ରାଜ୍ଯରେ ହାଲକା ବର୍ଷା ସମ୍ଭାବନା

ରାଜ୍ଯରେ ହାଲକା ବର୍ଷା ସମ୍ଭାବନା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୋମବାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ୫ରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।ରବିବାର ଟିଟିଲାଗଡ଼ ପୁଣି ତାତିଛି । ଏହା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ଦିନବେଳା ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ ବୌଦ୍ଧ, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ବି ବହୁ ତାତି ଅନୁଭୂତ ହୋଇଥିଲା । ଏଠାରେ ତାପମାତ୍ରା ୪୧.୫ଡିଗ୍ରୀ ରହିଥିଲା ।ସମ୍ବଲପୁରରେ ୪୧.୧ ଓ ସୋନପୁରରେ ତାପମାତ୍ରା ୪୧ ଡିଗ୍ରୀ ଥିଲା । ସୁନ୍ଦରଗଡରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତେବେ ଗତକାଲି ଭୁବନେଶ୍ୱର, ପୁରୀ ଓ କଟକ ସମେତ ଅଧିକାଂଶ ସହରର ତାପମାତ୍ରା କମ୍‌ ଥିଲା ।ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । କିନ୍ତୁ କୌଣସି ସ୍ଥାନରେ ବର୍ଷା ହୋଇନି । ସୋମବାର ଓ ମଙ୍ଗଳବାର ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ।୪ରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ୫ରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: