ଓଡ଼ିଶାରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ଓମିସିୟର କିଟ୍‌

ଓଡ଼ିଶାରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ଓମିସିୟର କିଟ୍‌

ପ୍ରିଜମ ନ୍ୟୁଜ ବ୍ୟୁରୋ: ଓଡ଼ିଶାରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ଓମିସିୟର ଟେଷ୍ଟିଂ କିଟ୍‌ । ଏଣିକି ସହଜ ହୋଇପାରିବ ଓମିକ୍ରନ୍‌ ଟେଷ୍ଟ । ୫ ଲକ୍ଷ କିଟ୍‌ ଅର୍ଡର କରିଛନ୍ତି ରାଜ୍ୟ ସରକାର । ଓମିକ୍ରନ ଟେଷ୍ଟିଂ କିଟ୍ ଓଡ଼ିଶାରେ ପହଞ୍ଚିବା ପରେ ଆଉ ଜେନମ ସିକ୍ୱେନ୍ସିଂ କରିବା ଆବଶ୍ୟକ ପଡିବନି । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣର କିଟ୍ ରାଜ୍ୟକୁ ଆସିଛି । ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡ୍ ଟାଟା ଏମଡି ଓଡ଼ିଶାକୁ ଏହି କିଟ୍ ପଠାଇଛି ।ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିୟୋର କିଟ୍ ଆଣିଛି । ଓମିକ୍ରନର ଲକ୍ଷଣ ଥିଲେ ସଙ୍ଗେ ସଙ୍ଗେ ଏହି କିଟ୍‌ରେ ଟେଷ୍ଟ କରିବା ଦ୍ୱାରା ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇପାରିବ । ପ୍ରଥମ ପର୍ଯ୍ୟାୟରେ ୩୦ ହଜାର ଓମିସିୟୋର କିଟ୍ ବ୍ରହ୍ମପୁର, କଟକ, ରାଉରକେଲା ଓ ଭୁବନେଶ୍ୱରରେ ବ୍ୟବହାର ହେବ । ଟେଷ୍ଟିଂ କିଟ୍ ଆସିବା ପରେ ଡ୍ରାଏ ରନ ଚାଲିଛି । କିଟ୍ ଠିକ ଅଛି କି ନା ନାହିଁ ଟେଷ୍ଟ କରାଯାଉଛି । ଇଣ୍ଟରନାଲ ଷ୍ଟଡି ପାଇଁ ବ୍ୟବହାର କରାଯିବ । ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ଜିଲ୍ଲାକୁ କିଟ୍ ପଠାଯିବ ।ସୂଚନା ଅନୁଯାୟୀ, ଓମିକ୍ରନ୍‌ ଭାରିଆଣ୍ଟ ଚିହ୍ନଟ ପାଇଁ ଟାଟା ଓମିସିୟର କିଟ୍‌ ପ୍ରସ୍ତୁତ କରିଥିଲା । କିଛି ଦିନ ତଳେ ଏହି ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଇଥିଲା ଆଇସିଏମଆର। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିଓର କିଟ କିଣିବା ପାଇଁ ଅର୍ଡର ଦେଇଥିଲା। ୫ ଲକ୍ଷ ପରୀକ୍ଷା କିଟ୍ ପାଇଁ ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡକୁ ଅର୍ଡର ଦେଇଥିଲା ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ ଲିମିଟେଡ । ଏହି କିଟ୍ ଦ୍ବାରା ଲୋକେ ଓମିକ୍ରନ ଆକ୍ରାନ୍ତ କି ନାହିଁ ଶୀଘ୍ର ଜଣା ପଡିବ । ତେବେ ଅର୍ଡର ଅନୁଯାୟୀ ବାଳକ କିଟ୍ ଖୁବ୍ ଶୀଘ୍ର ରାଜ୍ୟକୁ ଆସିବ ବୋଲି ଜଣାପଡିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: