ଆସୁଛି ମନି ହାଇଷ୍ଟ-୫ ! ‘ପ୍ରଫେସର’ ଭୂମିକାରେ ଅଭିନୟ କରିବାକୁ ସ୍ୱପ୍ନ ଦେଖୁଛନ୍ତି ‘ଭିକି ଡୋନର୍’…

ଆସୁଛି ମନି ହାଇଷ୍ଟ-୫ ! ‘ପ୍ରଫେସର’ ଭୂମିକାରେ ଅଭିନୟ କରିବାକୁ ସ୍ୱପ୍ନ ଦେଖୁଛନ୍ତି ‘ଭିକି ଡୋନର୍’…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଲୋକପ୍ରିୟ ୱେବ ସିରିଜ ‘ମନି ହାଇଷ୍ଟ’ର ସିଜିନ-୫ ନେଇ ମିଳିଛି ଗ୍ରୀନ ସିଗନାଲ । ଏନେଇ କ୍ରିଉର ଅଧିକାଂଶ ସଦସ୍ୟ ସବୁଜ ସଙ୍କେତ ଦେଇଛନ୍ତି। ମୂଳ ସ୍ପାନିସ୍ ନାଁ ‘ଲା କାସା ଦି ପାପେଲ’ ବା ମନି ହାଇଷ୍ଟର ଚତୁର୍ଥ ସଂସ୍କରଣ ଗତ ଏପ୍ରିଲ ୩ ତାରିଖରେ ରିଲିଜ ହୋଇଥିଲା। ଏହା ରିଲିଜ ହେବାପରେ ହିଁ ଜଣାପଡୁଥିଲା ଯେ ଏହାର ଆଉ ଏକ ସିଜିନ ଆସିବ । ଏବେ ଏହି ସିରିଜର ସ୍ରଷ୍ଟା ଆଲେକ୍ସ ପିନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ସେହିପରି ପେଦ୍ରୋ ଏଲୋନ୍ସୋ, ଯିଏ କି ଏହି ସିରିଜରେ ବର୍ଲିନ ଭୂମିକାରେ ଅଭିନୟ କରିଛନ୍ତି ସେମଧ୍ୟ ଏନେଇ ଏକ ପୋଷ୍ଟ କରିଛନ୍ତି। ତେବେ ବିଧିବଦ୍ଧ ଭାବେ ଏହାର କୌଣସି ତାରିଖ ଘୋଷଣା ହୋଇ ନ ଥିଲେ ବି ଏହାର କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି।


ଅନ୍ୟପଟେ ବଲିଉଡ ଅଭିନେତା ଆୟୁଷମାନ ଖୁରାନାଙ୍କୁ ଘାରିଛି ମନି ହାଇଷ୍ଟ ଚିନ୍ତା । ଆଜିକାଲି ସେ କୁଆଡ଼େ ଏନେଇ ଖାଲି ସ୍ୱପ୍ନ ଦେଖୁଛନ୍ତି। ତେବେ ଏହି ସିରିଜର ମୁଖ୍ୟ ଚରିତ୍ର ‘ପ୍ରଫେସର’ ଭୂମିକାରେ ଅଭିନୟ କରିବାକୁ ଆୟୁଷମାନ ମନ ବଳାଇଛନ୍ତି। ବଲିଉଡରେ ଯଦି ଏହାର ରିମେକ୍ କରାଯାଏ, ତେବେ ସେ ପ୍ରଫେସର ଭୂମିକାରେ ଅଭିନୟ କରିବାକୁ ତୟାର ଅଛନ୍ତି ବୋଲି କହିଛନ୍ତି।

ଏହାସହ ସ୍ପାନିସ୍ ବିପ୍ଲବୀ ଅଭିନେତା ସାଲଭାଡର ଡଲିଙ୍କ ବିଷୟରେ ଆୟୁଷମାନ ଆଜିକାଲି ପଢୁଛନ୍ତି। ଏହି ସିରିଜରେ ଏହି ଅଭିନେତାଙ୍କ ମୁହଁ ଆକୃତିର ମାସ୍କ ଓ ନାଲି ରଙ୍ଗର ସୁଟ୍, ଚୋରମାନେ ପିନ୍ଧିଛନ୍ତି। ଏହି ମାସ୍କକୁ ସେଠାକାର ଜାତୀୟ ଗର୍ବ ମାନିବା ସହ ରାଜନୈତିକ ଆନ୍ଦୋଳନ ସମୟରେ ମଧ୍ୟ ପରିଧାନ କରାଯାଇଥାଏ। ତେବେ ଆୟୁଷମାନ କେବଳ ଡଲିଙ୍କ ବିଷୟରେ ପଢୁନାହାନ୍ତି, ତାଙ୍କ ପିଆନୋରେ ସେ ‘ବେଲା ଚାଓ’ ଗୀତର ଧୁନ୍ ମଧ୍ୟ ଅଭ୍ୟାସ କରୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: