ଭାରତୀୟ ନୌସେନାରେ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାରକୁ ପ୍ରୋତ୍ସାହନ;  ‘ସ୍ପ୍ରିଣ୍ଟ ଚ୍ୟାଲେଞ୍ଜ’ ଅନାବରଣ କରିବେ ପ୍ରଧାନମନ୍ତ୍ରୀ

ଭାରତୀୟ ନୌସେନାରେ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାରକୁ ପ୍ରୋତ୍ସାହନ;  ‘ସ୍ପ୍ରିଣ୍ଟ ଚ୍ୟାଲେଞ୍ଜ’ ଅନାବରଣ କରିବେ ପ୍ରଧାନମନ୍ତ୍ରୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୮, ୨୦୨୨ ଅପରାହ୍ନ ୪.୩୦ରେ ଡଃ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର, ନୂଆଦିଲ୍ଲୀ ଠାରେ ଏନଆଇଆଇଓ (ନୌସେନା ନବାଚାର ଓ ସ୍ୱଦେଶୀକରଣ ସଂଗଠନ) ସେମିନାର ‘ସ୍ୱାବଲମ୍ବନ’କୁ ସମ୍ବୋଧିତ କରିବେ ।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଆତ୍ମନିର୍ଭର ଭାରତର ପ୍ରମୁଖ ସ୍ତମ୍ଭ । ଏହି ପ୍ରୟାସକୁ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାରେ ସ୍ୱଦେଶୀ ପ୍ରଯୁକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ଉଦ୍ଦିଷ୍ଟ ‘ସ୍ପ୍ରିଣ୍ଟ ଚ୍ୟାଲେଞ୍ଜ’ ଅନାବରଣ କରିବେ । ‘ଆଜାଦୀ କା ଅମ୍ରିତ ମହୋତ୍ସବ’ ଅଂଶବିଶେଷ ଭାବେ ଏନଆଇଆଇଓ ପ୍ରତିରକ୍ଷା ନବାଚାର ସଂଗଠନ (ଡିଆଇଓ) ସହ ମିଳିତ ଭାବେ ଭାରତୀୟ ନୌସେନାରେ ଅତିକମରେ ୭୫ଟି ନୂଆ ସ୍ୱଦେଶୀ ପ୍ରଯୁକ୍ତି/ଉତ୍ପାଦ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ସହଭାଗୀ ପ୍ରକଳ୍ପର ନାମ ସ୍ପ୍ରିଣ୍ଟ (ଆଇଡେକ୍ସ, ଏନଆଇଆଇଓ ଓ ଟିଡିଏସି ମାଧ୍ୟମରେ ଆର ଏଣ୍ଡ ଡିରେ ଉତ୍କର୍ଷତା ପ୍ରତିପାଦନ କରିବା) ରହିଛି ।   

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତୀୟ ଶିଳ୍ପ ଓ ଶିକ୍ଷାଜଗତକୁ ନିୟୋଜିତ କରିବା ଏହି ସେମିନାରର ଉଦ୍ଦେଶ୍ୟ । ଏହି ଦୁଇଦିନିଆ ସେମିନାର (ଜୁଲାଇ ୧୮-୧୯) ଶିଳ୍ପ, ଶିକ୍ଷା, ସେନା ଓ ସରକାରୀ ପ୍ରତିନିଧିମାନଙ୍କୁ ପ୍ରତିରକ୍ଷା କ୍ଷେତ୍ରରେ ଚିନ୍ତନ ଓ ପ୍ରସ୍ତାବ ବିନିମୟ ପାଇଁ ମିଳିତ ମଞ୍ଚ ପ୍ରଦାନ କରିବ । ନବାଚାର, ସ୍ୱଦେଶୀକରଣ, ଅସ୍ତ୍ରଶସ୍ତ୍ର ଓ ବିମାନ ଉଡ୍ଡୟନ ପାଇଁ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବ । ସେମିନାରର ଦ୍ୱିତୀୟ ଦିନରେ ସରକାରଙ୍କ ସାଗର (ଅଞ୍ଚଳର ସମସ୍ତଙ୍କ ସୁରକ୍ଷା ଓ ବିକାଶ) ଦୃଷ୍ଟିକୋଣ ଅନୁଯାୟୀ ଭାରତ ମହାସାଗର ଅଞ୍ଚଳରେ ବ୍ୟାପକତା ସମ୍ପର୍କରେ ଆଲୋଚନା ହେବ ।         

0 Comments

Leave Your Comment

Your email address will not be published. Required fields are marked *

%d bloggers like this: