ବାଜିଲା ଉପନିର୍ବାଚନ ବିଗୁଲ: ନଭେମ୍ବର ୩ରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଓଡ଼ିଶାର ଦୁଇ ବିଧାନସଭା ଆସନ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ଆସନ୍ତା ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ନିର୍ବାଚନ। ଏନେଇ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ ।

 ଅକ୍ଟୋବର ୯ରେ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୧୬ରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ ହେବ। ଅକ୍ଟୋବର ୧୭ରେ ଯାଞ୍ଚ ଓ ୧୯ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ଆଉ ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହେବ।

ଉପନିର୍ବାଚନ ନେଇ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି। ବିଜେଡ଼ି ପକ୍ଷରୁ ତିର୍ତ୍ତୋଳ ଦାୟିତ୍ୱ ଦେବାଶିଷ ସାମନ୍ତରାୟ, ପ୍ରଶାନ୍ତ ମୁଦୁଲି, ସଞ୍ଜୟ ଦାସବର୍ମା, ରଘୁନନ୍ଦନ ଦାସଙ୍କୁ ଦିଆଯାଇଛି। ବାଲେଶ୍ୱରରେ ପ୍ରତାପ ଦେବ, ଦେବୀ ମିଶ୍ର, ପ୍ରତାପ ଜେନା ଦାୟିତ୍ୱ ସମ୍ଭାଳିବେ। ବିଜେପି ପକ୍ଷରୁ ବାଲେଶ୍ୱରରୁ ଗୋଲକ ମହାପାତ୍ର ଓ ତିର୍ତ୍ତୋଳରୁ ପୃଥ୍ୱୀରାଜ ହରିଚନ୍ଦନ ଦାୟିତ୍ୱରେ ରହିବେ। ସେହିପରି କଂଗ୍ରେସ ପକ୍ଷରୁ ସୁରେଶ ରାଉତରାୟ ତିର୍ତ୍ତୋଳରୁ ଓ ତାରାବାହିନୀ ପତି ବାଲେଶ୍ୱରରୁ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡ଼ିଛି।

%d bloggers like this: