ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର- ଆଳୁ କଟଲେଟ୍, ଜମିଯିବ ବର୍ଷାଦିନ ସନ୍ଧ୍ୟାର ମଜା

ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର- ଆଳୁ କଟଲେଟ୍, ଜମିଯିବ ବର୍ଷାଦିନ ସନ୍ଧ୍ୟାର ମଜା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବର୍ଷା ଦିନିଆ ସନ୍ଧ୍ୟାରେ ସାଧାରଣତଃ କିଛି ଗରମ ଗରମ ସ୍ନାକ୍ସ ଖାଇବାକୁ ମନ କରିଥାଏ। ଯଦି ଆପଣବି ସବୁଦିନ ପାକୋଡି ବା ମିକ୍ଚର ଖାଇ ବୋର ହୋଇଗଲେଣି ତେବେ ଭେଜ ପଟାଟୋ କଟଲେଟ କରି ଖାଆନ୍ତୁ । ଖୁବ୍ କମ୍ ସମୟରେ ଆଉ ସହଜରେ ଆପଣଙ୍କ ଘରେ ବନେଇ ପାରିବେ। ଯେତେ ଖାଇଲେ ବି ବୋର ହେବେନି, ତେବେ ଚାଲନ୍ତୁ ଜାଣିବା କେମିତି ତିଆରି କରିବେ…
ଆବଶ୍ୟକ ସାମଗ୍ରୀ:
– ୫ରୁ ୬ ଟି ସିଝା ଆଳୁ
– ଅଧା କପ କର୍ଣ୍ଣଫ୍ଲୋର

  • କଟା ଧନିଆ ପତ୍ର
  • ଗୋଟେ ଛୋଟ ଚାମଚ ଚାଟ୍ ମସଲା
  • ଗରମ ମସଲା ଇଚ୍ଛା ଅନୁସାରେ
    – ଲୁଣ ସ୍ୱାଦ ଅନୁସାରେ
    ଷ୍ଟଫିଙ୍ଗ ସାମଗ୍ରୀ:
    – ଛୋଟ କଟା ହୋଇ ରହିଥିବା ପରିବା
    –କଟା କଞ୍ଚା ଲଙ୍କା ଅଧା ଚାମଚ
    – ଅଧା ଚାମଚ ଗୋଲ ମରିଚ ଗୁଣ୍ଡ
    – ଲେମ୍ବୁ ରସ
    – ଗୋଟେ ଚାମଚ ବଟର
    ପ୍ରସ୍ତୁତି ପ୍ରଣାଳୀ:
    – ଆଳୁ ସହ ଅନ୍ୟ ସାମଗ୍ରୀ ମିଶାଇ ଏକ ଚକଟା ପ୍ରସ୍ତୁତ କରନ୍ତୁ
    – ଗରମ ପ୍ୟାନରେ ବଟର ବା ତେଲ ଦେଇ କସେଇବା ପାଇଁ ରଖନ୍ତୁ। ଏବେ ସେଗୁଡିକ ଖଡନ୍ତୁ। ସମସ୍ତ ସାମଗ୍ରୀ ଭଲଭାବେ ମିଶାଇ ଷ୍ଟଫିଙ୍ଗ ହେବା ଅବସ୍ଥାକୁ ଆସିଲେ ଗ୍ୟାସ୍ ବନ୍ଦ କରି ତାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ।
  • ଏବେ ପୂର୍ବରୁ ଗୋଳା ହୋଇ ରଖିଥିବା କର୍ଣ୍ଣଫ୍ଲୋରରେ ସେହି ଷ୍ଟଫିଙ୍ଗକୁ ଗୁଳା କରି ପକାନ୍ତୁ। ଏହାପରେ ସେ ସବୁକୁ ଗରମ ତେଲରେ ଛାଣନ୍ତୁ। ଏହାକୁ ସସ ବା ଚଟଣୀ ସହିତ ଖାଇବା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: