କରାଚିରେ ଭୟଙ୍କର ବିସ୍ଫୋରଣ ୧୨ ମୃତ,ବିସ୍ଫୋରଣର କାରଣ ଅସ୍ପଷ୍ଟ

ପ୍ରିଜମ ନ୍ୟୁଜ ବ୍ୟୁରୋ:ପାକିସ୍ତାନ ରାଜଧାନୀ କରାଚିରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଥିବା ବେଳେ ଏହି ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣ ସହରର ଶେରଶାହ ପାରାଚା ଚୌକ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣର ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ୪ ଜଣଙ୍କ ମୃତ୍ୟୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିବା ସୂଚନା ମିଳିଛି। ଏହାସହ ଅନ୍ୟ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।ଖବର ଅନୁଯାୟୀ, ବିସ୍ଫୋରଣ ଗୋଟିଏ ପରିତ୍ୟକ୍ତ ନାଳରେ ହୋଇଛି। ନାଳରେ ଗ୍ୟାସ୍ ପାଇପି ଫାଟି ବିସ୍ଫୋରଣ ହୋଇଥିବା କୁହାଯାଇଛି। ଯାହାଦ୍ଵାରା ସେଠାରେ ଥିବା ଏକ ପ୍ରାଇଭେର୍ଟ ବ୍ୟାଙ୍କର କୋଠା ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବିସ୍ଫୋରଣ ପରେ ସେଠାରେ ବୋମା ନିଷ୍କ୍ରିୟକାରୀ ଦଳ ଓ ପୋଲିସ ପହଞ୍ଚି ଥିଲେ।ପୋଲିସ ଓ ଟିମ୍‌ ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଅଘଟଣ ଆଶଙ୍କା କରି ଖୋଜାଖୋଜି ଜାରି ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *