କରୋନା ଖବର: ରାଜ୍ୟରେ ସୁସ୍ଥତା ହାର ସନ୍ତୋଷଜନକ !

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ଦୈନିକ ସଂକ୍ରମଣ ହାର ଏବଂ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛି । ଏହାରି ମଧ୍ୟରେ ସୁସ୍ଥତାହାର ମଧ୍ୟ ବେଶ୍ ସନ୍ତୋଷଜନକ । ଗତ କିଛି ଦିନ ଧରି ରାଜ୍ୟରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇ ବିଭିନ୍ନ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ୩୮୯୬ ଜଣ କରୋନା ରୋଗୀ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ମୋଟ କରୋନା ସୁସ୍ଥ ସଂଖ୍ୟା ୧ ଲକ୍ଷ ୮୧ ହଜାର ୪୮୧ରେ ପହଞ୍ଚିଛି।

ତେବେ ସୁସ୍ଥ ହୋଇଥିବା ଏହି ନୂଆ କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୬୫୭, କଟକରୁ ୪୪୨, ବାଲେଶ୍ୱରରୁ ୨୨୬, ଅନୁଗୁଳରୁ ୨୧୭, ପୁରୀରୁ ୧୮୨, ଜଗତସିଂହପୁରରୁ ୧୭୧, ମୟୂରଭଞ୍ଜରୁ ୧୬୨, ଯାଜପୁରରୁ ୧୫୩, ଝାରସୁଗୁଡ଼ାରୁ ୧୫୧, କୋରାପୁଟରୁ ୧୨୬, ସୁନ୍ଦରଗଡ଼ରୁ ୧୧୯, ନୟାଗଡ଼ରୁ ୧୧୫, କେନ୍ଦ୍ରାପଡ଼ାରୁ ୧୧୨, ସମ୍ବଲପୁରରୁ ୧୧୦, କଳାହାଣ୍ଡିରୁ ୧୦୪, ବରଗଡ଼ରୁ ୯୭, ନବରଙ୍ଗପୁରରୁ ୭୬, ଭଦ୍ରକରୁ ୭୪, ମାଲକାନଗିରିରୁ ୭୨, ସୋନପୁରରୁ ୭୦, ବଲାଙ୍ଗିରରୁ ୬୮, କେନ୍ଦୁଝରରୁ ୫୫, ନୂଆପଡ଼ାରୁ ୪୯, ଢ଼େଙ୍କାନାଳରୁ ୪୫, ଗଞ୍ଜାମରୁ ୪୦, କନ୍ଧମାଳରୁ ୪୦, ରାୟଗଡ଼ାରୁ ୨୫, ବୌଦ୍ଧରୁ ୨୦, ଗଜପତିରୁ ୧୫ ଓ ଦେବଗଡ଼ରୁ ୧୨ ଜଣ ରହିଛନ୍ତି। ସେହିପରି ଷ୍ଟେଟପୁଲରୁ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

%d bloggers like this: