ଅଟୋ ଡ୍ରାଇଭର ଦେଲେ ମାନବିକତାର ଉଦାହରଣ, କୋରୋନା ରୋଗୀଙ୍କୁ ମାଗଣା ନେଉଛନ୍ତି ଡାକ୍ତରଖାନା

ଅଟୋ ଡ୍ରାଇଭର ଦେଲେ ମାନବିକତାର ଉଦାହରଣ, କୋରୋନା ରୋଗୀଙ୍କୁ ମାଗଣା ନେଉଛନ୍ତି ଡାକ୍ତରଖାନା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା ଯୋଗୁଁ ଦେଶର ହାଲ୍ ବେହାଲ୍ । ଗୋଟିଏ ପଟେ ହସ୍ପିଟାଲରେ ବେଡ୍ ମିଳୁନଥିବା ବେଳେ ଅକ୍ସିଜେନ୍ ଅଭାବ ଗୁରୁତ୍ବର ସମସ୍ୟା ରୂପେ ଉଭା ହୋଇଛି । ଅନ୍ୟପଟେ କରୋନା ସଂକ୍ରମିତଙ୍କୁ ଆମ୍ବୁଲାନ୍ସ ଏବଂ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଅନ୍ୟ ଉପାୟ ମିଳିବା ବି କଷ୍ଟକର ହୋଇପଡ଼ିଛି | ଏଭଳି ଘଡ଼ିସନ୍ଧି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସହାୟତାର ହାତ ବଢ଼ାଇ ମାନବିକତାର ପରିଚୟ ଦେଇଛନ୍ତି ଜଣେ ଅଟୋ ଡ୍ରାଇଭର ।
ଝାଡ଼ଖଣ୍ଡ ରାଞ୍ଚିରେ ଜଣେ ଅଟୋ ଡ୍ରାଇଭରର କରୋନା ସଂକ୍ରମିତଙ୍କ ନିସ୍ବାର୍ଥପର ସେବା କରିବାକୁ ଆଗେଇ ଆସିଛନ୍ତି । କରୋନା ପଜେଟିଭ ବ୍ୟକ୍ତି, ଯେଉଁମାନଙ୍କୁ ଡାକ୍ତରଖାନା ଯିବାକୁ କୌଣସି ଗାଡ଼ିର ସୁବିଧା ମିଳୁନି, ସେମାନଙ୍କୁ ସେ ନିଜ ଅଟୋରେ ମାଗଣାରେ ହସ୍ପିଟାଲ ନେଉଛନ୍ତି । ବିଶେଷ କଥା ହେଉଛି, ସେ ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କ ଠାରୁ ଟଙ୍କାଟିଏ ବି ନେଉ ନାହାନ୍ତି ।

ମଣିଷପଣିଆର ଉଦାହରଣ

ମଣିଷପଣିଆର ଉଦାହରଣ ଦେଇଥିବା ଏହି ଅଟୋ ଡ୍ରାଇଭରଙ୍କ ନାଁ ହେଉଛି ରବି । ସେ କହିଛନ୍ତି ଯେ, ଏପ୍ରିଲ ୧୫ ତାରିଖରୁ ସେ ଅଟୋରୁ ଲୋକଙ୍କୁ ମାଗଣାରେ ଡାକ୍ତରଖାନାକୁ ପଠାଉଛନ୍ତି। ଯେତେବେଳେ କୌଣସି ଅଟୋ ଡ୍ରାଇଭର ଜରୁରୀସେବା ଆବଶ୍ୟକ କରୁଥିବା ଜଣେ ମହିଳାଙ୍କୁ ସାହାଯ୍ୟ କରିବାକୁ ଆସିଲେ ନାହିଁ, ସେତେବେଳେ ସେ ତାଙ୍କୁ ଡାକ୍ତରଖାନା ନେଇଥିଲେ । ସେ କହିଛନ୍ତି ଯେ, ତାଙ୍କ ଫୋନ୍ ନମ୍ବର ସୋସିଆଲ ମିଡିଆରେ ପ୍ରସାରିତ ହେଉଛି । କରୋନା ସଂକ୍ରମିତ ଯେଉଁମାନେ ଡାକ୍ତରଖାନା ଯିବାକୁ ଆବଶ୍ୟକ କରନ୍ତି ଏବଂ ସେମାନଙ୍କୁ କେହି ସାହାଯ୍ୟ କରୁନାହାନ୍ତି, ସେମାନେ ତାଙ୍କୁ ଯୋଗାଯୋଗ କରିପାରିବେ। ସତରେ ରବିଙ୍କ ନିସ୍ବାର୍ଥପର ସେବାର ତୁଳନା ନାହିଁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: