ଫୁଡିଜ୍ ଭିଲ୍ଲା ସ୍ବତନ୍ତ୍ର- ବଳକା ଡାଲିରୁ ତିଆରି କରନ୍ତୁ କବାବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଡାଲ୍ କବାବ୍ ଖାଇବାକୁ ଯେତିକି ସ୍ଵାଦିଷ୍ଟ ଏବଂ ସ୍ବାସ୍ଥ୍ୟ ପଦ ଅଟେ। ଅନ୍ୟ ପଟେ, ଯଦି ଆପଣ ଅଧିକ ଡାଲି ତିଆରି କରିଛନ୍ତି ସେଗୁଡିକୁ ନଫୋପାଡି ସୁସ୍ୱାଦୁ ଡାଲ କବାବ ତିଆରି କରିପାରିବେ। ଏହାକୁ ପ୍ରସ୍ତୁତ କରିବା ପାଇଁ, ଆପଣଙ୍କୁ ଅନେକ ଗୁଡ଼ିଏ ଜିନିଷର ଆବଶ୍ୟକତା ନାହିଁ, ଘରେ ଥିବା କେତେକ ଜିନିଷରେ ଆପଣ ଡାଲ କବାବ୍ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହାର ରେସିପି..

ଆବଶ୍ୟକ ସାମଗ୍ରୀ:-
୧ଟା- କଟା ପିଆଜ
୧/୨- କଟା କଞ୍ଚା ଲଙ୍କା
ଅଳ୍ପ କଟା ଧନିଆ ପତ୍ର
ଅଧ ଚାମଚ ଗୋଲମରିଚ ଗୁଣ୍ଡ
ଅଧ ଚାମଚ ଜିରା ଗୁଣ୍ଡ
ଅଧ ଚାମଚ ଗରମ ମସାଲା
ଅଧ ଚାମଚ ନାଲି ଲଙ୍କା ଗୁଣ୍ଡ
୧ ଚାମଚ ଗ୍ରେଟେଡ୍ ଅଦା
ବ୍ରେଡ୍ ଖଣ୍ଡ

ତିଆରି କରିବେ କିପରି:-
ପ୍ରଥମେ ଡାଲିକୁ ବହଳିଆ କରନ୍ତୁ। ଏଥିପାଇଁ ଡାଲିରେ ବ୍ରେଡ ଖଣ୍ଡ ମିଶାନ୍ତୁ। ଏହା କବାବକୁ କ୍ରିସ୍ପି କରିଥାଏ। ସର୍ବପ୍ରଥମେ, ଏକ ପାତ୍ରରେ ଡାଲି ବାହାର କରନ୍ତୁ। ତା’ପରେ ସେଥିରେ କଟା ପିଆଜ, କଞ୍ଚା ଲଙ୍କା ଏବଂ ଧନିଆ ପତ୍ର ପକାନ୍ତୁ। ଧ୍ୟାନ ରଖନ୍ତୁ ଯେ ଏହା ବହଳିଆ ହୋଇଛି। ତା’ପରେ ସେଥିରେ ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସାଲା, ନାଲି ଲଙ୍କା ଏବଂ ଗ୍ରେଟେଡ୍ ଅଦା ମିଶାନ୍ତୁ। ତା’ପରେ ଏହି ଉପାଦାନଗୁଡ଼ିକୁ ଏକତ୍ର ମିଶାଇ ଏହାର କବାବ ତିଆରି କରନ୍ତୁ। ଏବେ ଗୋଟିଏ ତାୱା ବସେଇ ସେଥିରେ ତେଲ ଗରମ କରି କବାବକୁ ଭଲ ଭାବେ ଭାଜନ୍ତୁ। କବାବ ପ୍ରସ୍ତୁତ ପରେ ତାକୁ ଚଟନୀ ସହିତ ଖାଆନ୍ତି।

Leave a Reply

Your email address will not be published. Required fields are marked *