ଘରେ ତିଆରି କରି ଥରେ ଚାଖନ୍ତୁ ଫୁଲକୋବି ବରା

ଘରେ ତିଆରି କରି ଥରେ ଚାଖନ୍ତୁ ଫୁଲକୋବି ବରା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଆପଣ ଫୁଲ କୋବିରେ ପ୍ରସ୍ତୁତ ଅନେକ ପ୍ରକାର ଖାଦ୍ୟ ଖାଇଥିବେ। ଫୁଲ କୋବିକୁ ଆପଣ ସବୁ ପ୍ରକାର ତରକାରୀ ପ୍ରସ୍ତୁତିରେ ବ୍ୟବହାର କରିପାରିବେ। ସନ୍ତଳାରୁ ଆରମ୍ଭ କରି ଚିଲ ଆଦି ଫୁଲ କୋବିରେ କରିବା ସହଜ ହୋଇଥାଏ। କେହି କେହି ଫୁଲ କୋବିରେ ଖିରି ମଧ୍ୟ ପ୍ରସ୍ତୁତ କରନ୍ତି। ତେବେ ଆଜି ଆମେ ଆପଣଙ୍କୁ ଫୁଲ କୋବିରେ ପ୍ରସ୍ତୁତ ଏକ ନୂଆ ପ୍ରକାର ଖାଦ୍ୟ ବିଷୟରେ କହିବୁ। ତାହା ହେଉଛି ଫୁଲ କୋବି ବରା। ଫୁଲ କୋବି ବରା ପ୍ରସ୍ତୁତ କରିବା ଯେତିକି ସହଜ ଖାଇବା ପାଇଁ ସେତିକି ସ୍ଵାଦିଷ୍ଟ। ଆପଣ ଏହାକୁ ସକଳ ବା ସନ୍ଧ୍ୟା ଜଳଖିଆ ଭାବେ ଖାଇ ପାରିବେ। ତେବେ ଚାଲନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଫୁଲ କୋବି ବରା…

ଆବଶ୍ୟକ ସାମଗ୍ରୀ:- ଫୁଲକୋବି-୨ଟା, ଚାଉଳ-୧ କପ, ଜିରା-୧ ଚାମଚ, ଅଦା ଖଣ୍ଡେ, କଞ୍ଚାଲଙ୍କା-୪/୫ ଟି, ରସୁଣ-୭/୯ କୋଲା, ପିଆଜ-୨ଟା କଟା, ତେଲ ଆବଶ୍ୟକ ଅନୁଯାୟୀ, ଧନିଆ ପତ୍ର ଛୋଟ କଟା, ଧନିଆ ପତ୍ର ବଦଳରେ ଭୂର୍ସଙ୍ଗ ପତ୍ର ମଧ୍ୟ ନେଇପାରିବେ। ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ନେବେ ।

ପ୍ରସ୍ତୁତି ପ୍ରଣାଳୀ:- ପ୍ରଥମେ ଫୁଲକୋବିକୁ ଛୋଟ ଛୋଟ କାଟି ଦିଅନ୍ତୁ । ଏଥିରେ ଲୁଣ ଓ ହଳଦି ମିଶାଇ ଅଳ୍ପ ସିଝାନ୍ତୁ । ଚାଉଳକୁ ଆଗରୁ ବତୁରାଇ ରଖନ୍ତୁ । ବତୁରା ଚାଉଳ ସହିତ ଜିରା, ଅଦା, ରସୁଣ ଓ କଞ୍ଚାଲଙ୍କା ମିଶାଇ ଚିକ୍କଣ କରି ବାଟି ଦିଅନ୍ତୁ । ଏବେ ସେଥିରେ କଟା ପିଆଜ ଓ କୋବି ସିଝାକୁ ମିଶାଇ ଭଲଭାବେ ଚକଟି ଦିଅନ୍ତୁ । ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ଏବେ ପୂର୍ବରୁ ଥିବା ମିଶ୍ରଣକୁ ହାତରେ ବରା ଭଳି ତିଆରି କରି ତେଲରେ ଛନାନ୍ତୁ ବା ଅଳ୍ପ ଅଞ୍ଚ ଦେଇ ଫ୍ରାୟେ କରନ୍ତୁ । ବ୍ରାଉନ ରଙ୍ଗର ହେବା ପରେ ବରକୁ ପତ୍ରକୁ କାଢି ନିଅନ୍ତୁ। ଏବେ ଫୁଲକୋବି ବରା ପ୍ରସ୍ତୁତ ହୋଇଗଲା । ଆପଣ ଏହାକୁ ଚଟଣି ବା ଶସ ସହ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: