ଫୁଡିଜ ଭିଲ୍ଲା ସ୍ୱତନ୍ତ୍ର- ସହଜରେ ପ୍ରସ୍ତୁତ କରନ୍ତୁ ଖଟାମିଠା ଆମ୍ବ ମୁରବା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମ୍ବ ମୁରବା ଓଡ଼ିଶାରେ ତିଆରି ହେଉଥିବା ଏକ ବିଶେଷ ପ୍ରକାର ଆଚାର। ଏହାକୁ ଥରେ ଯେଉଁ ଲୋକ ସେ ତାକୁ ବାରମ୍ବାର ଖାଇବାକୁ ଇଛା କରେ। ଆପଣ ଏହାକୁ ଭାତ, ରୁଟି କିମ୍ବା ସ୍ନାକ୍ସରେ ଖାଇ ପାରିବେ।
ଆବଶ୍ୟକ ସାମଗ୍ରୀ:-
କଞ୍ଚାଆମ୍ବ – ୧ କିଲୋ
ଚିନି – ୧ କିଲୋ
ସାଇଟ୍ରିକ ଏସିଡ – ଅଧ ଚାମଚ,
ଲୁଣ – ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:
୮ ରୁ ୧୦ଟି ପୁରା ଟାଣ ଟାଣ କଞ୍ଚା ଆମ୍ବ ବାଛନ୍ତୁ। ଏହାକୁ ଭଲ ଭାବେ ଧୋଇ ଚୋପାଛଡ଼ାଇ ସେଥିରୁ, ଟାକୁଆ ବାହାର କରି ଦିଅନ୍ତୁ। ଏବଂ ସେହି ଚୋପାଛଡ଼ ଆମ୍ବକୁ ଏବେ ବଡ଼ ବଡ଼ କରି କାଟି ରଖନ୍ତୁ। ଆମ୍ବ ଖଣ୍ଡଗୁଡ଼ିକୁ ଲୁଣ ପାଣିରେ ଅଧ ଘଣ୍ଟାଯାଏଁ ପକାଇ ରଖନ୍ତୁ। ଏହାପରେ ଖଣ୍ଡେ ସଫା କପଡ଼ାରେ ଲୁଣରେ ପଡ଼ିଥିବା ସେହି ଆମ୍ବ ଖଣ୍ଡଗୁଡ଼ିକୁ ବାନ୍ଧି ଦଶ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ୩ ଭାଗ ଚିନିରେ ଏକ ଭାଗ ପାଣି ଦେଇ ଶିରା ପ୍ରସ୍ତୁତ କରନ୍ତୁ। ଏଥିରେ ସାଇଟ୍ରିକ ଏସିଡ ଅଧ ଚାମଚ ପକାଇ ଗରମ କରନ୍ତୁ। ଏବେ ସିରାକୁ ଛାଣି ଥଣ୍ଡା କରନ୍ତୁ। ସେଥିରେ ଆମ୍ବ ଖଣ୍ଡ ଗୁଡ଼ିକୁ ପକାଇ ଗୋଳାନ୍ତୁ। ଏହି ମିଶ୍ରଣକୁ ବହଳିଆ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ। କିଛି ସମୟ ଘାଣ୍ଟିବା ପରେ ଆମ୍ବ ମୁରବା ପ୍ରସ୍ତୁତ ହୋଇଯାଇଥାଏ। ଏବେ ତାକୁ ଶୀତଳ କରି ଗୋଟିଏ କାଚ ଜାରରେ ଭଲ ଭାବରେ ବନ୍ଦ କରି ଶୁଷ୍କ ସ୍ଥାନରେ ରଖନ୍ତୁ। ଏବଂ ଆପଣଙ୍କ ଆବଶ୍ୟକ ଅନଯାୟୀ ଖାଆନ୍ତୁ। ଏହା ପ୍ରାୟ ୧ ରୁ ଦେଢ଼ ବର୍ଷ ସେହି ପରି ରହିଥାଏ, ଖରାପ ହୁଏ ନାହିଁ। ଏହାର ସ୍ବାଦ ଅଳ୍ପ ଖଟାମିଠା ହୋଇଥାଏ।

Leave a Reply

Your email address will not be published. Required fields are marked *