ପରୀକ୍ଷଣର ଶେଷ ପାହାଚରେ କୋଭାକ୍ସିନ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ନଭେମ୍ବର ଶେଷ କିମ୍ବା ଡ଼ିସେମ୍ବର ଆରମ୍ଭରେ ଆସିପାରେ ଅକ୍ସଫୋର୍ଡ ଭ୍ୟାକସିନ୍ । ଏନେଇ ସୂଚନା ଦେଇଛି ଭାରତରେ ଏହାର ପରୀକ୍ଷଣ କରୁଥିବା ସେରମ ଇନଷ୍ଟିଚ୍ୟୁଟ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫାଳ ଖୁବଶୀଘ୍ର ଆସିବାକୁ ଥିବା ବେଳେ ଏହା ଉପଲବ୍ଧ ହେବ ବୋଲି କୁହାଯାଇଛି ।

ସେପଟେ କେନ୍ଦ୍ରର ସୂଚନା ଅନୁସାରେ ଓଡ଼ିଶା ସମେତ ଦେଶର ୧୪ଟି ରାଜ୍ୟର ପଜିଟିଭିଟି ହାର ଜାତୀୟ ହାରଠାରୁ କମ ଥିବାବେଳେ ଓ ‘ନିୟୁତ ଲୋକଙ୍କ ପିଛା ପରୀକ୍ଷା’ ଜାତୀୟ ହାରଠାରୁ ଅଧିକ ରହିଛି । ଜାତୀୟ ସ୍ତରରେ ପଜିଟିଭିଟି ହାର ( ମୋଟ ପରୀକ୍ଷା ପିଛା ବାହାରୁଥିବା କରୋନା ପଜିଟିଭ ସଂଖ୍ୟା) ୮.୦୭ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ୬.୭ ପ୍ରତିଶତ ରହିଛି । ସେହିପରି ଓଡ଼ିଶାରେ ‘ନିୟୁତ ଲୋକଙ୍କ ପିଛା ପରୀକ୍ଷା’ ୮୨,୦୫୯ ରହିଛି, ଯାହାକି ଜାତୀୟ ହାରଠାରୁ ଅଧିକ ।

ଦେଶର ମୋଟ ସକ୍ରିୟ ସଂକ୍ରମିତଙ୍କ ୨୫ ପ୍ରତିଶତ ମହାରାଷ୍ଟ୍ରରେ ଥିବାବେଳେ ୧୧ ପ୍ରତିଶତ କେରଳରେ ଓ ୧୩ ପ୍ରତିଶତ କର୍ଣ୍ଣାଟକରେ ଅଛନ୍ତି । ଦେଶର ୧୦ଟି ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ୭୯ ପ୍ରତିଶତ ରହିଛନ୍ତି । ଏସବୁ ରାଜ୍ୟରେ କରୋନା ସଂକ୍ରମଣକୁ କମାଇବାକୁ ସଂପୃକ୍ତ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରାଯାଉଛି ବୋଲି ସେ କହିଛନ୍ତି ।

%d bloggers like this: