ମଦ ଶୁଙ୍ଘିଲେ ଭଲ ହେଉଛି କରୋନା! ବୈଜ୍ଞାନିକ ଜଣାଇଲେ ସତ୍ୟ

ମଦ ଶୁଙ୍ଘିଲେ ଭଲ ହେଉଛି କରୋନା! ବୈଜ୍ଞାନିକ ଜଣାଇଲେ ସତ୍ୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କରୋନା ମହାମାରୀ ରୋକ ଲଗେଇବା ପାଇଁ ବିଶ୍ଵର ବିଭିନ୍ନ ଦେଶରେ ପୁଙ୍ଖାନୁପୁଙ୍ଖ ଗବେଷଣା କରାଯିବା ସହ ଏହାର ଅନେକ ପ୍ରକାରର ଚିକିତ୍ସା ଦାବି କରାଯାଇଛି। କରୋନାରୁ ମୁକ୍ତି ପାଇଁ ହୋମ ରେମେଡିସରୁ ଆରମ୍ଭ କରି ଦାମୀ ଔଷଧ ବ୍ୟବହାର କରୁଛନ୍ତି ଲୋକମାନେ । ଆଲକହଲରେ ନିର୍ମିତ ସାନିଟାଇଜର ବ୍ୟବହାର କରି ଏହାକୁ କେତେକାଂଶରେ ଏଡ଼ାଇ ହେଉଛି। କିନ୍ତୁ ଏବେ ମଦ ବା ଆଲକହଲକୁ ନେଇ ଆଉ ଏକ ସତ୍ୟ ପଦାକୁ ଆସିଛି। ଆଲକହଲ ଗନ୍ଧ ଶୁଙ୍ଘିଲେ କରୋନା ସଂକ୍ରମଣରୁ ରକ୍ଷା ମିଳିପାରିବ ଏବଂ ଏଥିରୁ ମୁକ୍ତି ପାଇହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ନିକଟରେ ଆମେରିକାରେ ହୋଇଥିବା ଏକ ପରୀକ୍ଷଣରୁ ଜଣାଯାଇଛି ଯେ ଆଲକହଲ ଶୁଙ୍ଘି କୋଭିଡ -୧୯ ରୁ ମୁକ୍ତି ପାଇ ହେବ। ଆମେରିକାରେ ଆଲକହଲର ବାଷ୍ପକୁ ବ୍ୟବହାର କରି କରୋନାର ଚିକିତ୍ସା ପାଇଁ ବୈଜ୍ଞାନିକମାନେ ପରୀକ୍ଷଣ ଜାରି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ, ପରୀକ୍ଷଣର ତିନୋଟି ପର୍ଯ୍ୟାୟର ଫଳାଫଳ ବାହାରିଛି, ଯାହାକୁ ନେଇ ବୈଜ୍ଞାନିକମାନେ ବହୁତ ଉତ୍ସାହିତ ଅଛନ୍ତି। କାରଣ ଏପର୍ଯ୍ୟନ୍ତ ପରୀକ୍ଷଣରେ, କିଛି ମିନିଟ୍ ଭିତରେ ରୋଗୀ ନିଶ୍ୱାସ ନେବାରେ ବହୁତ ଆରାମ ପାଇଥାଏ।
ଭାଇରସକୁ ନିହତ କରିବା ପାଇଁ ଆଲକହଲ ବାଷ୍ପ ନେବା କୌଶଳ ଯଦିଓ ବହୁତ ପୁରୁଣା, କିନ୍ତୁ ଫୁସଫୁସ ସଂକ୍ରମଣ କ୍ଷେତ୍ରରେ ଆଲକହଲ ବାଷ୍ପ ଶୁଙ୍ଘିବା ଏବଂ ସେଥିରୁ ସଫଳତା ପାଇବା ପ୍ରଥମ ଥର ସାମ୍ନାକୁ ଆସିଛି। ଏହାର ଫଳାଫଳକୁ ଦେଖି ବୈଜ୍ଞାନିକମାନେ କହିଛନ୍ତି ଯେ ଯଦି ଏହି ପ୍ରଯୁକ୍ତିବିଦ୍ୟା ସର୍ବସାଧାରଣ ବ୍ୟବହାର ପାଇଁ ଅନୁମୋଦିତ ହୁଏ, ତେବେ ଏହା ପ୍ରକୃତରେ ଏକ ଡାକ୍ତରୀ ବିପ୍ଳବ ହେବ। ଆମେରିକାର ଖାଦ୍ୟ ଏବଂ ଔଷଧ ଆଡମିଷ୍ଟେଟିଭି (FDA) ର ଡ୍ରଗ୍ ମୂଲ୍ୟାଙ୍କନ ଏବଂ ଅନୁସନ୍ଧାନ କେନ୍ଦ୍ରରେ ଏହି ଅନୁସନ୍ଧାନ ଅଗ୍ରଗତି ହୋଇଛି। ଯେଉଁଥିରୁ ସକରାତ୍ମକ ସତ୍ୟତା ମିଳିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: