ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ତାରିଖ, ୫ଟି ପର୍ଯ୍ୟାୟରେ ହେବ ମତଦାନ

ପ୍ରିଜମ ନ୍ୟୁଜ ବ୍ୟୁରୋ:ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର।ପ୍ରେସ୍‌ମିଟ୍‌ କରି ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ୫ଟି ପର୍ଯ୍ୟାୟରେ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ ଓ ତିନିଟି ପର୍ଯ୍ୟାୟରେ ଭୋଟ ଗଣତି। ଫ୍ରେବୁୟାରୀ ୧୬, ୧୮, ୨୦, ୨୨, ୨୪ରେ ହେବ ମତଦାନ। ନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ, ଜାନୁଆରୀ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ, ଯାହାକି ଜାନୁଆରୀ ୨୧ ଯାଏଁ ଚାଲିବ । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ସେହିପରି ୨୫ ତାରିଖ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି । ଏହାପରେ ଜାନୁଆରୀ ୨୮ରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ଦଣ୍ଡିତ ହେବେ।ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର। ଭୋଟ ଗ୍ରହଣ ସରିଲେ ବ୍ଲକ ସ୍ତରରେ ହେବ ଗଣତି। କୋଭିଡ୍ ନିୟମ ଅନୁସାରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନୀ ପ୍ରଚାର ପାଇଁ ପଦଯାତ୍ରା, ବାଇକ୍ ଓ ସାଇକେଲ୍ ଶୋଭାଯାତ୍ରା ମନା। ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର କରିବେ ପ୍ରାର୍ଥୀ। କେବଳ ୫ଜଣଙ୍କୁ ନେଇ ଘର ଘର ବୁଲି ପ୍ରଚାର କରିବେ ପ୍ରାର୍ଥୀ। ଆଜିଠୁ ତାରିଖ ଘୋଷଣା ସାଙ୍ଗକୁ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି।ଆଦର୍ଶ ଆଚରଣ ବିଧି ଫେବୃଆରୀ ୨୮ ପର୍ଯ୍ୟନ୍ତ ଲାଗୁ ରହିବ।ଫେବୃଆରୀ ୨୬, ୨୭,୨୮ରେ ଭୋଟ ଗଣତି ହେବ ।ବିଜୟୀ ହେଲା ପରେ ଦଳମାନେ ସମାବେଶ ବା ବିଜୟୀ ଶୋଭାଯାତ୍ରା କରିପାରିବେ ନାହିଁ । କେବଳ ଆରଟିପିସିଆର କିମ୍ବା ଆଣ୍ଟିଜେନ୍ ଟେଷ୍ଟ୍ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ପୁଲିଂ ବୁଥ ଭିତରକୁ ପ୍ରବେଶ ଅନୁମତି ମିଳିବ । ଏହାସହ ଡବଲ ଡୋଜ୍ ଟିକା ନେଇଥିବା ମଧ୍ୟ ଜରୁରୀ । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡ଼ଲାଇନ୍‌ ପ୍ରସ୍ତୁତ କରାଯାଇଛି ।

Leave a Reply

Your email address will not be published. Required fields are marked *