୫ ମିନିଟରେ ତିଆରି କରନ୍ତୁ ସ୍ଵାଦିଷ୍ଟ ଆଳୁ ରାଇତା

୫ ମିନିଟରେ ତିଆରି କରନ୍ତୁ ସ୍ଵାଦିଷ୍ଟ ଆଳୁ ରାଇତା

ପ୍ରିଜମ ନ୍ୟୁଜ ବ୍ୟୁରୋ:ଆପଣ ଆଳୁରେ ପ୍ରସ୍ତୁତ ଅନେକ ପ୍ରକାର ଖାଦ୍ୟ ଖାଇଥିବେ। ଭଜାରୁ ଆରମ୍ଭ କରି ଫ୍ରାଇ ପର୍ଯ୍ୟନ୍ତ ଅଳୁରେ ତିଆରି ହୋଇଥାଏ। ହେଲେ କେବେ ଆଳୁ ରାଇତା ଖାଇଛନ୍ତି କି? ଏହା ପାଟିକୁ ଯେମିତି ଟେଷ୍ଟି, ଦେହ ପାଇଁ ମଧ୍ୟ ସେମିତି ହିତକର। ତେବେ ଚାଲନ୍ତୁ ଜାଣିବା ଆଳୁ ରାଇତା ପ୍ରସ୍ତୁତି କରିବେ କିପରି…
ଆବଶ୍ୟକୀୟ ସାମଗ୍ରୀ:
୨ କପ୍‌ ଦହି, ୨ଟି ସିଝା ଆଳୁ, ୧/୨ କପ୍‌ ବୁନ୍ଦି, ଅଧ ଚାମଚ ଗୋଲମରିଚ ଗୁଣ୍ଡ, ଅଧ ଚାମଚ ଭଜା ଜିରା ଗୁଣ୍ଡ, ଅଧ ଚାମଚ କଳା ଲୁଣ, ଅଧ ଚାମଚ ଲାଲ ଲଙ୍କା ଗୁଣ୍ଡ, ଅଳ୍ପ ଧନିଆ ପତ୍ର ଛୋଟ ଛୋଟ, ଚାଟ ମସାଲା, ଆବଶ୍ୟକତା ଅନୁସାରେ ଲୁଣ, ହଳଦୀ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଗ୍ୟାସରେ କିଛି ପାଣି ଗରମ କରନ୍ତୁ। ପାଣି ଗରମ ହୋଇଗଲେ ସେଥିରେ ବୁନ୍ଦି ପକାଇ ୨ ମିନିଟ୍‌ ଭିଜାଇ ଦିଅନ୍ତୁ ଓ ସିଝା ଆଳୁକୁ ଗୁଣ୍ଡ ଗୁଣ୍ଡ କରି କାଟନ୍ତୁ। ଏବେ ଏକ ପାତ୍ରରେ ଦହି ନେଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ପାଣିରୁ ବୁନ୍ଦିକୁ ବାହାର କରି ଦହିରେ ମିଶାନ୍ତୁ। ଏବେ ସେଥିରେ ଆଳୁ, ଲୁଣ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଏହା ପରେ ଲଙ୍କା ଗୁଣ୍ଡ, ଜିରା ପାଉଡର ଓ ଚାଟ୍‌ ମସଲା ପକାଇ ଗୋଳାନ୍ତୁ। ପ୍ଲେଟ୍‌କୁ କାଢ଼ି ଧନିଆ ପତ୍ରରେ ସଜାଇ ସର୍ଭ କରନ୍ତୁ ଆଳୁ ରାଇତା। ଆପଣ ଏହାକୁ ଭାତ, ରୁଟି, ଉପମା ସହ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: