କୋରୋନା ପାଇଁ ଲଜ୍ଜିତ ହେଉଛନ୍ତି ଏହି ଗାଁ ଲୋକେ

କୋରୋନା ପାଇଁ ଲଜ୍ଜିତ ହେଉଛନ୍ତି ଏହି ଗାଁ ଲୋକେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଶ୍ୱରେ କୋରୋନା ଭାଇରସ ଯେଭଳି ତାଣ୍ଡବ ରଚିଛି ତହାତ ସମସ୍ତଙ୍କୁ ଜଣା। ଏହି କୋରୋନା କାଳରେ ଅନେକ ଅଜବ ଘଟଣା ଦେଖିବାକୁ ମିଳୁଛି, ଯେପରି କରୋନା ଦେବୀ ମନ୍ଦିର କରିବା, କୋରୋନା ମାତାଙ୍କ ପୂଜା କରିବା, ଏହି ସମୟରେ ଜନ୍ମ ହେଉଥିବା ପିଲାଙ୍କଠୁ ଧରି ପୋଷା ଜନ୍ତୁଙ୍କ ନାମ କରୋନା ଦେବା ଆଦି ଦେଖିବାକୁ ମିଳୁଛି। ହେଲେ ଉତ୍ତରପ୍ରଦେଶର ଏକ ଗାଁ ଆଜିକାଲି କୋରୋନା ପାଇଁ କୌତୁହଳର ବିଷୟ ହୋଇଛି। ବାସ୍ତବରେ ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ଅବସ୍ଥିତ ଏହି ଗାଁର ନାମ ହେଉଛି କୋରୋନା। ଏହି ଗାଁର ନାମ ଏପରି ଥିବାରୁ ଲୋକମାନେ ତାର ମଜା ଉଡାଉଥିବା ବେଳେ ବାହାର ଲୋକ ଗାଁକୁ ଯିବାକୁ ଭୟ କରୁଛନ୍ତି।
ଏଥି ପାଇଁ ଏହି ଗାଁର ଲୋକମାନେ ଏବେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋରୋନା ନାମ ଥିବାରୁ ନିକଟସ୍ଥ ଗାଁର ଲୋକମାନେ ଏଠାକାର ଲୋକଙ୍କୁ ପରିହାସ କରନ୍ତି। ଗ୍ରାମଟି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅବସ୍ଥିତ।
ତେବେ ଆଗରୁ ସାଧାରଣ ଗାଁ ପରି ରହିଥିବା ଏହି ଗାଁ ଓ ଏହାର ଆଧିବାସୀ କରୋନା ଭାଇରସ ସାମ୍ନାକୁ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି। ଏହି ଗାଁର ବାସିନ୍ଦା ଏବେ କରୋନା ପାଇଁ ଉପହାସର ପାତ୍ର ପାଲଟି ଛନ୍ତି। ନିଜର ଠିକଣା କହିବା ଆଗରୁ ଏଠାକାର ଲୋକମାନେ ସହେଥର ଭାବୁଛନ୍ତି। ଅନ୍ୟ ଗାଁର ଲୋକମାନେ ଏହି ଗାଁର ନାମ ଶୁଣି ନାକ ଟେକୁଥିବା ବେଳେ ସେମାନଙ୍କ ପାଇଁ ଏହା ମାରାତ୍ମକ ରୋଗ କରୋନା ଭାଇରସ ନାମ ପରି ମନେହୁଏ। ଏନେଇ ଜଣେ ଗ୍ରାମବାସୀ କୁହନ୍ତି ଯେ ଏହି ଅନନ୍ୟ ନାମ ହେତୁ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ତାଙ୍କ ଗାଁକୁ ପରିହାସ କରୁଛନ୍ତି। କେବଳ ସେତିକି ନୁହେଁ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ସଫା ସଫା ମୁହଁରେ କହି ଦେଉଛନ୍ତି ଯେ ସେମାନେ ତାଙ୍କ ଗାଁ କୋରୋନାକୁ ଆସିବେ ନାହିଁ। ସେହି ଗାଁରେ ରହୁଥିବା ଆଉ ଜଣେ ବ୍ୟକ୍ତି କୁହନ୍ତି ଯେ ଯଦି ସେ ନିଜ ଗାଁର ନାମ ଜଣେ ଅପରିଚିତ ବ୍ୟକ୍ତିଙ୍କୁ କହୁଛନ୍ତି, ତେବେ ସେ ଆମ କଥା ଶୁଣି ହସନ୍ତି। ସେ କହନ୍ତି ଯେ ଜଣେ ବ୍ୟକ୍ତି ଦିନି କୁଆଡେ ତାଙ୍କୁ ଫୋନ୍ କରି ପଚାରିଥିଲେ ତୁମେ କିପରି ଜୀବିତ?
ତେବେ କରୋନା ଏବେ ତାଙ୍କ ଗାଁ ପାଇଁ ଏତେ କାଳ ହୋଇଛି ଯେ ସମସ୍ତ ଗ୍ରାମବାସୀ ଏକାଠି ହୋଇ ଗାଁର ନାମ ପରିବର୍ତ୍ତନ କରିବାକୁ ସରକାରଙ୍କୁ ଦାବି କରିବେ ବୋଲି ନିଷ୍ପତି ନେଇଛନ୍ତି। ଲୋକମାନେ କୁହନ୍ତି ଯେ କରୋନା ଭାଇରସ ଦୀର୍ଘ ସମୟ ଧରି ଚାଲିବ। ତେଣୁ ଗାଁର ନାମ ହେତୁ ପରିହାସର ଶିକାର ହେବା ପରିବର୍ତ୍ତେ ଆଗାମୀ ବର୍ଷରେ ନାମ ପରିବର୍ତ୍ତନ କରିବା ବହୁତ ଭଲ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: