ଏମିତି ତିଆରି କରନ୍ତୁ ସ୍ଵାଦିଷ୍ଟ ‘ମଞ୍ଜା କଟ୍‌ଲେଟ୍’

ଏମିତି ତିଆରି କରନ୍ତୁ ସ୍ଵାଦିଷ୍ଟ ‘ମଞ୍ଜା କଟ୍‌ଲେଟ୍’

ଶୀତୁଆ ସନ୍ଧ୍ୟାରେ ଟିକେ ଗରମ ଗରମ ଚଟପଟା ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ଯେମିତି ପକଡି, ବରା, କଟ୍‌ଲେଟ୍ ଇତ୍ୟାଦି। ତେବେ ଆପଣ କୋବି ବା ଭେଜ୍ କଟ୍‌ଲେଟ୍ ଖାଇଥିବେ ହେଲେ ଆଜି ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ଵାଦିଷ୍ଟ କଟ୍‌ଲେଟ୍ ବିଷୟର ଜଣାଇବାକୁ ଯାଉଛୁ। ଏହା ସ୍ବାସ୍ଥ୍ୟ ଉପଯୋଗୀ ମଧ୍ୟ। ଯାହା ହେଉଛି ‘ମଞ୍ଜା କଟ୍‌ଲେଟ୍’।

ଆବଶ୍ୟକ ସାମଗ୍ରୀ: -କଦଳୀ ମଞ୍ଜା ଖଣ୍ଡେ ଛୋଟ ଛୋଟ କଟା

-ଆଳୁ ୨ ଟି

-ପିଆଜ ୧ ଟା ଛୋଟ କଟା -ରସୁଣ ୫/୬ କୋଲା

– କଞ୍ଚା ଲଙ୍କା ଛୋଟ ଛୋଟ କଟା

– ଧନିଆ ପତ୍ର ଛୋଟ ଛୋଟ କଟା

– ଅଦା ୧ ଇଞ୍ଚ

– ଆବଶ୍ୟକତା ଅନୁଯାୟୀ ରିଫାଇନ୍ ତେଲ

– ଗରମ ମସଲା ୧ ଚାମଚ

– ଲୁଣ ଆବଶ୍ୟକତା ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ମଞ୍ଜାକୁ ଛୋଟ ଛୋଟ କରି କାଟି ଭଲଭାବେ ଧୋଇ ଦିଅନ୍ତୁ । ତାକୁ ଧୋଇବା ପରେ ଏକ ପାତ୍ରରେ ଛାଣି ରଖନ୍ତୁ। ପରେ ଏହାକୁ ପ୍ରେସର କୁକରରେ ଲୁଣ ଓ ହଳଦୀ ଦେଇ ସିଝାନ୍ତୁ। ଏବେ ସିଝା ଆଳୁକୁ ଚୋପା ଛଡ଼ାଇ ଏକ ପାତ୍ରରେ ରଖନ୍ତୁ । ଏହା ପରେ ଗ୍ୟାସରେ କଡ଼େଇ ବସେଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ କଟା ପିଆଜ, କଟା କଞ୍ଚା ଲଙ୍କା,କଟା ରସୁଣ,କଟା ଅଦା ପକାଇ ହାଲୁକା ଆଞ୍ଚରେ ଅଳ୍ପ ସମୟ ପାଇଁ ଭାଜନ୍ତୁ। ସେଗୁଡିକ ଭାଜି ହେବା ପରେ ସେଥିରେ ପୂର୍ବରୁ ସିଝା ହୋଇଥିବା ମଞ୍ଜାକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ କରେଇରେ ମଞ୍ଜାକୁ କିଛି ସମୟ ପର୍ଯ୍ୟନ୍ତ ଭାଜନ୍ତୁ। ମଞ୍ଜା ଭଲ ଭାବେ ଭାଜି ହେବା ପରେ ଏହାକୁ ଏକ ପାତ୍ରରେ କାଢ଼ି ଦିଅନ୍ତୁ। ଏବେ ସେଥିରେ ସିଝା ଆଳୁକୁ ଭଲଭାବେ ଚକଟି ସେଥିରେ କଟା ଧନିଆ ପତ୍ର,ଗରମ ମସଲା ଓ ସ୍ୱାଦନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ଚକଟା ମଞ୍ଜା ମସଲାର ମିଶ୍ରଣକୁ କଟଲେଟ୍ ବା ବରା ଆକାର କରି ଏକ ପାତ୍ରରେ ରଖନ୍ତୁ।ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟ୍‌ଲେଟ୍ ଆକାରରେ କରିଥିବା ମଞ୍ଜାକୁ ଛାଣନ୍ତୁ। ଏହା ଟିକେ ବ୍ରାଉନ ରଙ୍ଗର ହୋଇ ଆସିବା ବେଳକୁ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମଞ୍ଜା କଟ୍‌ଲେଟ୍। ଆପଣ ତା ଉପରେ କଞ୍ଚା ପିଆଜ, ଧନିଆ ପତ୍ର ଦେଇ ପରସନ୍ତୁ। ଏହା ସହ‘ମଞ୍ଜା କଟ୍‌ଲେଟ୍’କୁ ଆପଣ ଟମାଟୋ ସସ, ଚିଲି ସସ କିମ୍ବା କୌଣସି ଚଟଣି ଦେଇ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: