ଘରେ ତିଆରି କରନ୍ତୁ ହୋଟେଲ ପରି କଡ଼ାଇ ପନିର

ଘରେ ତିଆରି କରନ୍ତୁ ହୋଟେଲ ପରି କଡ଼ାଇ ପନିର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯେଉଁମାନେ ପନିର ପ୍ରିୟ ଲୋକ ଏବଂ ସାଧା ଖାଦ୍ୟ ଖାଆନ୍ତି, ସେମାନେ ନିଶ୍ଚୟ କଡାଇ ପନିର ଖାଇବାକୁ ପସନ୍ଦ କରୁଥିବେ। କିନ୍ତୁ ସାଧାରଣତଃ କଡାଇ ପନିର ହୋଟେଲକୁ ଗଲେ ଯାଇ ଖାଇବାକୁ ମିଳିଥାଏ। କିନ୍ତୁ ଆପଣ ଚାହିଁଲେ ଘରେ ମଧ୍ୟ ହୋଟେଲ ଭଳି ସ୍ଵାଦିଷ୍ଟ କଡାଇ ପନିର ତିଆରି କରି ପାରିବେ, ସେ ପୁଣି ସହଜରେ। ତେବେ ଚାଲନ୍ତୁ ଜାଣିବା କିପରି ତିଆରି କରିବେ କଡାଇ ପନିର।
ମସଲା ପ୍ରସ୍ତୁତି ପାଇଁ କଣ କ’ଣ ଦରକାର:-
ଧନିଆ – ୨ ଚାମଚ
ଜିରା – ୧ ଚାମଚ
ଗୋଲମରିଚ – ଅଧ ଚାମଚ
ଶୁଖିଲା ଲଙ୍କା – ୨ ଟି
ଟମାଟୋ ପିଆଜ ପେଷ୍ଟ ପାଇଁ
ତେଲ – ଆବଶ୍ୟକ ଅନୁଯାୟୀ
ରସୁଣ – ୪ କୋଲା
ଅଦା – ଖଣ୍ଡେ
କଟା ପିଆଜ – ୧ ଟି
କଟା ଟମାଟୋ – ୨ ଟି
ଅନ୍ୟ ଆବଶ୍ୟକ ସାମଗ୍ରୀ:-
ବଟର – ୧ ଚାମଚ
ତେଜ ପତ୍ର – ୨ ଟି
କଞ୍ଚା ଲଙ୍କା – ୨ଟି ଛୋଟ କଟା
କସ୍ତୁରୀ ମେଥି – ୧ ଚାମଚ
ସିମଳା ଲଙ୍କା – ୧ଟା କଟା
ହଳଦୀ – ଛୋଟ ଚାମଚ
କାଶ୍ମୀର ଲାଲ ଲଙ୍କା ଗୁଣ୍ଡ – ଅଧ ଚାମଚ
ପନିର – ୧୫୦ ଗ୍ରାମ କ୍ୟୁବ ଆକୃତି କଟା
କ୍ରିମ – ୨ ଚାମଚ
ଗରମ ମସଲା – ଅଧ ଚାମଚ
ଧନିଆ ପତ୍ର – ଛୋଟ ଛୋଟ କଟା
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପ୍ୟାନ ରେ ଜିରା, ଶୁଖିଲା ଲଙ୍କା, ଧନିଆ, ଗୋଲମରିଚକୁ ଧିମା ଆଞ୍ଚ ଦେଇ ଭାଜନ୍ତୁ। ଭାଜିବା ପରେ ସେ ସବୁକୁ ଗୁଣ୍ଡ କରି ଦିଅନ୍ତୁ । ପରେ ପ୍ୟାନରେ ତେଲ ଗରମ କରି ଅଦା ଓ ରସୁଣ ପକାଇ ହାଲକା ଭାଜନ୍ତୁ । ଏବେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହାଲକା ବାଦାମୀ ରଙ୍ଗ ହୋଇ ଆସିଲେ କଟା ବିଲାତି ପକାଇ ଭାଜନ୍ତୁ । ବିଲାତି ଭାଜି ନରମ ହୋଇଗଲେ ସେ ସବୁକୁ ଭଲଭାବେ ଗ୍ରାଇଣ୍ଡିଙ୍ଗ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ।
ଏବେ ଗୋଟିଏ ବଡ କରେଇରେ ବଟର ଗରମ କରି ତେଜପତ୍ର, କଞ୍ଚା ଲଙ୍କା, କସ୍ତୁରୀ ମେଥି ପକେଇ ହାଲକା ଭାଜନ୍ତୁ । ପରେ କରେଇରେ ବଡ ଖଣ୍ଡ କଟା ପିଆଜ ଓ ସିମଳା ଲଙ୍କା ପକାଇ ୧ ମିନିଟ ପାଇଁ ଭାଜନ୍ତୁ। ଏବେ ସେଥିରେ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ଧିମା ଆଞ୍ଚରେ ଗୋଳେଇ ଭଲ ଭାବରେ ମିଶାନ୍ତୁ । ଏବେ ପିଆଜ ଓ ବିଲାତି ପେଷ୍ଟ ପକାଇ ଭଲ ଭାବରେ ଗୋଳାନ୍ତୁ । ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମସଲା ଗୁଣ୍ଡ ଓ ଲୁଣ ପକାନ୍ତୁ । ଏହାକୁ ଭଲ ଭାବରେ ମିଶାଇ ୫ ମିନିଟ ପାଇଁ ଘାଣ୍ଟନ୍ତୁ । ମସଲା କାଠୁଆ ହେଉ ଆସିଲେ ସେଥିରେ ଅଧା କପ ପାଣି ଦେଇ ଭଲଭାବେ ଗୋଳାଇ ଦିଅନ୍ତୁ । ଏବେ ସେଥିରେ କଟା ପନିର ଓ କ୍ରିମ ପକାଇ ଧିମା ଆଞ୍ଚରେ ଭଲଭାବେ ଗୋଳାନ୍ତୁ । ପରେ ଢାଙ୍କୁଣୀ ଲଗାଇ ୫ ମିନିଟ ପାଇଁ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ । ଗ୍ରେଭି ଫୁଟି ଆସିଲେ ଢାଙ୍କୁଣୀ କାଢି ଗରମ ମସଲା ଓ ଧନିଆ ପତ୍ର ପକାଇ ଭଲ ଭାବରେ ଗୋଳାଇ ଆଞ୍ଚ ବନ୍ଦ କରିଦିଅନ୍ତୁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: