ନାନ ସହ ଖାଆନ୍ତୁ ଚଟପଟା ଅଣ୍ଡା କୋରମା

ନାନ ସହ ଖାଆନ୍ତୁ ଚଟପଟା ଅଣ୍ଡା କୋରମା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆପଣ ସାଧାରଣତଃ ଚିକେନ୍‌ କୋରମା, ମଟନ୍‌ କୋରମା ଖାଇଥିବେ ବା ତା ବିଷୟରେ ଜାଣିଥିବେ। ହେଲେ କେବେ ଅଣ୍ଡା କୋରମା ବିଷୟରେ ଶୁଣିଛନ୍ତି କି? ଏହା ଖାଇବାକୁ ଅତ୍ୟନ୍ତ ସ୍ଵାଦିଷ୍ଟ। ଯେଉଁମାନେ ଅଣ୍ଡା ଖାଇବାକୁ ଭଲ ପାଆନ୍ତି ସେମାନଙ୍କୁ ଏହି ଆଇଟମ ଖାଇବାକୁ ବେଶ ପସନ୍ଦ ଆସିବ ନିଶ୍ଚୟ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ।

ଆବଶ୍ୟକ ସାମଗ୍ରୀ: ୪ଟା ସିଝା ଅଣ୍ଡା , ଛୋଟ ଛୋଟ କଟା ପିଆଜ ୨ ଟା, ଅଦା-ରସୁଣ ପେଷ୍ଟ ୨ ଚାମଚ, ଧନିଆଗୁଣ୍ଡ ଅଧ ଚାମଚ, ଜିରା ଗୁଣ୍ଡ ଅଧ ଚାମଚ, ଲୁଣ ଆବଶ୍ୟକତା ଅନୁଯାୟୀ, ହଳଦି, ଲଙ୍କା ଗୁଣ୍ଡ ଅଳ୍ପ, ଫ୍ରାଏଡ ଓନିଅନ, କାଜୁ ପେଷ୍ଟ, ଦହି ଅଧା କପ୍‌, କ୍ଷୀର ଏକ କପ୍‌, ରିଫାଇନ ତେଲ, ଛୋଟ କଟା କଞ୍ଚାଲଙ୍କା, ଧନିଆ ପତ୍ର ଛୋଟ ଛୋଟ କଟା।

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ସିଝାଇ ଅଣ୍ଡାକୁ ଛୁରିରେ ଟିକେ ଚିହ୍ନ ଦେଇ ସେଥିରେ ଅଧା ଚାମଚ ଲୁଣ, ହଳଦି ଗୁଣ୍ଡ ପକେଇ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସେଇ ତେଲ ଗରମ କରି ଅଣ୍ଡାକୁ ସେଥିରେ ଫ୍ରାଏ କରନ୍ତୁ। ଏବେ ସେଗୁଡିକ ଗୋଲଡେନ କଲର ହେଲେ ବାହାର କରି ଦିଅନ୍ତୁ। ଏହାପରେ ପ୍ୟାନରେ ୨ ଚାମଚ ତେଲ ଗରମ କରି ସେଥିରେ ଗୁଜୁରାତି, ଲବଙ୍ଗ ଓ ଡାଲଚିନି ଆଦି ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। ବାସ୍ନା ଆସିବା ପରେ ଏକ ବଡ ପିଆଜ ପେଷ୍ଟ, ୨ ଚାମଚ ଅଦାରସୁଣ ପେଷ୍ଟ ପକାଇ କିଛି ସମୟ କଷନ୍ତୁ।

ଏବେ ସେଥିରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା, ଧନିଆ ଗୁଣ୍ଡ, କଟା କଞ୍ଚାଲଙ୍କା, ଲୁଣ ପକାନ୍ତୁ। ଏହାପରେ ହାଫ୍‌ କପ ପାଣି ଦେଇ କଷନ୍ତୁ। ଭଲ ଭାବେ ଫୁଟିବା ପରେ ତାକୁ ଧନିଆ ପତ୍ର ପକେଇ କାଢି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଅଣ୍ଡା କୋରମା। ଆପଣ ଏହାକୁ ଭାତ, ରୁଟି, ନାନା ସହ ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: