କାନ ଉପରେ ଦାୟିତ୍ୱ ଭାର: ମାସ୍କକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରନ୍ତୁ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କାନ ଉପରେ ଦାୟିତ୍ୱ ଭାର: ମାସ୍କକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରନ୍ତୁ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ମାସ୍କ ଏବେ ଆମ ଜୀବନ ସହ ଜଡ଼ିତ। ନିଜ ଠାରୁ କରୋନାକୁ ଦୂରେଇ ରଖିବାକୁ ହେଲେ ମାସ୍କକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରନ୍ତୁ। ବ୍ୟକ୍ତିଗତସ୍ତରରେ ଆପଣଙ୍କ ଶୃଙ୍ଖଳା ଓ ସାବଧାନତା ହିଁ କରୋନାଠୁ ଦେବ ସୁରକ୍ଷା। ସୋସିଆଲ ମିଡିଆରେ ବାର୍ତ୍ତା ଦେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଭିଡିଓକୁ ବହୁ ସଂଖ୍ୟାରେ ଲୋକେ ଦେଖିସାରିଥିବା ବେଳେ ଲାଇକ୍ ଓ ସେୟାର ମଧ୍ୟ କରିଛନ୍ତି । ଏପରିକି ଅନେକ ରିଟ୍ୱିଟ୍ କରି ଏହାକୁ ସମସ୍ତେ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ‘ମୂଳୁ ମାଇଲେ ଯିବ ସରି ମୁହଁରେ ମାସ୍କ ବାନ୍ଧିକରି ।ଆମେ ସବୁ ଘରୁ ବାହାରକୁ ଗଲେ ମାସ୍କ ନିଶ୍ଚୟ ପିନ୍ଧିବା। ସାମାଜିକ ଦୂରତା ରକ୍ଷା କରିବା। ଆମେ ସବୁ ଆତ୍ମସଂଯମତା ରକ୍ଷା କରି ନିଜକୁ ଓ ଆମ ଆତ୍ମୀୟ ସଜ୍ଜନଙ୍କୁ ସୁରକ୍ଷା ପ୍ରଦାନ କରିବା।ଏହା ଆମରି ଦାୟିତ୍ୱ ।’

0 Comments

Leave Your Comment

Your email address will not be published. Required fields are marked *

%d bloggers like this: