ଟ୍ରାଇବାଲ ଜୁଏଲାରୀରେ ପାଆନ୍ତୁ କୁଲ ଲୁକ୍

ଟ୍ରାଇବାଲ ଜୁଏଲାରୀରେ ପାଆନ୍ତୁ କୁଲ ଲୁକ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଦିବାସୀଙ୍କ ଜୀବନ ଶୈଳୀ ବେଶ ପୋଷାକରେ ସ୍ୱତନ୍ତ୍ର ରହିଥାଏ । ବିଶେଷ କରି ସେମାନେ ପିନ୍ଧୁଥିବା ଗହଣାର ଗଠନ ଶୈଳୀ ସ୍ୱତନ୍ତ୍ର ଓ ଆକର୍ଷଣୀୟ ହୋଇଥାଏ । ତେବେ ଆଦିବାସୀଙ୍କ ସେଇ ପାରମ୍ପରିକ ଗହଣା ଏବେ ସହରୀମାନଙ୍କ ଫ୍ୟାସନ ହୋଇଛି। ବିଭିନ୍ନ ବର୍ଗର ଫ୍ୟାସନରେ ଆଦିବାସୀ ଗହଣା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ବିଭିନ୍ନ ମେଳା ମହତ୍ସୋବରେ ଆଦିବାସୀ ଗହଣା କିଣି ବିକବି ଜୋର ଚାଲିଥାଏ। ଅନଲାଇନରେ ମଧ୍ୟ ଏବେ ଆଦିବାସୀ ଗହଣାର ବିକ୍ରୀ ବଟା ଭଲ ଚାଲିଛି। ତେବେ ଜାଣନ୍ତୁ ଏହି ଆଦିବାସୀ ଗହଣା ବା ଟ୍ରାଇବାଲ ଜୁଏଲାରିକୁ କିପରି ପିନ୍ଧିଲେ ଅଧିକ ଷ୍ଟାଇଲିସ୍ ଲାଗିବେ ।
-କେତେକ ଟ୍ରାଇବାଲ ଜୁଏଲେରିରେ ବ୍ରାଇଟ୍ ଏବଂ ବୋଲ୍ଡ ରଙ୍ଗର ଛୋଟ-ବଡ଼ ବିଡ୍ସ ବ୍ୟବହାର ହୋଇଥାଏ । ଏହି ଡ଼ିଜାଇନର ଗହଣା ଡ଼୍ରେସ ସହିତ ମ୍ୟାଚ କରି ପିନ୍ଧିଲେ ବେଶି ଆକର୍ଷଣୀୟ ଦେଖାଯିବେ । ଆପଣ ୱଷ୍ଟର୍ନ ଆଉଟ୍ ଫିଟ୍ ସହିତ ମଧ୍ୟ ଏହାକୁ ପିନ୍ଧିପାରିବେ ।
-ଡ଼ିଜାଇନ୍‌ର ଡ୍ରେସ ସହିତ ବୋଲ୍ଡ ଟ୍ରାଇବାଲ ନେକ୍‌ଲେସ୍ ଓ ଲମ୍ବା ଇୟରରିଂ , ବ୍ୟାଙ୍ଗଲ୍ ପିନ୍ଧି ପାରିବେ। ଜିନ୍ସ ଓ ଟି ଶାର୍ଟ ସହିତ ମଧ୍ୟ ଆପଣ ଟ୍ରାଇବାଲ ଜୁଏଲେରି ପିନ୍ଧି ଏକ ଷ୍ଟାଇଲିସ୍ ଲୁକ ପାଇପାରିବେ । ବିଶେଷ କରି ଜିନ୍ସ ସହିତ ଟ୍ରାଇବାଲ ନେକ୍‌ଲେସ୍ ପିନ୍ଧିବା ଆଜିର ଟ୍ରେଣ୍ଡ ପାଲଟିଛି ।
-ଆଦିବାସୀମାନେ ବ୍ୟବହୃତ କରୁଥିବା ଟଙ୍କା ଗହଣାକୁ ମଧ୍ୟ ଆପଣ ଶାଢୀ, ଚୁଡ଼ିଦାର ପଞ୍ଜାବୀ, ଲଙ୍ଗ ଗାଉନ୍‌, ଲଙ୍ଗ ଫ୍ରକ ସହିତ ପିନ୍ଧି ଏକ ଆକର୍ଷଣିୟ ଲୁକ୍ ପାଇ ପାରିବେ।
-ଏହି ଟ୍ରାଇବାଲ ଗହଣା ଗୁଡ଼ିକ ସୁନା, ରୂପା, ମେଟାଲିକ୍ ଆଦି ଧାତିରେ ତିଆରି ହେଉଥିବା ବେଳେ ଏହାର ମୁଲ୍ୟ ୫୦ ଟଙ୍କାରୁ ଆରମ୍ଭ କରି ୫୦ହଜାରଟଙ୍କା ପର୍ଯ୍ୟନ୍ତ ରହୁଛି। ପ୍ରାୟତଃ ୨୦୦ରୁ ଅଧିକ ପ୍ରକାରର ଟ୍ରାଇବାଲ ଗହଣା ବଜାରରେ ମିଳିଥାଏ । ଏହା ଆପଣଙ୍କୁ ବିବାହ ଉତ୍ସବଠୁ ଆରମ୍ଭ କରି କଲେଜ ପାର୍ଟି ପର୍ଯ୍ୟନ୍ତ ଏକ ଷ୍ଟାଇଲିସ ଲୁକ ଦେଇଥାଏ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: