ଫୁଡିଜ୍ ଭିଲ୍ଲା ସ୍ବତନ୍ତ୍ର- କୋକନଟ୍ ମିଲ୍କ ରାଇସ୍

ଫୁଡିଜ୍ ଭିଲ୍ଲା ସ୍ବତନ୍ତ୍ର- କୋକନଟ୍ ମିଲ୍କ ରାଇସ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅନେକ ସମୟରେ ଉପବାସରେ କଣ ଖାଇବେ କଣ ଖାଇବେ ଭାବି ଅନେକ ଚିନ୍ତିତ ହୋଇ ପଡ଼ନ୍ତି। ବେଳେବେଳେ ଅନେକ ଗୁଡ଼ିଏ ଆଇଟମ କରିବାକୁ ସମୟ ମଧ୍ୟ ନଥାଏ। ତେବେ ଆଜି ଆମେ କ୍ଷୀର, ନଡ଼ିଆ ଏବଂ ଚାଉଳରେ ଏକ ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତି ବିଷୟରେ ଆପଣଙ୍କୁ ଜଣାଉଛୁ। ଯାହାକି ସ୍ଵାଦିଷ୍ଟ ଓ କମ ସମୟ ଭିତରେ ହୋଇଯିବ। ଏହି ଆଇଟମ ହେଉଛି ‘ କୋକନେଟ୍ ମିଲ୍କ ରାଇସ୍’। ତେବେ ଚାଲନ୍ତୁ ଜାଣିବା କେମିତି ତିଆରି କରିବେ କୋକନେଟ ମିଲ୍କ ରାଇସ…

ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ – ୨ କପ୍, ନଡ଼ିଆ ରସ ଦେଢ଼ କପ୍, ୨ କପ୍ ପାଣି, ୨ ଚାମଚ ଅଦା-ରସୁଣ ପେଷ୍ଟ, ୧-୨ଟା କଞ୍ଚା ଲଙ୍କା, ୧ ମଧ୍ୟମ ଗାଜର, ୧ କପ୍ ଗ୍ରୀନ ମଟର, ୬ଟି ବିନ୍ସ, ୨ ଚାମଚ ତେଲ, ସ୍ୱାଦ ଅନୁଯାୟୀ ଲୁଣ।
ଗୋଟା ମସଲା:
୧/୨ ତେଜ ପତ୍ର, ୪ଟି ଗୁଜୁରାତି, ୬ଟି ଲବଙ୍ଗ, ୨ ଡାଲଚିିନ, ୧ ଚାମଚ ଜିରା
ପ୍ରଣାଳୀ: ଚାଉଳକୁ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ବତୁରାଇ ରଖନ୍ତୁ। ଏହାପରେ ପାଣିରୁ ଛାଣି ତାକୁ ଅଲଗା ରଖି ଦିଅନ୍ତୁ। ଏବେ ଗୋଟିଏ ପ୍ରେସର୍ କୁକରରେ ଘିଅ ଗରମ କରନ୍ତୁ। ସେଥିରେ କାଜୁକୁ ଭାଜନ୍ତୁ ଏବଂ ଅଲଗା ରଖନ୍ତୁ। ଏହା ପରେ, ସେଥିରେ ଗୋଟା ମସଲା ମିଶାନ୍ତୁ ଏବଂ ତାକୁ ସୁଗନ୍ଧ ଆସିବା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏଥିରେ ଅଦା-ରସୁଣ କିମ୍ବା ଉପବାସ ହୋଇଥିଲେ କେବଳ ଅଦା ପେଷ୍ଟ ମିଶାନ୍ତୁ। ଏହାର କଞ୍ଚା ଗନ୍ଧ ଦୂର ହେବା ପରେ କଞ୍ଚା ଲଙ୍କ, କଟା ପନିପରିବା ପକାଇ ଦୁଇରୁ ତିନି ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ। ତା’ପରେ କୋକନେଟ୍ ମିଲ୍କ ପାଣି ଏବଂ ଲୁଣ ମିଶାଇ ଟେଷ୍ଟ ଥରେ ଯାଞ୍ଚ କରନ୍ତୁ। ଯେତେବେଳେ ଏହା ଫୁଟିବା ଆରମ୍ଭ କରେ, ସେଥିରେ ଚାଉଳ ମିଶାନ୍ତୁ। ଆବଶ୍ୟକ ଅନୁଯାୟୀ ପାଣି ମିଶାଇ ମଧ୍ୟମ ଆଞ୍ଚରେ ପ୍ରେସର୍ ଘୋଡାଇ ରାନ୍ଧନ୍ତୁ। ଯଦି କୁକରରେ ରାନ୍ଧୁଛନ୍ତି, ତେବେ ଗୋଟିଏ ସିଟି ଆସିବା ପର୍ଯ୍ୟନ୍ତ ଏହାକୁ ରାନ୍ଧନ୍ତୁ। ଯଦି ଆପଣ ଚାହାଁନ୍ତି, ସ୍ୱାଦ ପାଇଁ ଚାଉଳ ଉପରେ ନଡିଆ କ୍ଷୀର ମଧ୍ୟ ପକାଇ ପାରିବେ। ଉପରେ ଭଜା କାଜୁ ବାଦାମ, ଗାଜର ଓ ନଡ଼ିଆ କୋର ଦେଇ ସଜେଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: