ଫୁଡିଜ ଭିଲ୍ଲା ସ୍ୱତନ୍ତ୍ର: ଛେନା ପୋଡ଼

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଫୁଡିଡ୍ ଭିଲ୍ଲା ଆଜି ଆପଣଙ୍କୁ ଭେଟି ଦେଉଛି ଖାଣ୍ଟି ଓଡ଼ିଆ ସୁଆଦିଆ ମିଠା ‘ଛେନା ପୋଡ଼’। ତେବେ ଆସନ୍ତୁ ଜାଣିବା ଏହା କେମିତି ପ୍ରସ୍ତୁତ କରାଯାଏ:

ପ୍ରସ୍ତୁତି ସାମଗ୍ରୀ:

୧ ଲିଟର କ୍ଷୀର, ଲେମ୍ୱୁ, ସୂଜି, ଚିନି, ଗୁଜୁରାତି ଗୁଣ୍ଡ, ବଟର ପେପର୍, ଘିଅ, ଲୁଣ କିମ୍ୱା ବାଲି

କେମିତି କରିବେ ଛେନା ପୋଡ଼

  • ପ୍ରଥମେ କ୍ଷୀରକୁ ଗରମ କରାଯିବ ଏବଂ ଗୋଟିଏ ଗ୍ଲାସରେ ଲେମ୍ୱୁ ରସ ରଖିବେ
  • କ୍ଷୀର ଗରମ ହେଲା ପରେ ଲେମ୍ୱୁ ରସ ଢାଳିବେ
  • ଛେନା ହେଲା ପରେ କପଡ଼ାରେ ଢିଲା କରି ଚିପୁଡ଼ିବେ
  • ଏହାପରେ ୨ ଚାମଚ ସୂଜି ମିଶାଇବେ
  • ସେଥିରେ ଗୁଜୁରାତି ଗୁଣ୍ଡ ଏବଂ ସ୍ୱାଦ ଅନୁସାରେ ଚିନି ପକାଇବେ
  • ଏହାପରେ ଗୋଳାଇବେ
  • ଛେନାକୁ ଗୁଣ୍ଡ କରିବାକୁ ଚାମଚ ବୁଲାଇବେ
  • ଏହାପରେ ୨ ଚାମଚ ଗାଈ ଘିଅ ମିଶାଇବେ
  • ପାତ୍ର ଚାରିକଡ଼େ ଘିଅ ଲଗାଇବେ
  • ବଚର ପେପର କାଟି ପାତ୍ରରେ ଲଗାଇବେ
  • ବଟର ପେପର ତଳେ ଓ ଉପରେ ଘିଅ ଲଗାଇବେ
  • ଏହାପରେ ଛେନାକୁ ସେଥିରେ ମିଶାଇବେ
  • ନିଆଁ ଜାଳି ପାତ୍ରରେ ଲୁଣ କିମ୍ୱା ବାଲି ପକାଇବେ
  • ଭିତରେ ଏକ ଛାଞ୍ଚ ରଖିବେ
  • ଛେନା ଥିବା ପାତ୍ରକୁ ତା’ରି ଭିତରେ ରଖି ୪୫ ମିନିଟ୍ ପର୍ଯ୍ୟନ୍ତ ରଖିବେ
  • ଏହାପରେ ଆପଣଙ୍କ ଛେନାପୋଡ଼ ପ୍ରସ୍ତୁତ ହୋଇଯିବ
%d bloggers like this: