‘ଧାରା ୩୭୦ ହଟାଇବା ବିରୋଧରେ ସଂଘର୍ଷ କରିବି’

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ଦୀର୍ଘ ୪୩୪ ଦିନ ପରେ ମୁକୁଳିଲେ ଜମ୍ମୁ କାଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ମୁଖ୍ୟ ମେହବୁବା ମୁଫତି ।  ୪୩୪ ଦିନ ନଜରବନ୍ଧୀ ରହିବା ପରେ ତାଙ୍କୁ ଗତକାଲି ମୁକ୍ତ କରାଯାଇଛି । ମୁକ୍ତ ହେବା ପରେ ପୁଣି ଧାରା ୩୭୦ ହଟାଇବା ବିରୋଧରେ ସଂଘର୍ଷ କରିବେ ବୋଲି କହିଲେ ଜମ୍ମୁ କାଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ମୁଖ୍ୟ ମେହବୁବା ମୁଫତି ।

୧ ମିନିଟ ୨୩ ସେକେଣ୍ଡର ଏହି ଅଡ଼ିଓ ଟେପ ଜାରି କରି ସେ ନିଜେ ଏହି ସୂଚନା ଦେଇଛନ୍ତି । ଅଡ଼ିଓରେ ମେହବୁବା କହିଛନ୍ତି ସେହି କଳା ଦିନର ନିଷ୍ପତି ଏପର୍ଯ୍ୟନ୍ତ ତାଙ୍କୁ ବ୍ୟକ୍ତିବ୍ୟସ୍ତ କରୁଛି । ଏହା ସହ ସେ କେନ୍ଦ୍ର ସରକାରକୁ ଟାର୍ଗେଟ କରି କହିଛନ୍ତି ସରକାର ଯେଉଁ ଲୋକଙ୍କ ଅପମାନ କରିଛି ତାକୁ ଜନତା କେବେ ଭୁଲି ବେନି । ଧାରା ୩୭୦ ହିଟିବା ଅବୈଧ ଥିଲା । ଏହି ନିଷ୍ପତି ବଦଳାଇବା ପାଇଁ ଜମ୍ମୁ କାଶ୍ମୀର ଜନତା ଏକତ୍ରିତ ହୋଇ ଲଢ଼ିବେ ।

%d bloggers like this: