ଏମିତି ପ୍ରସ୍ତୁତ କରନ୍ତୁ ମାଣ୍ଡିଆ ଲଡୁ

ଏମିତି ପ୍ରସ୍ତୁତ କରନ୍ତୁ ମାଣ୍ଡିଆ ଲଡୁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ମାଣ୍ଡିଆ ଅତ୍ୟନ୍ତ ପୃଷ୍ଟିକର ଖାଦ୍ୟ ହୋଇଥାଏ। ତେବେ ପାରମ୍ପରିକ ଖାଦ୍ୟ ଅପେକ୍ଷା ଏହାକୁ ବିଭିନ୍ନ ଉପାୟରେ ଖାଇବା ଅଧିକ ଭଲ ହୋଇଥାଏ। ତେବେ ମାଣ୍ଡିଆରେ ପ୍ରସ୍ତୁତ ଲଡୁ ଅତ୍ୟନ୍ତ ସ୍ଵାଦିଷ୍ଟ ଓ ସ୍ବାସ୍ଥ୍ୟକର। ତେବେ କେମିତି ତିଆରି କରିବେ ମାଣ୍ଡିଆ ଲଡୁ ଆମେ ଆପଣଙ୍କୁ କହୁଛୁ।

ଆବଶ୍ୟକ ସାମଗ୍ରୀ: ମାଣ୍ଡିଆ ଚୁନା, ନଡ଼ିଆ ଗୁଣ୍ଡ, ଗୁଡ଼, ଗୁଜୁରାତି,ବାଦାମ,କାଜୁ, ଘିଅ, ଲୁଣ।

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ମାଣ୍ଡିଆ ଚୁନାକୁ ଗରମ କରନ୍ତୁ। ଏହାପରେ କାଜୁ, ବାଦାମ ଭାଜି ଗୁଣ୍ଡ କରିଦିଅନ୍ତୁ। ଏବେ ମଣ୍ଡିଆଗୁଣ୍ଡରେ ଗୁଡ଼ ଓ ଘିଅ ପକାଇ ଭଲଭାବେ ଗୋଳାନ୍ତୁ। ଏବେ ସେଥିରେ ଗୁଜୁରାତି ଗୁଣ୍ଡ, ବାଦାମ, କାଜୁ ଗୁଣ୍ଡ ପକାଇ ଗୋଳାନ୍ତୁ। ଏବେ ତାହା ଅଠା ଧରିବା ପରେ ତାକୁ ଲଡୁ ପରି ଗୋଲ କରିବା ସହ ନଡ଼ିଆ ଗୁଣ୍ଡରେ ଗୋଳାନ୍ତୁ। ଠାକୁରଙ୍କ ଭୋଗ ପାଇଁ ଆପଣ ଏହାକୁ ବ୍ୟବହାର କରି ପାରିବେ। ଏହା ମଧୁମେହ ରୋଗ ମଧ୍ୟ ଖାଇପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: