ଦହି ଆମିଷ ଏକାଠି ଖାଇବାକୁ କାହିଁକି ବାରଣ କରନ୍ତି ବଡ଼ବଡ଼ିଆ

ଦହି ଆମିଷ ଏକାଠି ଖାଇବାକୁ କାହିଁକି ବାରଣ କରନ୍ତି ବଡ଼ବଡ଼ିଆ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ହିନ୍ଦୁ ଧର୍ମ, ଶାସ୍ତ୍ରରେ ଦହିକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଯଦି କୌଣସି ବ୍ୟକ୍ତି କିଛି ନୂଆ କାମ ବା ଶୁଭ କାମରେ ଘରୁ ବାହାରକୁ ଯାଆନ୍ତି, ତେବେ ଚିନି ମିଶେଇ ତାଙ୍କୁ ଦହି ଖାଇବାକୁ ଦିଆଯାଏ, ଏହା ଶୁଭ ହୋଇଥାଏ। ଠାକୁରଙ୍କ ପୂଜା, ପଞ୍ଚାମୃତରେ ମଧ୍ୟ ଦହି ବ୍ୟବହାର କରାଯାଇଥାଏ। ବିବାହ ସମୟରେ ମଧ୍ୟ ବରଘରୁ କନିଆ ଘରକୁ ଦହି ପଠା ଯାଇଥାଏ, କାରଣ ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଡାକ୍ତରୀ ଭାବେ ମଧ୍ୟ ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଦହି ଶରୀରରେ ହଜମ ଶକ୍ତି ବୃଦ୍ଧି କରେ, ତ୍ୱାଚା ଉଜ୍ଜଳ କରେ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। କିନ୍ତୁ ଦହିକୁ କେତେକ ନିର୍ଦ୍ଦିଷ୍ଟ ସମୟ ଓ ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀରେ ମିଶେଇ ଖାଇଲେ ତାହାର ଖରପା ପ୍ରଭାବ ପଡିଥାଏ। ତେବେ ଚାଲନ୍ତୁ ଜାଣିବା ଦହିକୁ କେମିତି ଖାଇବା ଦ୍ଵାରା ଶରୀରକୁ କ୍ଷତି ହୋଇଥାଏ…
-କଦଳୀ ବଟରମିଲ୍କ ଦହି ପେଟ ପାଇଁ ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ। ଏଥିରେ ଥିବା ଲାକ୍ଟିକ୍ ଏସିଡ୍ ପେଟରେ ଉପକାରୀ ଅଣୁଜୀବ ସୃଷ୍ଟି କରେ, ଏହାକୁ ଖାଇବା ଦ୍ୱାରା ମାନବ ଶରୀର ହଜମ ପ୍ରକ୍ରିୟାରେ ଭଲ ହୋଇଥାଏ।
-ଦହି ଖାଇବାର ସୁବିଧା ଅଛି, ତା’ପରେ ଅସୁବିଧା ମଧ୍ୟ ଅଛି।
ଦହି ଏବଂ ମାଛ,ମାଂସ ପରି ଆମିଷକୁ ଏକାଠି ଖାଇବା ଅତ୍ୟନ୍ତ କ୍ଷତିକାରକ। ଲୋକମାନେ ପ୍ରାୟତହ ବିଶ୍ୱାସ କରନ୍ତି ଯେ ଏକାଧିକ ପ୍ରୋଟିନ୍ ଉତ୍ସ ଏକାଠି ଖାଇବା ଉଚିତ୍ ନୁହେଁ । ଏଥି ସହିତ, ଅନ୍ୟ କାରଣ ହେଉଛି ଦହି ଗାଈର କ୍ଷୀରରୁ ତିଆରି ହୋଇଥାଏ ଏହା ଅମୃତ ସହ ସମ୍ମାନ ହୋଇଥିବା ବେଳେ ମାଛ- ମାଂସ ଆମିଷ ହୋଇଥାଏ , ଯାହା ଏକାଠି ଖାଇବା ଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ।

  • ଏହାସହ ଦହି ପିତା ଦ୍ରବ୍ୟ ସହ ଖାଇବା ଦ୍ୱାରା ବିଷ କ୍ରିୟା ହୋଇଥାଏ। ତେଣୁ ଦହିକୁ କଲରା କିମ୍ବା ଅନ୍ୟାନ୍ୟ ପିତା ଜିନିଷ ସହ ମିଶାଇ ଖାଇବା ଉଚିତ୍ ନୁହେଁ।
  • ଦାହିକୁ ରାତିରେ ଭାତ ବା ଶାଗ ସହିତ ଖାଇବ ଉଚିତ୍ ନୁହେଁ। ଏହାଦ୍ବାରା ଗ୍ୟାସ୍ ହେବା ସହ ହଜମ ହୋଇପାରେ ନାହିଁ।
  • ଦହିକୁ ତମ୍ବା, ପିତଳ କିମ୍ବା ଲୁହା ପତ୍ରରେ ରଖି ଖାଆନ୍ତୁ ନାହିଁ ବିଷ କ୍ରିୟା ହୋଇପାରେ।
  • ପ୍ରତିଦିନ ଦହି ଖାଇବା ଦ୍ବାରା ଦେହ ସୁସ୍ଥ ରୁହେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: