ମକର ସଂକ୍ରାନ୍ତିରେ ରିଲିଜ ହେଲା ମ୍ୟୁଜିକ ଭିଡିଓ “ଚିତ୍ରଲେଖା”

ପ୍ରିଜମ ନ୍ୟୁଜ ବ୍ୟୁରୋ:ମୁନ୍ ଟିଭି ନିବେଦିତ, ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକଙ୍କ ପ୍ରଜଜିତ ବହୁ ପ୍ରତିକ୍ଷିତ ଓଡ଼ିଆ ମ୍ୟୁଜିକ ଭିଡିଓ “ଚିତ୍ରଲେଖା”ର ମ୍ୟୁଜିକ୍ ରିଲିଜ ଆଜି ମକର ସଂକ୍ରାନ୍ତି ଅବସରରେ ମୁନ୍ ଟିଭି ଅଫିସରେ ଏକ ବର୍ଣାଢୀୟ ପରିବେଶ ମଧ୍ୟରେ ରିଲଜ ହୋଇଯାଇଛି । ଏହି ରିଲିଜ୍ ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ବୃନ୍ଦାବନ ମିଶ୍ର,ଆମ ଟିଭି ର ମୁଖ୍ୟ ପ୍ରଣୟ ଜେଠୀ, ସମାଜ ସେବୀ ମନୋଜ ସ୍ବାଇଁଙ୍କ ସହ ମ୍ୟୁଜୀକ ଭିଡ଼ିଓର ପ୍ରଯୋଜକ ସଚ୍ଚିକାନ୍ତ ଜେନା,ବିନି ପଟ୍ଟନାୟକ ଉପସ୍ଥିତ ଥିଲେ। ଏହାର ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ ଦେଇ ଥିବା ବେଳେ ଅଭିନୟ କରିଛନ୍ତି ଅଭିନେତା ରାଜେଶ, ଅଭିନେତ୍ରୀ ଡାଇନା। ମୁଜିକ ଭିଡିଓର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଯୁବ ନିର୍ଦ୍ଦେଶକ ବାବୁ ବାବୁ ।ଗୀତ ଟିରେ ରାଜେଶ ଓ ଡାଇନା ଙ୍କ ସୁନ୍ଦର ଅଭିନୟ ଦର୍ଶକଙ୍କୁ ଭଲ ଲାଗିବା ସହ ବହୁ ମ୍ୟୁଜିକ୍ ଭିଡିଓ ରେ ନିର୍ଦ୍ଦେଶନା ଦେଇ ଥିବା ବାବୁ ବାବୁଙ୍କ ନିର୍ଦ୍ଦେଶନା ମଧ୍ୟ ଦର୍ଶକ ଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ସମସ୍ତେ ଆଶା କରିଛନ୍ତି ।

Leave a Reply

Your email address will not be published. Required fields are marked *