୪ ମାସର କୋରୋନା ଚିକିତ୍ସା ବିଲ୍ ୨୧ କୋଟି !

୪ ମାସର କୋରୋନା ଚିକିତ୍ସା ବିଲ୍ ୨୧ କୋଟି !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଖରାପ ସ୍ୱାସ୍ଥ୍ୟ ସେବା ଓ ଟଙ୍କା ଲୁଟ ନେଇ ଭାରତ ସିକିତ୍ସା ବିଭାଗ ସବୁବେଳେ ବଦନାମ । ଆମ ଦେଶରେ ଏପରି ଅନେକ ଘରୋଇ ଡାକ୍ତରଖାନା ଅଛି ଯେଉଁମାନେ ଚିକିତ୍ସା ନାମରେ ଲୋକଙ୍କୁ ଲୁଟିବାର କୌଣସି ମୌକା ଛାଡନ୍ତି ନାହିଁ। ଏଠି ଟଙ୍କା ନଦେଲେ ଶବ ମଧ୍ୟ ଛାଡନ୍ତି ନାହିଁ। କିନ୍ତୁ ଏହା କେବଳ ଆମ ଦେଶର ପରିସ୍ଥିତି, ଭାବିବା ଭୁଲ। ଆମେରିକା ପରି ଏକ ବିକଶିତ ଦେଶରେ ମଧ୍ୟ ଭାରତଠୁ ଖରାପ ଅବସ୍ଥା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ସେଠାକାର ଦାମୀ ଚିକିତ୍ସା ସୁବିଧା ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଏହି ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକରେ ଏକ ଭିଡିଓ ଅପଲୋଡ୍ କରିଥିଲେ ଏବଂ ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଥିବା ଲିଷ୍ଟ୍ ଲୋକଙ୍କ ସହ ସେୟାର କରିଛନ୍ତି। ମାତ୍ର ୪ ମାସ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସେହି ବ୍ୟକ୍ତିଙ୍କ ବିଲ୍ ପ୍ରାୟ ୨୦ କୋଟି ୭୭ ଲକ୍ଷ ଟଙ୍କା ହୋଇଥିଲା।
ଏହି ଭିଡିଓ ଟିକଟକରେ @letstalkaboutbusiness ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଥିଲା। ଏଥିରେ, କରୋନା ମହାମାରୀ ଭିତରେ ପ୍ରତ୍ୟେକ ସେବା ପାଇଁ ଆମେରିକାର ହସ୍ପିଟାଲ ଦ୍ୱାରା ସ୍ଥିର ହୋଇଥିବା ଦେୟ ହାରର ତାଲିକା ଦେଖିବାକୁ ମିଳିଛି। ଏଥିରେ, ଆନାସ୍ଥେସିଆ ଠାରୁ ଆରମ୍ଭ କରି ଆଇସିୟୁ ଭଡା ପର୍ଯ୍ୟନ୍ତ ଚିକିତ୍ସା ଏବଂ ସର୍ଜିକାଲ୍ ସାମଗ୍ରୀର ମୂଲ୍ୟ ମଧ୍ୟ ଉଲ୍ଲେଖ କରାଯାଇଛି। ମୋଟ ଉପରେ, ଗଣନା ପରେ ବ୍ୟକ୍ତି ଜଣକ କହିଛନ୍ତି ଯେ କରୋନା ସହ ଚାରିମାସ ଯୁଦ୍ଧ କରିବା ପରେ ବର୍ତ୍ତମାନ ତାଙ୍କୁ ପ୍ରାୟ ୨୧ କୋଟି ଟଙ୍କା ବିଲ୍ ଦେବାକୁ ପଡିବ।
ଏହି ଭିଡିଓ ମାଧ୍ୟମରେ ଆମେରିକାରେ ଚିକିତ୍ସା ସୁବିଧାଗୁଡ଼ିକର ରେଟ୍ ଚାର୍ଟ ମଧ୍ୟ ସାମ୍ନାକୁ ଆସିଛି। ଯଦି ଆପଣ ଆମେରିକାର ସାଧାରଣ ୱାର୍ଡରେ ନାହାଁନ୍ତି, ତେବେ ଆପଣଙ୍କୁ ଗୋଟିଏ କୋଠରୀ ପାଇଁ ପ୍ରାୟ ୩ ଲକ୍ଷ ୯୭ ହଜାର ଟଙ୍କା ଦେବାକୁ ପଡିବ। ଏଥି ସହିତ, ସେୟାର ରୁମର ମୂଲ୍ୟ ହେଉଛି ୩ ଲକ୍ଷ ୬୭ ହଜାର। କରୋନା ରୋଗୀଙ୍କୁ ଅଧିକ ସମସ୍ୟା ନିଶ୍ୱାସ ନେବାରେ ହୋଇଥାଏ। ତେବେ ଏଠାରେ ସବୁଠୁ ମହଙ୍ଗା ଚିକିତ୍ସା ରେଷ୍ପିରେଟ ଥେରାପି ଅଟେ। ଏଥିପାଇଁ ଲୋକଙ୍କଠାରୁ ୪ କୋଟି ୮ ଲକ୍ଷ ଟଙ୍କା ଆଦାୟ କରାଯାଇଥାଏ। ଏହା ବ୍ୟତୀତ ଅନ୍ୟ ସମସ୍ତ ସୁବିଧା ସେହିଭଳି ମହଙ୍ଗା ହୋଇଥାଏ।
ଭିଡିଓରେ ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି ଯେ ସେ ଗତ ଚାରିମାସ ଧରି କରୋନା ସହ ଯୁଦ୍ଧ କରୁଥିଲେ। ବର୍ତ୍ତମାନ ସେ ସମସ୍ତ ସେବାର ମୂଲ୍ୟ ଜାଣିବାକୁ ପାଇଛନ୍ତି, ତାଙ୍କ ଆକଳନ ଅନୁଯାୟୀ ତାଙ୍କୁ ପ୍ରାୟ ୨୧ କୋଟି ଟଙ୍କା ଦେବାକୁ ପଡିବ। ତେବେ ଭିଡିଓ ଦେଖିବା ପରେ ଅନେକ ଲୋକ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ଜଣେ ଲେଖିଛନ୍ତି ଯେ ଏହା ହେଉଛି ହସ୍ପିଟାଲର ରେଟ୍ ଚାର୍ଟ, ବୀମା ପରେ, ଏହା ବହୁତ କମ୍ ହୋଇଯାଏ। କିନ୍ତୁ ଯଦି ଆପଣ ଏହା କରିନାହାଁନ୍ତି, ତେବେ ରୋଗରୁ ମୁକ୍ତି ପାଇବା ପରେ ଋଣରେ ବୁଡ଼ିରହିବାକୁ ପ୍ରସ୍ତୁତ ରୁହନ୍ତୁ। ଆମେରିକାର ବେକର୍ସ ହେଲଥ କେୟାର ରିପୋର୍ଟ ଅନୁଯାୟୀ, ଆମେରିକାର ସରକାରୀ ହସ୍ପିଟାଲରେ ସପ୍ତାହେ ଚିକିତ୍ସା ପାଇଁ ମଧ୍ୟ ଅତି କମରେ ଆପଣଙ୍କୁ ୧ ଲକ୍ଷ ୭୬ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ଦେଶରେ ଚିକିତ୍ସା ଖର୍ଚ୍ଚ ଭାରତ ବା ଅନ୍ୟ କେତେକ ଦେଶ ଅପେକ୍ଷା ବହୁତ ଅଧିକ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: