ଟିକାଦାନରେ ଭାରତର ନୂଆ ମାଇଲଖୁଣ୍ଟ; ୨୦୦ କୋଟି ଟିକା ପ୍ରଦାନ ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଟିକାଦାନରେ ଭାରତର ନୂଆ ମାଇଲଖୁଣ୍ଟ; ୨୦୦ କୋଟି ଟିକା ପ୍ରଦାନ ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଜ୍ଞାନ ଉପରେ ଉଲ୍ଲେଖନୀୟ ଭରସା ପ୍ରଦର୍ଶନ କରି ୨୦୦ କୋଟି କୋଭିଡ-୧୯ ଟିକା ଡୋଜର ବିଶେଷ ସଂଖ୍ୟା ଅତିକ୍ରମ କରିଥିବାରୁ ଭାରତର ଲୋକଙ୍କୁ ପ୍ରଶଂସା କରିଛନ୍ତି । ଏହି ଅଭିଯାନରେ ଡାକ୍ତର, ନର୍ସ, ଆଗଧାଡିର କର୍ମଚାରୀ, ବୈଜ୍ଞାନିକ, ଉଦ୍ଭାବକ ଏବଂ ଉଦ୍ୟୋଗୀଙ୍କ ଆବେଗ ଏବଂ ନିଷ୍ଠାକୁ ସେ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଘୋଷଣାର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ଭାରତ ପୁଣି ଇତିହାସ ସୃଷ୍ଟି କରିଛି! ୨୦୦ କୋଟି ଟିକା ଡୋଜର ବିଶେଷ ସୀମା ଅତିକ୍ରମ କରିଥିବାରୁ ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ । ଭାରତର ଟୀକାକରଣ ଅଭିଯାନକୁ ଗତି ଦେବା ସହିତ ଅଦ୍ୱିତୀୟ କରିବାରେ ସହଯୋଗ କରିଥିବା ବ୍ୟକ୍ତିଙ୍କ ପାଇଁ ଗର୍ବିତ । ଏହା କୋଭିଡ-୧୯ ବିରୋଧରେ ବିଶ୍ୱସ୍ତରୀୟ ସଂଗ୍ରାମକୁ ମଜବୁତ କରିଛି ।”

ଏହି ଟିକାକରଣରେ ସଂପୂର୍ଣ୍ଣ ଭାବେ ଭାରତର ଲୋକମାନେ ବିଜ୍ଞାନ ଉପରେ ଉଲ୍ଲେଖନୀୟ ବିଶ୍ୱାସ ପ୍ରଦର୍ଶନ କରିଛନ୍ତି । ଆମର ଡାକ୍ତର, ନର୍ସ, ଆଗଧାଡିର କର୍ମଚାରୀ, ବୈଜ୍ଞାନିକ, ଉଦ୍ଭାବକ ଏବଂ ଉଦ୍ୟୋଗୀ ଏକ ନିରାପଦ ବିଶ୍ୱ ସୁନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମୁଁ ସେମାନଙ୍କର ଆବେଗ ଏବଂ ନିଷ୍ଠାକୁ ପ୍ରଶଂସା କରୁଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: