ବିଶ୍ଵ ସୁନ୍ଦରୀ ୨୦୨୧ ଟାଇଟଲ ଜିତିଲେ ଭାରତ ଝିଅ ହରନାଜ କୌର ସାନ୍ଧୁ

ବିଶ୍ଵ ସୁନ୍ଦରୀ ୨୦୨୧ ଟାଇଟଲ ଜିତିଲେ ଭାରତ ଝିଅ ହରନାଜ କୌର ସାନ୍ଧୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୨୧ ବର୍ଷ ପରେ ଭାରତ ଜିତିଲା ବ୍ରହ୍ମାଣ୍ଡ ସୁନ୍ଦରୀର ତାଜ୍‌। ୨୦୨୧ ମିସ୍ ୟୁନିଭର୍ସ କ୍ରାଉନ୍ ଜିତିଲେ ଭାରତର ଝିଅ ହରନାଜ କୌର ସାନ୍ଧୁ । ୨୦୦୦ ରେ ଲାରା ଦତ୍ତା ଏହି ଟାଇଟଲ୍ ଜିତିବାର ୨୧ ବର୍ଷ ପରେ ହରନାଜ କୌର ସନ୍ଧୁ ଏଥର ମିସ୍ ୟୁନିଭର୍ସ ଟାଇଟଲ ଜିତିବାରେ ସକ୍ଷମ ହୋଇଛନ୍ତି । ଇସ୍ରାଏଲର ଏଲାଟରେ ଆୟୋଜିତ ୭୦ ତମ ମିସ୍ ୟୁନିଭର୍ସ ୨୦୨୧ ରେ ସାନ୍ଧୁ ଆଜି ଭାରତର ପ୍ରତିନିଧିତ୍ୱ କରିଥିଲେ। ସେହିପରି ପ୍ରଥମ ଏବଂ ଦ୍ୱିତୀୟ ରନର୍ସଅପ୍ ଯଥାକ୍ରମେ ପାରାଗୁଏ ଏବଂ ଦକ୍ଷିଣ ଆଫ୍ରିକା ପ୍ରତିଯୋଗି ହୋଇଛନ୍ତି ।ମେକ୍ସିକୋରୁ ପୂର୍ବତନ ମିସ୍ ୟୁନିଭର୍ସ ୨୦୨୦ ଆଣ୍ଡ୍ରିଆ ମେଜାଙ୍କ ସାନ୍ଧୁଙ୍କୁ ମୁକୁଟ ପ୍ରଦାନ କରିଥିଲେ । ହରନାଜ କୌର ହେଉଛନ୍ତିି ଭାରତର ଚଣ୍ଡୀଗଡର ବାସିନ୍ଦା । ଏହା ପୂର୍ବରୁ ହରନାଜ ୨୦୧୭ରେ ମିସ୍ ଚଣ୍ଡୀଗଡ ଟାଇଟଲ ମଧ୍ୟ ଜିତିଥିଲେ । ଏହାପରେ ୨୦୧୮ରେ ସେ ମିସ୍ ମ୍ୟାକ୍ସ ଇମର୍ଜିଂ ଷ୍ଟାର ଇଣ୍ଡିଆ ଟାଇଟଲ ଜିତିଥିଲେ । ଦୁଇ ଦୁଇଟି ଟାଇଟଲ ଜିତିବା ପରେ ସେ ୨୦୧୯ରେ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେଠାରେ ଟପ୍ ୧୨ରେ ମଧ୍ୟ ସେ ସ୍ଥାନ ପାଇଥିଲେ । ୧୯୯୪ ରେ ଅଭିନେତ୍ରୀ ସୁସ୍ମିତା ସେନ୍ ଏବଂ ୨୦୦୦ ରେ ଲାରା ଦତ୍ତା ଏହି ଟାଇଟଲ ଜିତିଥିବା ବେଳେ ସାନ୍ଧୁକୁ ମିଶାଇ ଭାରତର ୩ ଜଣ ମିସ୍ ୟୁନିଭର୍ସ ହୋଇଛନ୍ତି ।ତେବେ ତାଙ୍କର ଏହି ବିଜୟରେ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: