ମିସ୍ ଇଣ୍ଡିଆ ପ୍ଲାନେଟ ୨୦୨୨ରେ ସ୍ଥାନ ହାସଲ କଲେ ଏହି ଓଡ଼ିଆ ଝିଅ

ମିସ୍ ଇଣ୍ଡିଆ ପ୍ଲାନେଟ ୨୦୨୨ରେ ସ୍ଥାନ ହାସଲ କଲେ ଏହି ଓଡ଼ିଆ ଝିଅ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓଡ଼ିଶାର ଝିଅ ଜାତୀୟ ସ୍ତରରେ ଦେଖାଇଲେ ନିଜର ଝଲକ। ଅନ୍ୱେଷା ଅଦିତି ମହାପାତ୍ର। ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଅନ୍ୱେଷା ଜାତୀୟ ସ୍ତରରେ ବିଜୟ ଲାଭ କରି ଓଡ଼ିଶା ପାଇଁ ଆଣି ଦେଇଛନ୍ତି ଗର୍ବ ଓ ଗୌରବ। ଗ୍ଲିମଦିଭା ଦ୍ୱାରା ଦିଲ୍ଲୀରେ ଆୟୋଜିତ ହେଉଥିବା ମିସ୍ ଇଣ୍ଡିଆ ପ୍ଲାନେଟ ୨୦୨୨ରେ ଅଂଶଗ୍ରହଣ କରି ସେ ସେକେଣ୍ଡ ରନର୍ସ ଅପ ହୋଇଛନ୍ତି। ଏହି ପ୍ରତିଯୋଗିତା ମାର୍ଚ୍ଚ ୨୭ରୁ ୨୯ ମଧ୍ଯରେ ହୋଇଥିଲା। ଫାଇନାଲରେ ପହଞ୍ଚିଥିବା ୧୫ ପ୍ରତିଯୋଗୀଙ୍କ ମଧ୍ଯରେ ଅନ୍ୱେଷା ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଥିଲେ। ସୂଚନାନୁସାରେ, ଅନ୍ୱେଷା ଗଙ୍ଗାଧର ମେହେର କଲେଜରେ ସୂଚନା ବିଜ୍ଞାନ ଓ ଦୂରସଂଚାରରେ ଅଧ୍ଯୟନ କରୁଛନ୍ତି। ସେ ଜଣେ ହିନ୍ଦୁସ୍ଥାନି ଶାସ୍ତ୍ରୀୟ ଗାୟକ, ୟୁଟ୍ୟୁବର ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର। ପୂର୍ବରୁ ସେ ରାଜ୍ୟସ୍ତରୀୟ ଅନେକ ସଫଳତା ହାସଲ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: