ଦୁନିଆର ସବୁଠୁ ଦାମୀ ବଡା ପାୱ, ଦାମ ଜାଣିଲେ କାବା ହୋଇଯିବେ

ମୁମ୍ବାଇ ବଡା ପାୱ ସାରା ବିଶ୍ୱରେ ପ୍ରସିଦ୍ଧ। କେବଳ ମୁମ୍ବାଇରେ ନୁହେଁ ଦେଶ ବାହାରେ ମଧ୍ୟ ଲୋକମାନେ ଏହାକୁ ଅତି ଉତ୍ସାହର ସହିତ ଖାଇ ଥାନ୍ତି। ସାଧାରଣତଃ ମୁମ୍ବାଇରେ ବା ଅନ୍ୟ ସ୍ଥାନରେ ୧୦-୨୦ ଟଙ୍କାରେ ବଡା-ପାୱ ମିଳିଥାଏ। ଯଦି ଆପଣ କୌଣସି ବଡ ଦୋକାନକୁ ଯାଇ ବଡା ପାୱ ଅର୍ଡର କରନ୍ତି, ତେବେ ଏହାର ମୂଲ୍ୟ ଅତି ବେଶିରେ ୧୦୦ ଟଙ୍କା ଭିତରେ ରହିବ, କିନ୍ତୁ ଆପଣ କେବେ ୨୦୦୦ ଟଙ୍କା ମୂଲ୍ୟର ବଡା ପାୱ ଖାଇଛନ୍ତି କି?
ଆପଣ ଏହା ଶୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଥିବେ ଯେ ସାମାନ୍ୟ ବଡା ପାୱର ମୂଲ୍ୟ ଏତେ କିପରି ହୋଇପାରେ। ତେବେ ଦୁବାଇର ଏକ ଦୋକାନରେ ବଡା ପାୱର ମୂଲ୍ୟ ୧୦୦ ୟୁଏଇ ଦିରହମ୍ ଅର୍ଥାତ୍ ପ୍ରାୟ ୨୦୦୦ ଟଙ୍କା ରହିଛି।
ଦୁବାଇରେ ତିଆରି ହୋଇଥିବା ମୁମ୍ବାଇର ଏହି ଫେମସ୍ ସ୍ନାକ୍ସ ‘ବଡା ପାୱ’ ହେଉଛି ବିଶ୍ୱର ପ୍ରଥମ ୨୨ କ୍ୟାରେଟ୍ ସୁନା ଲେପ ଦିଆଯାଇଥିବା ବଡା ପାୱ। ଏହାର ଟ୍ରଫଲ୍ ବଟର ଏବଂ ପନିରରେ ପ୍ରସ୍ତୁତ ହୋଇଛି। କେବଳ ସେତିକି ନୁହେଁ, ପାଟିରେ ପାଣି ଆଣୁଥିବା ବଡାକୁ ୨୨କ୍ୟାରେଟ ସୁନାରେ ଆଚ୍ଛାଦିତ କରାଯାଇଛି, ଯେଉଁଥିପାଇଁ ଏହି ବଡା ପାୱ ମୂଲ୍ୟ ଏତେ ଅଧିକ। ମସ୍ରାତ୍ ଦାଉଦ୍ ଟ୍ୱିଟରରେ ଏହି ବଡା ପାୱର ଭିଡିଓ ସେୟାର କରିଥିବା ବେଳେ ଏହାକୁ ୧୩ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ତେବେ ଦୁବାଇର ଏହି ବଡା ପାୱକୁ ଦୁନିଆର ଦାମୀ ବଡା ପାୱ ମାନ୍ୟତା ମଧ୍ୟ ମିଳିଛି।

Leave a Reply

Your email address will not be published. Required fields are marked *