ବିଗ୍ ବସ୍ season -15 ରେ ସାମିଲ ହେବା ନେଇ ଅଙ୍କିତା ଲୋଖଣ୍ଡେ କ’ଣ କହିଲେ ଜାଣନ୍ତୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୋସିଆଲ ମିଡିଆରେ କିଛି ଦିନ ହେଲା ବଲିଉଡ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବିଗ୍ ବସ୍ season -15 ରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଖବର ପ୍ରଚାର ହେଉଥିଲା। ତେବେ ଏହି ଖବରର କୌଣସି ପକା ଉତ୍ସ ନଥିଲା, କେବଳ ଯାହା ସୋସିଆଲ ମିଡିଆରେ ବାଡିବୁଲା ଚାଲିଥିଲା। ତେବେ ତାଙ୍କ ପ୍ରଶଂସକମାନେ ଅଙ୍କିତା ଲୋଖଣ୍ଡେ ନିଜେ ଏ ବିଷୟରେ କଣ କହୁଛନ୍ତି ତାହା ଜାଣିବା ପାଇଁ ଅପେକ୍ଷା କରିଥିଲେ।
ତେବେ ବର୍ତ୍ତମାନ ଅଙ୍କିତା ଏହି ପ୍ରଶ୍ନର ଉତ୍ତର ଦେବାକୁ ମୁହଁ ଖୋଲିଛନ୍ତି। ନିଜେ ସୋସିଆଲ ମିଡିଆ ପୋଷ୍ଟରେ ସେ ସମସ୍ତ ଦ୍ୱାନ୍ଦର୍ ସମାପ୍ତ କରି ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ ସେ ବିଗ୍ ବସ୍ ସିଜନ୍ 15 (BB15) ର ଅଂଶ ହେବାକୁ ଯାଉ ନାହାଁନ୍ତି। ଇନଷ୍ଟାଗ୍ରାମରେ ଏହି ପୋଷ୍ଟ କରି ଅଙ୍କିତା ଲେଖିଛନ୍ତି, ‘ମୋ ନଜରକୁ ଆସିଛି ଯେ କିଛି ମିଡିଆ ବ୍ୟକ୍ତି ଏଭଳି ଖବର ପ୍ରସାର କରୁଛନ୍ତି ଯେ ମୁଁ ଚଳିତ ବର୍ଷ ବିଗ୍ ବସ୍ ରେ ଭାଗ ନେବାକୁ ଯାଉଛି।’ ‘ମୁଁ ସେମାନଙ୍କୁ ଏବଂ ଅନ୍ୟ ଲୋକଙ୍କୁ କହିବାକୁ ଚାହେଁ ଏବଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ ଯେ ମୁଁ ଏହି ଶୋ’ର ଅଂଶ ହେବାକୁ ଯାଉ ନାହିଁ। ମୁଁ ଶୋ’ରେ ଅଂଶଗ୍ରହଣ କରୁଥିବା କଥା ଗୁଜବ ଓ ସଂପୂର୍ଣ୍ଣ ଭିତ୍ତିହୀନ। ଲୋକମାନେ ଅତି ଶୀଘ୍ର ସେମାନଙ୍କର ଘୃଣ୍ୟ ବାର୍ତ୍ତା ମୋ ପାଖକୁ ପଠାଉଛନ୍ତି, ଯେଉଁଥି ପାଇଁ ମୁଁ ଆଦୌ ଦାୟୀ ନୁହେଁ। ତେବେ ଏଠାରେ ସୂଚନା ଥାଉକି ଅଙ୍କିତା ଲୋଖଣ୍ଡେ ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ଥିଲେ। ଉଭୟ କଳାକାର ଦୀର୍ଘ ଦିନ ଧରି ରେଲେଶନରେ ରହିଥିଲେ। ଦୁହେଁ ଟିଭି ଶୋ ପବିତ୍ର ରାସ୍ତା ସେଟରେ ପ୍ରଥମ ଥର ଭେଟ ହୋଇଥିଲେ ଏବଂ ଏହି ଶୋ ’ଏକ ବଡ଼ ହିଟ୍ ହୋଇଥିଲା। ତେବେ ସୁଶାନ୍ତ ମରିବା ପରଠାରୁ ଅଙ୍କିନ୍ତାଙ୍କୁ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଥିବାର ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *