ବଗଲା ବସିଛି ହାଇକୋର୍ଟରେ, ୨୩ ପ୍ରତିପକ୍ଷଙ୍କୁ ନୋଟିସ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ହାଇକୋର୍ଟରେ ପୁରୀ ବଗଲା ଜମି ବିବାଦ ମାମଲା। ରାଜ୍ୟ ସରକାରଙ୍କ ସମେତ ୨୩ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ସେଥିରେ ୧୫ ସରକାରୀ ପ୍ରତିପକ୍ଷ ଥିବାବେଳେ ୮ଜଣ ଜମି କ୍ରେତା ରହିଛନ୍ତି। ସମସ୍ତଙ୍କୁ ତୁରନ୍ତ ଜବାଦ ଦାଖଲ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବଗଲା ଜମି ବିକ୍ରି ବିବାଦକୁ ନେଇ ସାନି ମାମଲା ରୁଜୁ ହୋଇଛି। ସେଥିରେ ଆବେଦନକାରୀ ପୂରା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। କିଛିଦିନ ଧରି ବଗଲା ଜମିକୁ ନେଇ ବିବାଦ ଲାଗି ରହିଛି।
ତେବେ ଏହି ପ୍ରସଙ୍ଗରେ ହାଇକୋର୍ଟ ଚାରୋଟି ଦିଗ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ବଗଲା ଜମି ବିକ୍ରି ମାମଲାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତାନ୍ତର କରିବାକୁ ପିଟିସନ ଦାଖଲ ହୋଇଥିଲା। ଏହାର ପୃଥକ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ସେହିପରି ଜନସ୍ୱାର୍ଥ ମାମଲାର ରାୟ ଉପରେ ଲୋକମାନେ କିଣିଥିବା ବଗଲା ଜମିର ଭବିଷ୍ୟତ ନିର୍ଭର କରେ ବୋଲି କୋର୍ଟ କହିଛନ୍ତି। ମୂଳ ମକଦ୍ଦମା ସଂଶୋଧନ ପାଇଁ ଜଗନ୍ନାଥ ବସ୍ତିଆ କରିଥିବା ମିସକେଶର କପି ତିନିଦିନ ମଧ୍ୟରେ ସରକାରଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

%d bloggers like this: