୧୦ ମାସରେ ୪୩ ଥର କୋରୋନା ପଜିଟିଭ ହେଲେ ବୃଦ୍ଧ

୧୦ ମାସରେ ୪୩ ଥର କୋରୋନା ପଜିଟିଭ ହେଲେ ବୃଦ୍ଧ

ପ୍ରିଜମ୍ ନ୍ୟୁଜ ବ୍ୟୁୁରୋ: କୋରୋନା ମହାମାରୀକୁ ନେଇ ଆପଣ ଅନେକ କେସ ଦେଖିଥିବେ ବା ଶୁଣିଥିବେ। ଏହି ଭାଇରସ ଯାହାକୁ ଥରେ ସଂକ୍ରମିତ କରେ ତାର ଜୀବନ ନର୍କ ସଦୃଶ ହୋଇଥାଏ କହିଲେ ଭୁଲ ହେବନି। ଗୋଟିଏ ଥର କରୋନା ସଂକ୍ରମଣ ହେଲେ ମଣିଷର ଅଧାରୁ ଅଧିକ ବଳ କମିଯାଏ।ଏହିଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ୧୦ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ କରୋନା ପଜିଟିଭ୍ ରହିବା କୌଣସି ଆଶ୍ଚର୍ଯ୍ୟଠୁ କମ ନୁହେଁ। ତେବେ ବ୍ୟକ୍ତି ଜଣକ ଏହି ୧୦ ମାସ ଭିତରେ ଥରେ କି ଦୁଇଥର ନୁହେଁ ୪୩ ଥର କରୋନା ପଜେଟିଭ ହୋଇଛନ୍ତି। ଏଭଳି ଘଟଣା ବ୍ରିଟେନର ୭୨ ବର୍ଷ ବୟସ୍କ ଅବସରପ୍ରାପ୍ତ ଡ୍ରାଇଭିଂ ଶିକ୍ଷକ ଡେଭ ସ୍ମିଥଙ୍କ ସହ ଘଟିଛି। ତାଙ୍କ ସଂଘର୍ଷର କାହାଣୀ ଜାଣି, ଯେ କେହିବି ଦୁଃଖୀ ହୋଇଯିବ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡେଭ୍ ସ୍ମିଥ୍ ପ୍ରାୟ ୧୦ ମାସ ପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ହୋଇଥିଲେ। ଏହି ସମୟରେ ତାଙ୍କୁ ବଞ୍ଚାଇବା ପାଇଁ ୭ ଥର ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ସେ ଦୁନିଆର ପ୍ରଥମ ବ୍ୟକ୍ତି ହୋଇଛନ୍ତି ଯିଏ ଲଗାତାର ଅନେକ ଦିନ ପର୍ଯ୍ୟନ୍ତ କରୋନା ସଂକ୍ରମଣ ଶିକାର ହୋଇଥିଲେ। ୭୨ ବର୍ଷିୟ ଏହି ବୃଦ୍ଧଙ୍କ କୋଭିଡ ବିରୋଧରେ ଲଢିବାର ଏଭଳି ସାହସ ଦେଖି ସାରା ବିଶ୍ୱର ଡାକ୍ତର ଏବଂ ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଲୋକମାନେ ବର୍ତ୍ତମାନ ସ୍ମିଥଙ୍କୁ ମିରାକଲ୍ ମ୍ୟାନ୍ ବୋଲି କହୁଛନ୍ତି।
୧୦ ମାସର କୋଭିଡ ସଂକ୍ରମଣ ସମୟରେ ସ୍ମିଥଙ୍କୁ ୪୩ ଥର ଟେଷ୍ଟ କରାଯାଇଥିଲା, ଯେଉଁଥିରେ ସେ ପ୍ରତ୍ୟେକ ଥର କୋଭିଡ ପଜିଟିଭ୍ ଆସିଥିଲେ। ୭ ଥର ତାଙ୍କୁ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଥରେ ତାଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ପରିବାର ସଦସ୍ୟ ତାଙ୍କ ଅନ୍ତିମ ସଂସ୍କାର ଯୋଜନା କରି ସାରିଥିଲେ।
ସ୍ମିଥଙ୍କ ପାଇଁ ଗୋଟିଏ ବର୍ଷ ଅତ୍ୟନ୍ତ ଭୟାନକ ଥିଲା। ତାଙ୍କ ପତ୍ନୀଙ୍କୁ ମଧ୍ୟ ତାଙ୍କ ସହ ଘରେ ବନ୍ଦ ହୋଇ ରହିବାକୁ ପଡ଼ିଥିଲା। ତାଙ୍କ ପତ୍ନୀ କହିଥିଲେ ଯେ ଏହି ଗୋଟିଏ ବର୍ଷ ତାଙ୍କ ପରିବାର ପାଇଁ ନର୍କ ଭଳି ଥିଲା। ଅନେକ ଥର ଲାଗୁଥିଲା ଯେ ସେମାନେ ଏଥିରୁ ବାହାରି ପାରିବେ ନାହିଁ। ପତ୍ନୀ କହିଥିଲେ ଯେ ସେ ଅନେକ ଘଣ୍ଟା ଧରି କାଶୁଥିଲେ। ଥରେ ସେ ୫ ଘଣ୍ଟାରୁ ଅଧିକ ସମୟ କାଶିଥିଲେ। ସ୍ମିଥଙ୍କୁ କରୋନା ଭାଇରସ ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର ଆଣ୍ଟିବଡି ଚିକିତ୍ସା ଦିଆଯାଇଥିଲା। ଏହି ୧୦ ମାସ ଭିତରେ ତାଙ୍କର ଓଜନ ୬୦ କିଲୋରୁ ଅଧିକ ହ୍ରାସ ପାଇଛି ଏବଂ ସେ ବହୁତ ଦୁର୍ବଳ ହୋଇଯାଇଛନ୍ତି। ସ୍ମିଥ୍ କହିଥିଲେ ଯେ ତାଙ୍କର ଭୟଙ୍କର କାଶ ହେଉଥିଲା। ଥରେ ସେ ଲଗାତାର ଭାବେ ୫ ଘଣ୍ଟା କାଶିଥିଲେ। ଏହି ସମୟରେ, ନିଶ୍ୱାସ ପ୍ରଶ୍ୱାସ କିମ୍ବା କାଶରେ ବ୍ରେକ୍ ଭଳି ଲାଗୁ ନଥିଲା। ଏହି ସବୁ ଅତ୍ୟନ୍ତ ଭୟାନକ ଥିଲା।
କରୋନା କାରଣରୁ ସ୍ମିଥଙ୍କର ଲ୍ୟୁକେମିଆ ହୋଇଯାଇଛି। କେମୋଥେରାପି ଯୋଗୁଁ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଦୁର୍ବଳ ହୋଇଯାଇଛି। ଆମେରିକୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ରେଜେନେରନ୍ ଦ୍ୱାରା ପ୍ରସ୍ତୁତ ଔଷଧର ଏକ କକଟେଲ୍ ତାଙ୍କୁ ସୁସ୍ଥ ନହେବାର ଡାକ୍ତରମାନେ ଦେଇଥିଲେ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିକିତ୍ସାରେ ଏହା ବ୍ୟବହୃତ ହୋଇଥିଲା। ଏହା ପରେ, ତାଙ୍କର ଅବସ୍ଥା ୨ ସପ୍ତାହ ମଧ୍ୟରେ ସୁଧାରିବା ଆରମ୍ଭ ହୋଇଥିଲା ଏବଂ ତା’ପରେ ତାଙ୍କର କୋଭିଡ ଟେଷ୍ଟ ନେଗେଟିଭ ଆସିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: