ମହାମାରୀ ଠାରୁ ଭୟଙ୍କର ହିଞ୍ଜିଳି ଜନସ୍ୱାସ୍ଥ୍ୟ ବିଭାଗ : ମ୍ୟୁନିସିପାଲଟି ଯୋଗାଣ ହେଉଛି ଗୋଳିଆ ପାଣି…

ପ୍ରୀଜମ ନ୍ୟୁଜ ବ୍ୟୁରୋ: ହିଞ୍ଜିଳିିକାଟୁ ମ୍ୟୁନିସିପାଲଟିରେ ପାଣି ସମସ୍ୟାର ସମାଧାନ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି ।୨୦୧୩ ମସିହାରେ ସହରକୁ ସ୍ୱଚ୍ଛ ପାନୀୟଜଳ ଯୋଗାଇବା ନିମନ୍ତେ ହିଞ୍ଜିଳି ଜନସ୍ୱାସ୍ଥ୍ୟ ବିଭାଗ ଓ ବର୍ତ୍ତମାନର ମ୍ୟୁନିସିପାଲଟି ସେତେବେଳର ଏନଏସି ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ହିଞ୍ଜିଳିକାଟୁରେ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ୨୦୧୨ ମସିହା ଅଗଷ୍ଟ ୧୮ ତାରିଖରେ ସହାୟତା ପ୍ରଦାନ କରିଥିଲେ। ପରିତାପର ବିଷୟ ସ୍ୱଚ୍ଛ ଜଳ ଯୋଗାଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ଥିବାବେଳେ ମଧ୍ୟ ଜନ ସାଧାରଣ ପିଇବା ପାଣି ସ୍ୱଚ୍ଛ ପାନୀୟ ଜଳ ପରିବର୍ତ୍ତେ ଲୋକେ ପାଉଛନ୍ତି ଦୂଷିତ ପାଣି ସହ ପୋକ ଭାସୁଥିବା ପାଣି।୧୦ ଦିନରୁ ୧୫ ଦିନହେବ ପାଟଣା ସାହି ବାସିନ୍ଦା ପାଣି ୧୫ ମିନିଟ ପାଉଛନ୍ତି, ତାହା ପୁଣି କ୍ଷୀଣ ଧାରରେ ପାଣି ଆସୁଛି। ହିଞ୍ଜିଳି,ରେଗିଡ଼ିସାହିରେ ମଧ୍ୟ ଆଗ ଭଳି ପାଣି ଆସୁନାହିଁ। ମୋହନ କଲୋନୀ , ମୁଖ୍ୟ ବଜାର ୧୨ ନଂ ୱାର୍ଡରେ ଆସୁଛି ଗୋଳିଆ ଦୂଷିତ ପାଣି। ଏ ନେଇ ପ୍ରତାପ କୁମାର ସାହୂୁ ଅଭିଯୋଗ କରିଛନ୍ତି ।

୧୬ ନଂ ୱାର୍ଡ ଗାୟତ୍ରୀ ନଗରରେ ପୋକ ଭାସୁଥିବା ସୁଶାନ୍ତ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି। ହିଞ୍ଜିଳିକାଟୁ ମେଣ୍ଢାଖାଇ ପାହାଡ଼ ଓ ବରାହୀ ପାହାଡ଼ରେ ଦୁଇଟି ଓଭର ହେଡ୍ ଟ୍ୟାଙ୍କ ସହ ଗଚ୍ଛିତ ନିମନ୍ତେ ୪ଟି ଭୂତଳ ଟ୍ୟାଙ୍କ ନିର୍ମାଣ ହୋଇଛି । ଆଙ୍କୋରଡ଼ା ନିମନ୍ତେ ଆଙ୍କୋରଡ଼ାରେ ଗୋଟିଏ ଓଭର ହେଡ଼ ଟାଙ୍କି ନିର୍ମାଣ କରାଯାଇଛି । ଘୋଡ଼ାହଡ଼ ନଦୀରେ ପୂରାତନ ବୋର ଯୋଗେ ବଇଁଚବଣିଆ ମାଣିକନଗର ଗାୟତ୍ରୀ ନଗରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଓ ଅଫିସରଙ୍କ ଉଦାସୀନତା ଯୋଗୁଁ ପରସ୍ପର ମଧ୍ୟରେ ତାଳମେଳ ରହୁ ନ ଥିବା ପରିଲିଖିତ ହେଉଛି।

ସହରବାସୀଙ୍କୁୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଲୋକଙ୍କୁ ମିଳୁଛି ଦୂଷିତ ପାଣି। କୋରୋନା ମହାମାରୀ ସମୟରେ ହିଞ୍ଜିଳିକାଟୁ ଅଞ୍ଚଳରେ ଅନେକ କୋରୋନା ସଂକ୍ରମିତ ହୋମ୍ ଆଇସୋଲେସନରେ ରହୁଥିବା ବେଳେ ପାଣିର ଅଭାବ କୋରୋନା ଠାରୁ ବଳି ଯାଇଛି। କୋରୋନା ଯୋଗୁଁ ଲୋକେ ଆତଙ୍କିତ ହେଉଥିବା ବେଳେ ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ ଶୁଣିବାକୁ କେହି ନାହାନ୍ତି। ଜନସ୍ୱାସ୍ଥ୍ୟ ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନ ଯୋଗେ ପାଣି ଠିକ ରୂପେ ଆସୁ ନ ଥିବା ଅଭିଯୋଗ କରାଯାଇଛି। ପାଣି ଆସିଲେ ୧୦ ମିନଟରୁ ୧୫ ମିନଟ ଆସୁଛି, କେତେକ ସ୍ଥାନରେ ପିଇବା ଯୋଗ୍ୟ ହେଉଥିବା ବେଳେ ଅଧିକାଂଶ ସାହିରେ ପାଣି ପିିିଇବା ଅନୁପଯୋଗୀ ହୋଇପଡ଼ିଛି। ଅଭିଯୋଗ ପରେ ମଧ୍ୟ ଫଳ ଶୂନ।

Leave a Reply

Your email address will not be published. Required fields are marked *