା

ଗୁରୁଙ୍କ ଚରଣ ଧୂଳି ବୁଣେ ସୌଭାଗ୍ୟର ଅଂକୁର

ଭରେ ସୁଖ ବୈତରଣୀ ଶୁନ୍ୟ ଜୀବନେ

ଜ୍ୟେଷ୍ଠ ଭ୍ରାତା ରାମଙ୍କ ପାଦୁକା,ପାଦ ଧୂଳି

ଶ୍ରେଷ୍ଠ ମୂଲ୍ୟବାନ ଥିଲା ଭ୍ରାତା ଭରତଙ୍କ  ପାଇଁ

ନଥିଲା ତିଳେ ମାତ୍ର ଲଜ୍ଜ୍ୟା ଓ ସଙ୍କୋଚ

ରାଜ୍ୟ ସିଂହାସନ ଥିଲା ତୁଚ୍ଛ ଓ ଆଳିକ

ଶାନ୍ତିର ପଥସେ ଜନ୍ମରୁ ମଶାଣୀ ପର୍ଯ୍ୟନ୍ତ

ମାଁ ଲକ୍ଷ୍ମୀଙ୍କ ପାଦ ଶେବନ,ପାଦପୂଜନ

ଆଜୀବନ କମ୍ ନାରାୟଣଙ୍କ ନିମିନ୍ତେ

ସ୍ୱାମୀଙ୍କ ପାଦଧୂଳି ସ୍ତ୍ରୀ ଜୀବନରେ

ପରିବାର ନିର୍ମାଣ,କୌଶଳର

ଟାଣେ ଭାଗ୍ୟାରେଖା

ଆଲୌକିକ ସେହି ପାଦପଦ୍ମ

ସମସ୍ତ ସଶବ୍ଦ ଅଭିମାନ ଅହଂକାର

ବଦଳିଯାଏ ସେଇ ମାତୃଭୂମିର ଚରଣ ଧୂଳିରେ

ଯେବେ ବୋଳି ଦିଏ ମଥାରେ

ଜଳି ଯାଏ ନିଜପଣ….

ମାଟିର ମଣିଷ ରାତି ପହିଲେ ମିଶିଵ ମାଟିରେ

ହେ ସ୍ରଷ୍ଟା ନୀରୁଦ୍ଧିଷ୍ଟ ତୁମ ଠିକଣା ଭିତରେ

ତୁମ କଳ୍ପିତ ମୁଁ….

ତୁମ ପାଦ ଧୂଳି !!!

ପୂର୍ଣ୍ଣ ସମର୍ପିତ ତୁମ ସ୍ବାକ୍ଷାରିତ ସୃଷ୍ଟି ବେଳାରେ

0 Comments

Leave Your Comment

Your email address will not be published. Required fields are marked *

%d bloggers like this: