ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର- ଏମିତି ତିଆରି କରନ୍ତୁ ପୁଷ୍ଟିକର ପାଳଙ୍ଗ ପଲାଉ

ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର- ଏମିତି ତିଆରି କରନ୍ତୁ ପୁଷ୍ଟିକର ପାଳଙ୍ଗ ପଲାଉ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପାଳଙ୍ଗରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏଥିରେ ଭିଟାମିନ୍ ଏ, ସି, କେ, ଫୋଲିକ୍ ଏସିଡ୍, କ୍ୟାଲସିୟମ୍ ଏବଂ ଆଇରନ୍ ଥାଏ ଯାହାକୁ ଆମ ଶରୀରକୁ ପୋଷାକ ତତ୍ତ୍ୱ ଯୋଗେଇବା ସହ ଶରୀରକୁ ହାଇଡ୍ରେଟ୍ ରଖେ। ତେବେ ଅନେକ ଲୋକ ସିଧାସଳଖ ଶାଗ ଭାବେ ପାଳଙ୍ଗ ଖାଇବାକୁ ପସନ୍ଦ କରନ୍ତି ନାହିଁ, ଯାହାଦ୍ଵାରା ଏଥିରେ ଥିବା ଉପକାରୀ ଉପାଦାନରୁ ସେମାନେ ବଞ୍ଚିତ ରୁହନ୍ତି। କିନ୍ତୁ ଯଦି ଥରେ ଆପଣ ପାଳଙ୍ଗରେ ପ୍ରସ୍ତୁତ ପଲାଉ କରି ଖାଆନ୍ତି ତେବେ ଅନ୍ୟ ସମସ୍ତ ପ୍ରକାର ପଲାଉ ଭୁଲିବା ସହ ପାଳଙ୍ଗ ଶାଗ ପ୍ରତି ଭଲପାଇବା ବଢିଯିବ। ବିଶେଷ କରି ପିଲାମାନଙ୍କୁ ପାଳଙ୍ଗ ଶାଗ ଖୁଆଇବା ପାଇଁ ଏହା ଏକ ଆକର୍ଷଣୀୟ ଉପାୟ। ତେବେ ଚାଲନ୍ତୁ ଜାଣିବା କିପରି ଘରେ ପାଳଙ୍ଗ ପଲାଉ ତିଆରି କରିପାରିବେ।
ପାଳଙ୍ଗ ପୁଲାଉ ପାଇଁ ଆବଶ୍ୟକ ସାମଗ୍ରୀ:-
ପାଳଙ୍ଗ ୩୦୦ ଗ୍ରାମ
ବାସୁମତୀ ଚାଉଳ – ୧ କପ୍
ଆବଶ୍ୟକ ଅନୁଯାୟୀ ଲୁଣ
ଟମାଟୋ ୨/୧ ଟା
ଭଜା ବାଦାମ ୨ /୧ କପ୍
ଖାଇବା ତେଲ ୧ ଚାମଚ
ହଳଦୀ ୧ ଚାମଚ
ଆବଶ୍ୟକ ଅନୁଯାୟୀ ପାଣି

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ପାଳଙ୍ଗ ପତ୍ରକୁ କାଟି ଛୋଟ ଛୋଟ କରି ରଖିଦିଅନ୍ତୁ। ଏହାପରେ ବାସୁମତି ଚାଉଳକୁ ୨୦ ରୁ ୩୦ ମିନିଟ୍‌ ପାଣିରେ ଭିଜାଇବା ପରେ କାଢି ଦିଅନ୍ତୁ। ଏବେ କଟା ହୋଇଥିବା ପାଳଙ୍ଗ ପତ୍ରରେ କଟା ରସୁଣ, ଅଦା ଓ କଞ୍ଚା ଲଙ୍କାକୁ ମିଶାଇ ଗ୍ରାଇଣ୍ଡ କରି ଅଲଗା କାଢ଼ି ରଖନ୍ତୁ । ଏବେ ପ୍ରେସର କୁକରରେ ଅଳ୍ପ ତେଲ ପକାଇ ଗ୍ୟାସରେ ବସାନ୍ତୁ । ସେଥିରେ ତେଜପତ୍ର, ଜିରା, ଲମ୍ବଙ୍ଗ,ଡାଲଚିନ୍‌, ଅଳେଇଚ, ଅନାସି ଫୁଲ ପକାନ୍ତୁ । ଏହା ଟିକିଏ ଗରମ ହୋଇଗଲା ପରେ ଏଥିରେ କଟାହୋଇ ରହିଥିବା ପିଆଜ ପକାଇ ଅଳ୍ପ ଆଞ୍ଚରେ ଭାଜନ୍ତୁ ଯେପରି ପିଆଜ ବାଦାମୀ ରଙ୍ଗ ହୋଇଯାଏ ।
ପୂର୍ବରୁ ଗ୍ରାଇଣ୍ଡ କରି ରଖିଥିବା ପାଳଙ୍ଗକୁ ଏଥିରେ ଢ଼ାଳନ୍ତୁ । ୪ ରୁ ୫ ମନିଟି ଯାଏ ଏହାକୁ ଘାଣ୍ଟନ୍ତୁ।
ଏବେ ପୂର୍ବରୁ ଭିଜା ହୋଇ ରହିଥିବା ଚାଉଳକୁ ସେଥିରେ ପକାଇ କିଛି ସମୟ ଘାଣ୍ଟିବା ପରେ ଦେଢ଼ କପ୍‌ ପାଣି ଦିଅନ୍ତୁ । ସ୍ୱାଦ ଅନୁସାରେ ଲୁଣ ହଳଦୀ, ବାଦାମ ଆଦି ପକାଇ ଗୋଳାଇବା ପରେ ପ୍ରେସର କୁକରକୁ ଖୋଳା ଦେଇଦିଅନ୍ତୁ। ଏବେ ଏହାକୁ ମଧ୍ୟମ ଆଞ୍ଚରେ ୮ ରୁ ୯ ମିନିଟ ଯାଏ କିମ୍ବା ୨ ରୁ ୩ ଟି ହ୍ଵିସଲ ହେବା ଯାଏ ରାନ୍ଧନ୍ତୁ । ତା’ପରେ ଗ୍ୟାସ ବନ୍ଦ କରି ପ୍ରେସର କୁକରକୁ ଆପେ ବାୟୁ ବାହାରକୁ ବାହାରିବାପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାଳଙ୍ଗ ପଲାଉ। ଏହାକୁ ରାଇତା କିମ୍ବା ଆଚାର ସହ ଖାଇ ପାରିବେ । ଏଥିରେ ଗୁଆଘିଅ ପକେଇଲେ ଅଧିକ ସ୍ବାଦ ବାହାରେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: