ଏଠି ସମସ୍ତ ପୁରୁଷଙ୍କର ଦୁଇଟି ପତ୍ନୀ, କାରଣ ରହିଛି କିଛି ଏଭଳି

ସାରା ଦୁନିଆରେ କୌଣସି ବି ବ୍ୟକ୍ତିକୁ ଗୋଟିଏ ବିବାହ କରିବା ପାଇଁ ଆଇନଗତ ସ୍ୱୀକୃତି ମିଳିଥାଏ, କିନ୍ତୁ ଦୁନିଆରେ କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ ଏକାଧିକ ବିବାହ କରିବା ପ୍ରଥା ରହିଛି। କେବଳ ଏତିକି ନୁହେଁ, ଅନେକ ସ୍ଥାନରେ ପୁରୁଷମାନେ ଦ୍ୱିତୀୟ ବିବାହ କରିବାକୁ ବାଧ୍ୟ ହୁଅନ୍ତି। ଯଦି ଜଣେ ବ୍ୟକ୍ତି ପୁନର୍ବାର ବିବାହ କରିବାକୁ ମନା କରନ୍ତି, ତେବେ ତାଙ୍କୁ ଦଣ୍ଡ ମଧ୍ୟ ଦିଆଯାଏ। ବାସ୍ତବରେ, ଆମେ ଆଫ୍ରିକା ମହାଦେଶର ଏକ ଦେଶ ବିଷୟରେ କହୁଛୁ, ଯେଉଁଠାରେ ପ୍ରତ୍ୟେକ ପୁରୁଷଙ୍କର ଦୁଇଟି ପତ୍ନୀ ରହିବା ପାଇଁ ଏକ ସ୍ୱତନ୍ତ୍ର ନିୟମ ଅଛି।
ଆଫ୍ରିକୀୟ ଦେଶ ଇରିଟ୍ରିଆରେ ପ୍ରତ୍ୟେକ ପୁରୁଷଙ୍କୁ ଦୁଇଥର ବିବାହ କରିବାକୁ ପଡିଥାଏ । କାରଣ ଏହି ଦେଶରେ ଦୁଇଟି ବିବାହ କରିବା ବାଧ୍ୟତାମୂଳକ ଅଟେ। କେବଳ ଏତିକି ନୁହେଁ, ଯଦି ଜଣେ ପୁରୁଷ ଦୁଇ ପତ୍ନୀଙ୍କୁ ରଖନ୍ତି ନାହିଁ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ଦଣ୍ଡ ସ୍ୱରୂପ ତାଙ୍କୁ ମଧ୍ୟ ଜେଲରେ ରଖାଯାଏ। ଏହି ଅନନ୍ୟ ନିୟମର କାରଣ ହେଉଛି ଇରିଟ୍ରିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଅଟେ। ଏହାର ମୁଖ୍ୟ କାରଣ ହେଉଛି ଇଥିଓପିଆ ସହିତ ଗୃହଯୁଦ୍ଧ। ପୁରୁଷଙ୍କ ପାଇଁ ଦୁଇଥର ବିବାହ କରିବା ଆଇନ ବ୍ୟତୀତ ମହିଳାମାନଙ୍କ ପାଇଁ ମଧ୍ୟ କଡା ନିୟମ କରାଯାଇଛି। ଏହି ନିୟମ ଅନୁଯାୟୀ, ସେଠାରେ ରହୁଥିବା ମହିଳାମାନେ ନିଜ ସ୍ୱାମୀଙ୍କ ଦ୍ୱିତୀୟ ବିବାହକୁ କୌଣସି ପ୍ରକାରେ ବାଧା ଦେବାକୁ ଚେଷ୍ଟା କରିପାରିବେ ନାହିଁ, ଯଦି ସେମାନେ ତାହା କରନ୍ତି ତେବେ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ। ତେବେ ଏଭଳି ନିୟମ ଅନ୍ୟ ଦେଶର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *