ଜଳଖିଆରେ ପରସନ୍ତୁ ସ୍ଵାଦିଷ୍ଟ ଆଳୁ ପୁରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସାଧାରଣତଃ ସକାଳେ ହେଉ କି ସନ୍ଧ୍ୟା ଗୃହିଣୀମାନେ ଜଳଖିଆ ପ୍ରସ୍ତୁତି କରିବା ସମୟରେ ଚିନ୍ତାରେ ପଡ଼ନ୍ତି। ପ୍ରତିଦିନ କଣ ରୋଷେଇ କରିବେ ତାକୁ ନେଇ ଚିନ୍ତାରେ ପଡ଼ନ୍ତି। ଏହାସହ ଯଦି ଘରକୁ ଗେଷ୍ଟ ଆସନ୍ତି ତାଙ୍କ ପାଇଁ କଣ କରିବେ ସେ ନେଇ ଭାବି ବସନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏକ ସ୍ଵାଦିଷ୍ଟ ଜଳଖିଆ ବିଷୟରେ କହୁଛୁ। ଏହା ଖାଇବାକୁ ଯେତିକି ସୁଆଦିଆ କରିବା ସେତିକି ସହଜ ମଧ୍ୟ। ଆଜି ଆମେ ଆଳୁପୁରି ରେସିପି ବିଷୟରେ ଆପଣଙ୍କୁ କହୁଛୁ….
ଆବଶ୍ୟକ ସାମଗ୍ରୀ:-
ସିଝା ଆଳୁ-୩ ଟି
ମଇଦା/ଅଟା- ଗୋଟେ ବଡ କପ୍
ସୁଜି- ଅଧ କପ୍
ତେଲ- ଛଣିବା ପାଇଁ
ଲୁଣ- ସ୍ବାଦ ଅନୁସାରେ
କଂଚା ଲଙ୍କା ପେଷ୍ଟ- ଅଧ ଚାମଚ ଧନିଆ ପତ୍ର- ଛୋଟ ଛୋଟ କଟା କଳାଜିରା- ଅଧ ଚାମଚ
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ସିଝା ଆଳୁର ଚୋପା ଛଡେଇ ଚକଟି ଏକ ପାତ୍ରରେ ରଖନ୍ତୁ। ଏହାପରେ ସେଥିରେ ମଇଦା/ଅଟା, ସୁଜି, କଳାଜିରା , ଲୁଣ , କଟା ଧନିଆ ପତ୍ର ଏବଂ କଂଚା ଲଙ୍କା ପେଷ୍ଟ ପକାଇ ଭଲଭାବେ ଚକଟିଦିଅନ୍ତୁ । ଏହାକୁ ଭଲଭାବେ ଚକଟି ସାରିବା ପରେ , ସେଥିରେ ଅଳ୍ପ ତେଲ ପକାଇ ପୁଣି ଥରେ ଟିକେ ଚକଟି ଦିଅନ୍ତୁ। ଏବେ ସେହି ଚକଟାକୁ ନେଇ ଛୋଟଛୋଟ ଗୋଲ କରି , ବେଲଣାପଟାରେ ତେଲ ଦେଇ ପୁରି ଭଳି ବେଲାନ୍ତୁ । ଏହାପରେ ଗ୍ୟାସ୍‌ରେ କଡେଇ ବସେଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେଥିରେ ପୁରି ପକାଇ ଛାଣନ୍ତୁ। ଦେଖିବେ ଉଭୟ ପାଖ ହାଲ୍‌କା ଗୋଲ୍ଡେନ୍ କଲର ହୋଇଗଲେ ଗୋଟିଏ ପ୍ଲେଟକୁ କାଢି ରଖି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆଳୁ ପୁରୀ । ଆପଣ ଆଳୁ ପୁରିକୁ କୌଣସି ତରକାରୀ ବା ଚଟଣୀ, ଆଚାର ସହ ଖାଇ ପାରିବେ।

Leave a Reply

Your email address will not be published. Required fields are marked *