ଶ୍ରୀମନ୍ଦିର ପାଇଁ ୧୫୪ କୋଟି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୨୦୨୦-୨୧ ଆର୍ଥିକ ବର୍ଷରେ ପୁରୀ ପାଇଁ ୧୫୪ କୋଟି ଟଙ୍କାର ବଜେଟ୍ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ସେ ଏହି ସୂଚନା ଦେଇଛନ୍ତି। ସେହିପରି ବୈଠକରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଏକ ମାସ ପରେ ଭକ୍ତଙ୍କ ଦର୍ଶନ ନେଇ ଆଲୋଚନା ହେବ। ଏଥିପାଇଁ ୩ଟି କମିଟି ଗଠନ କରାଯିବ ବୋଲି ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯାଇଛି। କେବେ ଓ କିଭଳି ଭକ୍ତ ଦର୍ଶନ କରିବେ, ସେହି ନିଷ୍ପତ୍ତି କମିଟି ନେବ।

%d bloggers like this: