ନୂଆ ଆର୍ମି ଚିଫ୍ ମନୋଜ ପାଣ୍ଡେ

ନୂଆ ଆର୍ମି ଚିଫ୍ ମନୋଜ ପାଣ୍ଡେ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବର୍ତ୍ତମାନର ଭାଇସ୍ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଜେନେରାଲ ମନୋଜ ପାଣ୍ଡେଙ୍କୁ ଆର୍ମି ଚିଫ୍ ଭାବେ ନିଯୁକ୍ତି ମିଳିଛି । ଏପ୍ରିଲ ୩୦ ଅପରାହ୍ନରୁ ସେ ଦାୟିତ୍ୱ ଗ୍ରହଣ କରିବେ । କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ପିଆଇବି ପକ୍ଷରୁ ସୂଚନା ମିଳିଛି । ଆର୍ମିର ଇଞ୍ଜିନିୟରିଂ କର୍ପରେ ୧୯୮୨ରେ ଯୋଗ ଦେଇଥିବା ଜେନେରାଲ ମନୋଜ ୩୯ ବର୍ଷର କାର୍ଯ୍ୟକାଳରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିଜ୍ଞତା ରଖିଛନ୍ତି ।କମାଣ୍ଡ, ଷ୍ଟାଫ୍ ଏବଂ ବିଭିନ୍ନ ନିର୍ଦ୍ଦେଶକାରୀ ନିଯୁକ୍ତିରେ ଜେନେରାଲ ପାଣ୍ଡେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ଆର୍ମି ଚିଫ୍ ସହ ତାଙ୍କ ଅନ୍ୟାନ୍ୟ ଦାୟିତ୍ୱ ମଧ୍ୟ ମିଳିଛି । ୱେଷ୍ଟର୍ଣ୍ଣ ଥିଏଟରର ଇଞ୍ଜିନିୟରିଂ ବ୍ରିଗେଡ ର କମାଣ୍ଡ, ଷ୍ଟ୍ରାଇକ କର୍ପ, ଇନଫାଣ୍ଟରି ବ୍ରିଗେଡ, ଜମ୍ମୁ ଓ କଶ୍ମୀର ଏଲଓସି ଆଦିର ଦାୟିତ୍ୱ ମିଳିଛି ।ଜେନେରାଲ ପାଣ୍ଡେ ଏନଡିଏରେ ଶିକ୍ଷା ଗ୍ରହଣ କରିଥିବା ବେଳେ, କେମ୍ବରଲି ଷ୍ଟାଫ୍ କଲେଜରେ ମଧ୍ୟ ଅଧ୍ୟୟନ କରିଛନ୍ତି । ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ ଏବଂ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: