କୋରୋନା ଟିକା ନାଁରେ ଦେଲେ କୁକୁର ଟିକା, ସତ ଜଣା ପଡ଼ିବା ପରେ ଜାଣନ୍ତୁ କ’ଣ ହେଲା…

କୋରୋନା ଟିକା ନାଁରେ ଦେଲେ କୁକୁର ଟିକା, ସତ ଜଣା ପଡ଼ିବା ପରେ ଜାଣନ୍ତୁ କ’ଣ ହେଲା…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସାରା ବିଶ୍ୱରେ ପ୍ରତିଦିନ କୋରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ନିୟମିତ ଲକ୍ଷ ଲକ୍ଷ ଲୋକ କୋରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ଏଭଳି ପରିସ୍ଥିତିରେ ସବୁ ଦେଶର ସରକାର ଲୋକଙ୍କୁ ସୁରକ୍ଷିତ କରିବା ପାଇଁ ଅଧିକରୁ ଅଧିକ ଟିକାକରଣ କରୁଛନ୍ତି । କେତେକ ସ୍ଥାନରେ କୋରୋନା ଟିକାର ନିଅଣ୍ଟ ଚିନ୍ତାର ବିଷୟ ପାଲଟିଛି, କିନ୍ତୁ ଯଦି ଆପଣ ଜାଣନ୍ତି କରୋନା ଟିକା ନାମରେ କିଛି ଲୋକଙ୍କୁ କୁକୁର ଟିକା ଦିଆଯାଇଛି। ତେବେ କଣ କରିବେ। ଏହା କେମିତି ସମ୍ଭବ ବୋଲି ଭାବିବେ ? ବାସ୍ତବରେ ଏହି ଭଳି ଘଟଣା ଚିଲିରେ ଘଟିଛି। ଏଠାରେ ଦୁଇଜଣ ଡାକ୍ତର ଏହି ଭଳି କିଛି କାର୍ଯ୍ୟ କରୁଥିବାର ଜଣାପଡ଼ିଛି।

ଉତ୍ତର ଚିଲିର ସ୍ୱାସ୍ଥ୍ୟ ଅଧିକାରୀ ଦୁଇ ଜଣ ପ୍ରାଣୀ ଚିକିତ୍ସକଙ୍କ ଉପରେ ଏନେଇ ଜରିମାନା ମଧ୍ୟ ଲଗାଇଛନ୍ତି। କୋଭିଡ୍ -୧୯ରୁ ସୁରକ୍ଷା ନାମରେ ଏହି ଦୁଇ ଡାକ୍ତର ଲୋକଙ୍କୁ କୋନାଇନି ଟିକା ଦେବା ଅଭିଯୋଗ ହୋଇଛି। ଆଣ୍ଟୋଫାଗାଷ୍ଟା ପ୍ରଦେଶର ଡେପୁଟି ହେଲଥ୍ ସେକ୍ରେଟାରୀ ରୋକ୍ସାନା ଡିଆଜ୍ କହିଛନ୍ତି ଯେ, ତାଙ୍କ ଏଜେନ୍ସିର କର୍ମଚାରୀମାନେ ସୂଚନା ପାଇବା ପରେ କଲମା ସହରର ମାରିଆ ଫର୍ନାଣ୍ଡା ମୁନୋଜଙ୍କ ପ୍ରାଣୀ ଚିକିତ୍ସାଳୟ ଯାଇ ଅନୁସନ୍ଧାନ କରିଥିଲେ। ସେଠାକାର ଲୋକମାନେ ମାସ୍କ ପିନ୍ଧି ନଥିଲେ ଏବଂ ସେମାନଙ୍କୁ ଟୀକାକରଣ କରାଯାଇଥିବା ହେତୁ ମାସ୍କର ଆବଶ୍ୟକତା ନାହିଁ ବୋଲି କୁହାଯାଇଥିଲା। ବାସ୍ତବରେ ସେମାନେ ଯେଉଁ ଟିକା ବିଷୟରେ କହୁଥିଲେ ତାହା କୁକୁରକୁ ଦିଆଯାଉଥିବା ଏକ ଟିକା ଥିଲା।ଏହା ପୂର୍ବରୁ ମୁନୋଜ ଏକ ସରକାରୀ ସମ୍ବାଦ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଥିଲେ ଯେ, ସେ ନିଜେ କୁକୁରମାନଙ୍କର ଏହି କରୋନା ଭାଇରସ ଟିକା ନେଇଛନ୍ତି ଏବଂ ଏହାକୁ ତାଙ୍କ କର୍ମଚାରୀଙ୍କୁ ମଧ୍ୟ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ, ଏହି କାରଣରୁ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି।
ତେବେ ରୋକ୍ସାନା ଡିଆଇଜି କହିଛନ୍ତି ଯେ, ଏହି ଟିକା ଅତ୍ୟନ୍ତ ବିପଜ୍ଜନକ ଅଟେ। ମୁନୋଜଙ୍କ ବ୍ୟତୀତ ଅନ୍ୟ ଜଣେ ପ୍ରାଣୀ ଚିକିତ୍ସକ କାର୍ଲୋସ ପାର୍ଡୋ ମଧ୍ୟ ଏହି ଟିକାକୁ ପ୍ରୋତ୍ସାହିତ କରୁଥିଲେ। ଏହି ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପାର୍ଡୋ ଉପରେ ୯୨୦୦ ଡଲାର ଏବଂ ମୁନୋଜଙ୍କ ଉପରେ ୧୦,୩୦୦ ଡଲାର ଜରିମାନା ଲଗାଇଛି। ଏବଂ ଯେଉଁ ଲୋକମାନେ ଏହି କରୋନା ଟିକା ନେଇଛନ୍ତି ତାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: