ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କୁ କରୋନା: ଘର ସିଲ୍, ସାନିଟାଇଜ ଜାରି

ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କୁ କରୋନା: ଘର ସିଲ୍, ସାନିଟାଇଜ ଜାରି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ଓ ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ କରୋନା । ଏହା ସହିତ ବଚ୍ଚନ ପରିବାରର ଚାରି ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭଙ୍କ ପତ୍ନୀ ତଥା ଅଭିନେତ୍ରୀ ଜୟା ବଚ୍ଚନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି।

ଗତକାଲି ଅମିତାଭ ଓ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭ କରୋନା ପଜିଟିଭ୍‌ ହୋଇଥିବା ନେଇ ଗତକାଲି ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଥିଲେ। ଏହାପରେ ତାଙ୍କ ପୁଅ ଅଭିଷକ ବଚ୍ଚନ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଥିଲା। ତେବେ ଘରର ଅନ୍ୟ ସଦସ୍ୟ ବହୂ ଐଶ୍ୱର୍ଯ୍ୟା, ପତ୍ନୀ ଜୟା ଓ ନାତୁଣୀ ଆରାଧ୍ୟ୍ୟାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ଟେଷ୍ଟରେ ଉଭୟ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟା କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ବିଏମ୍‌ସି ସୂଚନା ଦେଇଛି।

https://twitter.com/iArmySupporter/status/1282248401338298368

ତେବେ ଆଜି ସକାଳୁ ଅମିତାଭ ବଚ୍ଚନ ବଙ୍ଗଳାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି(ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ)। ଏ ନେଇ ଅମିତାଭଙ୍କ ବଙ୍ଗଳା ଜଲ୍‌ସା ବାହାରେ ବିଏମ୍‌ସି ନୋଟିସ୍‌ ମାରି କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛି। ଏଥିସହିତ ଉକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରିବା ଆରମ୍ଭ କରିଦେଇଛି ବିଏମ୍‌ସି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: