ଅକ୍ଟୋବର ପହିଲାରୁ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଅକ୍ଟୋବର ପହିଲା ଓ ତା’ପରଠାରୁ ପୂର୍ବତଟ ରେଳପଥ ଦ୍ୱାରା ଚଳାଚଳ କରୁଥିବା ବିଶେଷ ଟ୍ରେନର ଅନ୍ୟ ଷ୍ଟେସନ ମାନଙ୍କ ଠାରେ ଅତିରିକ୍ତ ରହଣି ଏବଂ କେତେକ ବିଶେଷ ଟ୍ରେନକୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ ଗୁଡ଼ିକ ସମ୍ପ୍ରସାରଣ ଏବଂ ଅତିରିକ୍ତ ଷ୍ଟପେଜ୍‌ ପାଇଁ ପ୍ରସ୍ତୁତି କରିବାକୁ ପୂର୍ବତଟ ରେଳପଥ ସମସ୍ତ ସମ୍ପୃକ୍ତି ବିଭାଗ ଗୁଡ଼ିକୁ ସମୟ ଦେଇଛି । ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ ସ୍ୱତନ୍ତ୍ର କୋଣାର୍କ ଏକ୍ସପ୍ରେସ ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁର ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ ।

ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ୱତନ୍ତ୍ର ଏକ୍ସପ୍ରେସ ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ । ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ତ୍ରି-ସପ୍ତାହ ବିଶେଷ ଟ୍ରେନ ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ । ହାଓଡ଼ା-ତିରୁଚିରାପଲ୍ଲୀ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ ଉଭୟ ଦିଗରୁ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ । ଖୋର୍ଦ୍ଧା ରୋଡ-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ ବିଶେଷ ଟ୍ରେନ ଉଭୟ ଦିଗରୁ କାଳୁପଡ଼ାଘାଟ, ବାଲୁଗାଁ, ଖଲିକୋଟ, ଛତ୍ରପୁର ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ । ଖୋର୍ଦ୍ଧା ରୋଡ-ଓଖା-ଖୋର୍ଦ୍ଧା ରୋଡ ବିଶେଷ ଟ୍ରେନ ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁରରେ ଅତିରିକ୍ତ ରହଣି କରିବ । ଭୁବନେଶ୍ୱର ଅହମ୍ମଦାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର ଉଭୟ ଦିଗରୁ ବଇଣ୍ଡା, ରେଢ଼ାଖୋଲ, ହୀରାକୁଦ ଠାରେ ଅତିରିକ୍ତ ରହଣି କରିବ । ଭୁବନେଶ୍ୱର ଦୁର୍ଗ ଭୁବନେଶ୍ୱର ସ୍ପେଶିଆଲ ଉଭୟ ଦିଗରୁ ବରପାଲି, ବଡ଼ମାଳ, ହରିଶଙ୍କର ରୋଡ ଓ ନୱାପଡ଼ା ରୋଡରେ ଅତିରିକ୍ତ ରହଣି କରିବ ।

ଅକ୍ଟୋବର ମାସ ପହିଲା ଠାରୁ ଟ୍ରେନ ଗୁଡିକର ଓଡ଼ିଶାରେ ଅତିରିକ୍ତ ରହଣି ସୂଚନା:

୧. ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ ସ୍ୱତନ୍ତ୍ର କୋଣାର୍କ ଏକ୍ସପ୍ରେସ (୦୧୦୧୯/୦୧୦୨୦)-ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁର ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ।
୨. ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକ୍‌‍ନାମା ସ୍ୱତନ୍ତ୍ର ଏକ୍ସପ୍ରେସ (୦୨୭୦୪/୦୨୭୦୩)-ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ।
୩. ଗୌହାଟୀ-ବେଙ୍ଗାଲୁରୁ-ଗୌହାଟୀ ତ୍ରି-ସପ୍ତାହ ବିଶେଷ ଟ୍ରେନ (୦୨୫୧୦/୦୨୫୦୯)-ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ।
୪. ହାଓଡ଼ା-ତିରୁଚିରାପଲ୍ଲୀ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ (୦୨୬୬୩/୦୨୬୬୪)-ଉଭୟ ଦିଗରୁ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ।
୫. ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ (୦୨୮୪୩/୦୨୮୪୪)-ଉଭୟ ଦିଗରୁ କାଳୁପଡାଘାଟ, ବାଲୁଗାଁ, ଖଲିକୋଟ, ଛତ୍ରପୁର ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ।
୬. ଖୋର୍ଦ୍ଧା ରୋଡ଼-ଓଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ (୦୨୮୪୩/୦୨୮୪୪)-ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁରରେ ଅତିରିକ୍ତ ରହଣି କରିବ।
୭. ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ (୦୨୯୭୩/୦୨୯୭୪)-ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁର ଏବଂ ମୁନିଗୁଡା ଠାରେ ଅତିରିକ୍ତ ରହଣି କରିବ।
୮. ଭୁବନେଶ୍ୱର-ଅହମ୍ମଦାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର (୦୨୮୪୩/୦୨୮୪୪)-ଉଭୟ ଦିଗରୁ ବଇଣ୍ଡା, ରେଢ଼ାଖୋଲ, ହୀରାକୁଦ ଠାରେ ଅତିରିକ୍ତ ରହଣି କରିବ।
୯. ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସାମଲପୁର (୦୮୪୨୫/୦୮୪୨୬)-ଉଭୟ ଦିଗରୁ ବରପାଲି, ବଡ଼ମାଳ, ହରିଶଙ୍କର ରୋଡ ଏବଂ ନୱାପଡା ରୋଡରେ ଅତିରିକ୍ତ ରହଣି କରିବ।
୧୦. ବିଶାଖାପାଟନମ୍-କୋରବା-ବିଶାଖାପାଟନମ୍ ବିଶେଷ ଟ୍ରେନ (୦୮୫୧୮/୦୮୫୧୭)-ଉଭୟ ଦିଗରୁ ମୁନିଗୁଡା ଏବଂ ହରିଶଙ୍କର ରୋଡରେ ଅତିରିକ୍ତ ରହଣି କରିବ।

ସେହିପରି ଅକ୍ଟୋବର ମାସ ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ ହେବାକୁ ଥିବା ଟ୍ରେନର ସୂଚନା :

୧. ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ୍ (୦୨୮୦୧/୦୨୮୦୨)- ଅକ୍ଟୋବର ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ କରାଯାଇଛି।
୨. ଭୁବନେଶ୍ୱର-ସିଆଲଦା-ଭୁବନେଶ୍ୱର ଦୁରନ୍ତ ସ୍ପେଶାଲ୍ (୦୨୨୦୨/୦୨୨୦୧)-ସିଆଲଦାରୁ ୩୦ ସେପ୍ଟେମ୍ବରରୁ ଏବଂ ଭୁବନେଶ୍ୱରରୁ ଅକ୍ଟୋବର ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ ହେବ।
୩. ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ବିଶେଷ ଟ୍ରେନ (୦୮୪୨୫/୦୮୪୨୬)-ଉଭୟ ଦୁର୍ଗ ଏବଂ ଭୁବନେଶ୍ୱରରୁ ଅକ୍ଟୋବର ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ ହେବ।
୪. ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ (୦୨୮୪୩/୦୨୮୪୪)-ଉଭୟ ଖୋର୍ଦ୍ଧା ରୋଡ଼ ଏବଂ ଅହମ୍ମଦାବାଦରୁ ଅକ୍ଟୋବର ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ ହେବ।
୫. ଭୁବନେଶ୍ୱର-ଅହମ୍ମଦାବାଦ- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୦୫/୦୮୪୦୬)-ଭୁବନେଶ୍ୱରରୁ ୩୦ ସେପ୍ଟେମ୍ବରରୁ ଏବଂ ଅହମ୍ମଦାବାଦରୁ ଅକ୍ଟୋବର ୨ ତାରିଖ ଠାରୁ ପୁରୀକୁ ସମ୍ପ୍ରସାରିତ ହେବ।
୬. ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ (୦୮୪୦୧/୦୮୪୦୨)-ଖୋର୍ଦ୍ଧା ରୋଡ଼ / ପୁରୀ ରୁ ଅକ୍ଟୋବର ୪ ତାରିଖ ଠାରୁ ଏବଂ ଓଖାରୁ ୭ ଅକ୍ଟୋବରରୁ ପୁରୀକୁ ସମ୍ପ୍ରସାରିତ ହେବ।
୭. ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ (୦୨୯୭୪/୦୨୯୭୩)-ଗାନ୍ଧୀଧାମ ଠାରୁ ୧ ଅକ୍ଟୋବରରୁ ଏବଂ ଗାନ୍ଧୀଧାମ / ପୁରୀରୁ ୩ ଅକ୍ଟୋବରରୁ ପୁରୀକୁ ସମ୍ପ୍ରସାରିତ ହେବ।

%d bloggers like this: